March 11, 2026
Home » ସରସରା ଗ୍ରାମକୁ ଯାଇ ଅସହାୟ ବୃଦ୍ଧାଙ୍କ ଘର ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲାପାଳ

ସରସରା ଗ୍ରାମକୁ ଯାଇ ଅସହାୟ ବୃଦ୍ଧାଙ୍କ ଘର ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲାପାଳ

0
WhatsApp Image 2026-03-11 at 4.46.54 PM

ସୁବର୍ଣ୍ଣପୁର —ବୁଧବାର ଦିନ ବୌଦ୍ଧ ଜ଼ିଲ୍ଲାପାଳ ବିଭୁତି ଭୂଷଣ ନାୟକ ହରଭଙ୍ଗା ବ୍ଲକ ସରସରା ଗ୍ରାମରେ ଯାଇ ପହଂଚି ଥିଲେh l ପ୍ରଥମେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ସରସରା ପଞ୍ଚାୟତ କାର୍ଯ୍ୟାଳୟ ରେ ପହଂଚି ଥିଲେ l ପରେ ପରେ ଅସହାୟ ବୃଦ୍ଧା ଗାମା କହଁରଙ୍କ ଘରେ ପହଂଚି ଥିଲେ l କଟକ ଜିଲ୍ଲାରୁ ଆସି ଏକ ବର୍ଷ ହେଲା ସରସରା ରେ ନିଜ ଭାଇ ଘରେ ରହୁଥିବା 60 ବର୍ଷୀୟା ବୃଦ୍ଧା ଗାମା ସରକାର ଙ୍କ କୌଣସି ସରକାରୀ ଯୋଜନାର ହିତାଧିକାରୀ ହୋଇ ପାରିନଥିବା ବିଷୟରେ ଜିଲ୍ଲାପାଳଙ୍କୁ ବାରମ୍ବାର ଜନଶୁଣାଣୀ ରେ ଅଭିଯୋଗ କରିଥିଲେ l ସେଥିପାଇଁ ଜିଲ୍ଲାପାଳ ନିଜେ ଗାମା ରହୁଥିବା ତାଙ୍କ ଭାଇଙ୍କ ଘରେ ପହଞ୍ଚି ସ୍ଥିତି ଆକଳନ କରିଥିଲେ | ଅନ୍ତୋଦୟ ଗୃହ ଯୋଜନା, ଅନ୍ତୋଦୟ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ଆୟୁଷ୍ମାନ୍ କାର୍ଡରେ ଗାମାଙ୍କୁ ହିତାଧିକାରୀ କରାଇବା ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ, ଆଧାର କାର୍ଡ ର ପରିବର୍ତ୍ତନ ପାଇଁ ଗାମା ଙ୍କୁ ବୁଝାଇବା ପାଇଁ ଜିଲ୍ଲାପାଳ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ହରଭଙ୍ଗା ବିଡ଼ିଓ ବିଜୟ କୁମାର ପ୍ରଧାନ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀମନ୍ତ ପ୍ରଧାନ, ରାଜସ୍ୱ ନିରୀକ୍ଷକ ମନୋହର ମଲ୍ଲିକ, ଡାଟା ଏଣ୍ଟ୍ରି ଅପରେଟର ହେମା ନନ୍ଦ ଖଟୁଆ, କର୍ମଚାରୀ ଅକ୍ଷୟ କୁମାର ମହାକୁଡ଼ ଓ ଗ୍ରାମର ଧିରେନ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *