ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନୂଆଁ ବସଷ୍ଟାଣ୍ଡ ପରିଦର୍ଶନ
ଯାତ୍ରୀଙ୍କ ସମସ୍ୟା ଗୁଡିକର ସମାଧାନ ପାଇଁ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ l ସୁବର୍ଣ୍ଣପୁର — ବୁଧବାର ଦିନ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼କ୍ଟର ନୃପାରାଜ୍ ସାହୁ ଅସ୍ଥାୟୀ ବସ ଷ୍ଟାଣ୍ଡ ଅଚାନକ ପରିଦର୍ଶନ କରିଥିଲେ। ପି.ଏଚ. ଡି ଦେଇଥିବା ପାଣି ଟାଙ୍କିଟି ଦୁଇ ଦିନ ଧରି ଉଭାନ ହୋଇଯିବା ପରେ ଜନ ସାଧାରଣ ଓ ଯାତ୍ରୀଙ୍କ ପିଇବା ପାଣି ଅସୁବିଧା କଥା ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା। ବସ ଷ୍ଟାଣ୍ଡ ପରିଦର୍ଶନ ସମୟ ରେ ଲୋକଙ୍କ ରହଣି ସ୍ଥାନ ନ ଥିବା ରୁ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖି ଜିଲ୍ଲାପାଳ ଶୀଘ୍ର ଏକ ରହଣି ସ୍ଥାନ ତିଆରି ପାଇଁ ଓ ପୁରୁଷ ଏବଂ ମହିଳା ଶୌଚାଳୟ ତିଆରି ହୋଇ ସାରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଶୀଘ୍ର ଲୋକଙ୍କ ବ୍ୟବହାର ରେ କିପରି ଆସିବ ସେ ନେଇ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ରୁ ରକ୍ଷା ପାଇବା ପାଇଁ ଥଣ୍ଡା ପାଣିର ସୁବିଧା କିପରି ଶୀଘ୍ର ହୋଇପାରିବ ସେ ନେଇ ସୋନପୁର ଘରୋଇ ବସ ମାଲିକ ସଂଘ ସଭାପତି ଦୀପକ କୁମାର ମହାପାତ୍ର ଓ ସମ୍ପାଦକ ସୁଦର୍ଶନ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ । ବସ ଷ୍ଟାଣ୍ଡ ରେ ଥିବା ଉଠା ଦୋକାନୀ କେବଳ ୫ ଫୁଟ ସ୍ଥାନ ରଖି ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବାକି ସ୍ଥାନ ଖାଲି କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ପୌର ପରିଷଦ ପକ୍ଷରୁ ଦିଆ ଯାଇଥିବା ଅଚଳ ପାଣି ଟେପ୍ କୁ ଦେଖି ଆହୁରି ବିରକ୍ତି ପ୍ରକାଶ କରିଥିଲେ ଓ ବିକାଶ କାର୍ଯ୍ଯ ରେ ସାଧାରଣ ଲୋକଙ୍କ ମୌଳିକ ସୁବିଧା ବା ଅଧିକାର ରେ ସେ ଯିଏ ବି ବ୍ୟାଘାତ ସୃଷ୍ଟି କରିବ ସେ ଜିଲ୍ଲା ପ୍ରଶାସନ, ସରକାର ଓ ଲୋକଙ୍କ ଶତ୍ରୁ ବୋଲି ଧରାଯିବ ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ଜିଲ୍ଲାପାଳ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
