May 9, 2025
Home » କାମରେ ଆସୁନାହିଁ ମେଗା ଉଠା ଜଳସେଚନ ପ୍ରକଳ୍ପ l

କାମରେ ଆସୁନାହିଁ ମେଗା ଉଠା ଜଳସେଚନ ପ୍ରକଳ୍ପ l

0
WhatsApp Image 2024-10-01 at 12.47.35 PM

 

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବାଗବର ମେଗା ଲିପ୍ଟ ପଏଣ୍ଟ ରେ ଥିବା ବିଭିନ୍ନ ସମସ୍ୟା ନେଇ ସୋମବାର ସ୍ଥାନୀୟ ବିଧାୟକ ପ୍ରକଳ୍ପ ସ୍ଥିତି ପରଖି ଚାଷୀ ଏବଂ ବିଭାଗୀୟ ଅଧିକାରୀ ଙ୍କ ସହିତ ଆଲୋଚନା କରିଥିବା ଜଣାଯାଇଛି l ସୂଚନା ଅନୁସାରେ ଉକ୍ତ ପ୍ରକଳ୍ପ ଅଧିନସ୍ଥ ଚାଷୀ ମାନେ ପ୍ରକଳ୍ପ ତାର ପରୀକ୍ଷା ମୂଳକ ଭାବେ ପାଣି ଛାଡ଼ି ଥିବା ବେଳେ ବିଭିନ୍ନ ସ୍ଥାନ କୁ ପାଣି ପହଞ୍ଚି ପାରୁ ନ ଥିବା ଦେଖି ଅଭିଯୋଗ କରିଥିଲେ l ଅଭିଯୋଗ କୁ ନେଇ ସୋମବାର ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ପ୍ରକଳ୍ପ ବୁଲିବା ସହିତ ବିଭିନ୍ନ ସ୍ଥାନ ରେ ଥିବା ସମସ୍ୟା ନେଇ ବିଭାଗୀୟ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଙ୍କ ସହିତ ଆଲୋଚନା କରିଥିଲେ l ସୂଚନା ଥାଉ କି ଏହି ବାଗବର୍ ମେଗା ଲିପ୍ଟ ପଏଣ୍ଟ ଟି ୪୦ କୋଟି ରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ରେ ନିର୍ମିତ ହୋଇଥିବା ବେଳେ ଏହି ପ୍ରକଳ୍ପ ସୁଚାରୁ ରୂପେ କାର୍ଯ୍ୟ କଲେ ୧୫୨୧ ହେକ୍ଟର ଚାଷ ଜମି ଜଳସେଚନ ହେବ କିନ୍ତୁ ନିର୍ମାଣ ଦାୟିତ୍ବରେ ଥିବା ଏଲ ଏଣ୍ଡ ଟି କମ୍ପାନୀ ଠିକା ସଂସ୍ଥା ନିଜ ମନଇଛା କାମ କରିଥିବା ରୁ ଚାଷୀ ପାଣି ପାଇବାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ କରିଥିବା ବେଳେ ବିଧାୟକ ଅଧିକାରୀ ଙ୍କ ସମସ୍ତ ବିଷୟ ଆଲୋଚନା କରିବା ସହିତ ମେଗା ଲିଫ୍ଟ ର ଅଧିକାରୀ ଙ୍କ ଅଭିଯୋଗ କି ବିଭିନ୍ନ ସ୍ଥାନ ରୁ ଯନ୍ତ୍ରାଂଶ ଚୋରି ନେଇ ରହିଥିବା ସମସ୍ୟା ଏବଂ ଚୋରି ନେଇ ଥାନା ରେ ଅଭିଯୋଗ ହୋଇଥିବା କହିଛନ୍ତି l ଆଗକୁ ପ୍ରକଳ୍ପ ରେ ଥିବା ସମସ୍ୟା ସମାଧାନ କରି ରବି ରେ ଆୟକଟ ଅଞ୍ଚଳ କୁ ପାଣି ଦେବା ପାଇଁ ନିଶ୍ଚିତ କରିବାକୁ ବିଭାଗୀୟ ସହକାରୀ ଯନ୍ତ୍ରୀ ଅମରନାଥ ପଧାନ ପରାମର୍ଶ ଦେଇଥିଲେ l ବିଧାୟକ ଙ୍କ ସମେତ ବିଭାଗୀୟ କର୍ମଚାରୀ ସ୍ଥାନୀୟ ଚାଷି, ବରିଷ୍ଟ ସଦସ୍ୟ ସତ୍ୟ ବ୍ରତ ମିଶ୍ର, ଏକଲବ୍ୟ ବେହେରା, ପ୍ରଭାସ ପଣ୍ଡା, ବିପିନ ପଣ୍ଡା, ସପନ ପଧାନ ଙ୍କ ସମେତ ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ l

 

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *