March 16, 2026
Home » ଏଲ ପି ଜି ସିଲିଣ୍ଡର ଅଭାବ ଓ ଦର ବୃଦ୍ଧି କୁ ନେଇ ଜିଲ୍ଲା କଂଗ୍ରେସ କମିଟି ତରଫ ରୁ ବିକ୍ଷୋଭ ପ୍ରଦର୍ଶନ

ଏଲ ପି ଜି ସିଲିଣ୍ଡର ଅଭାବ ଓ ଦର ବୃଦ୍ଧି କୁ ନେଇ ଜିଲ୍ଲା କଂଗ୍ରେସ କମିଟି ତରଫ ରୁ ବିକ୍ଷୋଭ ପ୍ରଦର୍ଶନ

0
WhatsApp Image 2026-03-14 at 1.08.55 PM

 

 

ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ୍ କମିଟି ତରଫ ରୁ ଜିଲ୍ଲାରେ ଏଲପିଜି ସିଲିଣ୍ଡରର ଅଭାବ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ବୃଦ୍ଧି ପାଉଥିବା ମୂଲ୍ୟ ଏବଂ କଳାବଜାରୀ ରୋକିବା ପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ଜିଲ୍ଲାପାଳ ଙ୍କୁ ଅବଗତ କରିଛନ୍ତି। ବର୍ତ୍ତମାନର ଯୁଦ୍ଧ ପରିସ୍ଥିତି ଯୋଗୁଁ ଏଲପିଜି ରନ୍ଧନ ଗ୍ୟାସର ଯୋଗାଣ ଯଥେଷ୍ଟ ହ୍ରାସ ପାଇଛି ବୋଲି ଜଣାପଡିଛି। ପୂର୍ବରୁ ପ୍ରାୟ 15 ଦିନ ସମୟ ନେଉଥିବା ରିଫିଲିଂ ଚକ୍ର ବର୍ତ୍ତମାନ ପ୍ରାୟ 25 ଦିନ କିମ୍ବା ତା’ଠାରୁ ଅଧିକ ବୃଦ୍ଧି ପାଇଛି l ଯାହା ପରିବାର ପାଇଁ ଅସୁବିଧା ସୃଷ୍ଟି କରୁଛି। ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ସମ୍ପ୍ରତି ପ୍ରାୟ ₹60 ବୃଦ୍ଧି ପାଇଛି ଏବଂ ୟୁପିଏ ସମୟରେ ପ୍ରାୟ 437 ମୂଲ୍ୟ ଥିବା ମୂଲ୍ୟ ଏବେ ପ୍ରାୟ 950 ପ୍ରତି ସିଲିଣ୍ଡର ଉପରେ ପହଞ୍ଚିଛି ଯାହା ସାଧାରଣ ପରିବାର ଉପରେ ଏକ ବିରାଟ ଆର୍ଥିକ ବୋଝ ସୃଷ୍ଟି କରିଛି।ସେହିପରି ବାଣିଜ୍ୟିକ ଏଲପିଜି ସିଲିଣ୍ଡର (୧୯.୫ କିଲୋଗ୍ରାମ)ର ମୂଲ୍ୟ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଏହି ପରିସ୍ଥିତି ହୋଟେଲ, ରେଷ୍ଟୁରାଣ୍ଟ, ଛୋଟ ଖାଦ୍ୟ ଦୋକାନ, ରାସ୍ତାପାର୍ଶ୍ୱ ଖାଦ୍ୟ ବିକ୍ରେତା ଏବଂ କ୍ୟାଟରିଂ ବ୍ୟବସାୟକୁ ଗୁରୁତର ଭାବରେ ପ୍ରଭାବିତ କରୁଛି । ଶୁକ୍ରବାର ଦିନ ସନ୍ଧ୍ୟା ସମୟ ରେ ଜିଲ୍ଲା କଂଗ୍ରେସ୍ କମିଟି ତରଫ ରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ରେ ଚୁଲି ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଜେପି ବିରୁଦ୍ଧ ରେ ନାରାବାଜି କରିଥିବା ଦେଖିବାକୁ ମିଳିଛି। ଏହି ସବୁ କାର୍ଯ୍ୟକ୍ରମ ଜିଲ୍ଲା କଂଗ୍ରେସ୍ ସାଧାରଣ ସମ୍ପାଦକ ସୁଧୀର କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ହୋଇଥିବା ବେଳେ ବରିଷ୍ଠ କଂଗ୍ରେସ୍ ନେତା ଜିତେନ୍ଦ୍ର ପଟ୍ଟନାୟକ, ପ୍ରିୟବ୍ରତ ସାହୁ, ମାଧବ କୁମ୍ଭାର, ପ୍ରମୋଦ ଗୁରୁ, ରଞ୍ଜିତ ରାଏ, ନିମାଇଁ ପାଣିଗ୍ରାହୀ, ବରୁଣ ସୁନା, ତରଣି ବାରିକ, ଭରତ ଜେନା, ଅମିତ ନାୟକ ପ୍ରମୁଖ ଯୋଗଦାନ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *