ପୂର୍ବ ରାଗ ସୁଝାଇବାକୁ ଯୁବକ ଙ୍କ ଉନ୍ମୁକ୍ତ କାଣ୍ଡ, ପୋଖରୀ ଓ କୁଅ ରେ ବିଷ ପକାଇଥିବା ଅଭିଯୋଗ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମ ଡ଼ଙ୍ଗରିପଡା ରେ ଥିବା ପୋଖରୀ ଓ କୁଆ ରେ ଜଣେ ଯୁବକ ପୂର୍ବ ରାଗ ସୁଝାଇବାକୁ କୀଟନାଶକ ଔଷଧ ପକାଇଥିବା ନେଇ ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।ସୂଚନା ଅନୁଯାୟୀ ,କାଉଡୋଳା ଗ୍ରାମ ରୁ ବିବାହ କରିଥିବା ଝାର କୁଣ୍ଡାମାଲ ଗ୍ରାମ ର ଯୁବକ ରତ୍ନାକର ସରାଫ କିଛିମାସ ପୂର୍ବରୁ ନିଜର ବିବାହିତା ପତ୍ନୀ କୁ ନିର୍ଯ୍ୟାତନା ଦେଇ ଘରୁ ତଡିଦେବାରୁ ସେ ନିଜ ବାପ ଘର କାଉଡୋଳା ରେ ରହୁଥିଲେ, ତେବେ ଏହି ଘଟଣା ରେ ରତ୍ନାକର ଉତକ୍ଷିପ୍ତ ହୋଇ କିଛି ମାସ ପୂର୍ବେ ଯୁବକ ନିଜ ଶ୍ବଶୁର ଘର କୁ ଆସି ପଡୋଶୀ ଙ୍କ ବାଇକ କୁ ପୋଡି ଦେବାସହ ଜେଲ ଯାଇଥିଲେ ଓ ପଡ଼ାବାସୀ ଙ୍କୁ ଧମକ ଦେଇଥିଲେ ।

ତେବେ ଶୁକ୍ରବାର କାଉଡୋଳା ଗ୍ରାମ ଡ଼ଙ୍ଗରି ପଡା ରେ ଥିବା ନଦୀ, ପୋଖରୀ କୁଆ ରେ ସମ୍ପୃକ୍ତ ଯୁବକ କୀଟନାଶକ ପକାଇଥିବା ଅଭିଯୋଗ ହୋଇଛି।ଫଳରେ ପୋଖରୀ ରେ ମାଛ ମଡକ ଦେଖିବାକୁ ମିଳିଥିବା ବେଳେ ସ୍ଥାନୀୟ ମହିଳା ମାନେ ଯୁବକ ଏହି କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଜଣେ ସାମ୍ବାଦିକ ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।ଘଟଣା ସ୍ଥଳରେ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ସୁଶ୍ରୀ ଭର୍ସୀତା ଅଡ଼େପୁ,କୋକସରା ପୋଲିସ, ଆମପାଣି ପୋଲିସ ଏବଂ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ।ପୋଲିସ ପାରିପାର୍ଶ୍ବିକ ତଦନ୍ତ ଆରମ୍ଭ କରି ସ୍ଥିତି ଅନୁଧ୍ୟାନ କରିଥିଲେ।ଗ୍ରାମବାସୀ ପକ୍ଷରୁ ସମ୍ପୃକ୍ତ ଯୁବକ କୁ ଗିରଫ ଦାବି କରିଥିବା ବେଳେ ଉପଖଣ୍ଡ ପୋଲିସ ଅଧିକାରୀ ଲୋକଙ୍କୁ ବୁଝାଶୁଝା କରି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।
ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ରିପୋର୍ଟ….
