ଗ୍ୟାସ ଯୋଗାଣରେ ବାଧାପ୍ରାପ୍ତ ଯୋଗୁଁ ଯୁବ କଂଗ୍ରେସର ବିକ୍ଷୋଭ ଓ ପ୍ରତିବାଦ l
କେନ୍ଦୁଝର:ଦେଶରେ ମଧ୍ୟ୍ୟ ଯୁଦ୍ଧ ପ୍ରଭାବରେ ଏଲପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି l ଗ୍ୟାସ ଦର ବୃଦ୍ଧି ହେବା ସହିତ ଉପଭୋକ୍ତାଙ୍କ ପାଖରେ ଗ୍ୟାସ ପହଂଚି ପାରୁନାହିଁ l ଗ୍ୟାସକୁ ବର୍ତମାନ କଳାବଜାରୀ ମାନେ ଚଢ଼ା ଦରରେ ବିକ୍ରି କରୁଛନ୍ତି l ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ନିଷ୍କ୍ରିୟ ରହିବାରୁ ଜନ ଅସନ୍ତୋଷ ଲାଗି ରହିଛି l ଏହି ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ପୂର୍ଣ୍ଣ ନିରବ ଅଛନ୍ତି l ଆଜି ସ୍ଥାନୀୟ କଂଗ୍ରେସ ଭବନରୁ କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସୌମ୍ୟରଞ୍ଜନ ରାଉତଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ କେନ୍ଦୁଝର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧୀ ସ୍ଲୋଗାନ ଦେବା ସହିତ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ l ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କୁଶ ପୁତ୍ତଳିକା ଜାଳିଥିଲେ l ଏଥିରେ ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ଓ ପୂର୍ବତନ କଂଗ୍ରେସ ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାଏକ ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ତେଲକୋଇ ନିର୍ଵାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଗୌରହରି ପାତ୍ର, ଚମ୍ପୁଆ ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଜଗନ ଗିରିପ୍ରିୟା ସାହୁ, ଘସିପୁରା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଦୀପକ ମାଝୀ, ପାଟଣା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ପରମେଶ୍ୱର ନାଏକ, ଜ଼ିଲ୍ଲା କଂଗ୍ରେସ ସମ୍ପାଦକ ଦୀନେଶ ରାଉତ, କଂଗ୍ରେସ ନେତା ପ୍ରଦୀପ କୁମାର ଦାସ, ଯୁବ କଂଗ୍ରେସ ନେତା ସନତ ପାଢ଼ୀ, ଆନନ୍ଦ ମାଝୀ, ବାବୁନ ରାଉତ, ଅମିତ କୁମାର ରାଉତ, ବ୍ୟସଦେବ ବେହେରା, ମାନସ ବେହେରା, ସଂଗ୍ରାମ ବେହେରା, ରାଜୁ ଖାନ, ଅଭିନାଶ ଓଝା, ବାଦଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ
