March 22, 2026
Home » ଜିଲ୍ଲାରେ ବିଶ୍ୱ ପଖାଳ ଦିବସ ପାଳନ କଲା ପର୍ଯଟନ ଵିଭାଗ

ଜିଲ୍ଲାରେ ବିଶ୍ୱ ପଖାଳ ଦିବସ ପାଳନ କଲା ପର୍ଯଟନ ଵିଭାଗ

0
1000993553
ନୟାଗଡ: ନୟାଗଡ ବିଶ୍ୱ ପଖାଳ ଦିଵସ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପାଳନ କରାଯାଇଚି ବୋଲି ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ପ୍ରକାଶ କରିଛନ୍ତି ।ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ. ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲାପାଳ ମଧୁମିତା ରଥ ଓ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ
, ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ବିଜୟାନନ୍ଦ ନାୟକ, ଜିଲ୍ଲା ଉନ୍ନୟନ ଅଧିକାରୀ ଶ୍ରୀ ଲଗ୍ନାଜିତ ରାଉତ, ଉପ ଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ବନଖଣ୍ଡ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ,ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ପରିବହନ ଅଧିକାରୀ, ଜିଲ୍ଲା ର ସମସ୍ତ ଡେପୁଟୀ କଲେକ୍ଟର, ସହ କଲେକ୍ଟର ସହିତ ଜିଲ୍ଲା ର ଅନେକ ଅଧିକାରୀ ଯୋଗଦେଇଥିଲେ ଏବଂ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚିତ୍ର ଅଭିନେତା ତଥା ସମାଜ ବିଜ୍ଞାନୀ ଡଃ ରୁଷି ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିଥିଲେ। ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ପଖାଳ ପରବରେ ପ୍ରାୟ ୧୮ରୁ ଉର୍ଦ୍ଧ ଓଡିଆ ଖାଦ୍ୟ କଂଶା ଥାଳି ଓ କଦଳୀ ପତ୍ରରେ ପରସାକୁ ଜିଲ୍ଲାପାଳ ଓ ସମସ୍ତ ନିମନ୍ତ୍ରିତ ଅତିଥି ଭୂୟଶି ପ୍ରସଂଶା କରିଥିଲେ ବୋଲି ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରି କହିଛନ୍ତି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *