March 22, 2026
Home » ବିଶ୍ୱ ଜଳ ଦିବସରେ ପଶୁ ପକ୍ଷୀ ଙ୍କ ପାଇଁ ପାଣିର ବ୍ୟବସ୍ଥା କଲେ ପ୍ରକୃତି ପ୍ରେମୀ

ବିଶ୍ୱ ଜଳ ଦିବସରେ ପଶୁ ପକ୍ଷୀ ଙ୍କ ପାଇଁ ପାଣିର ବ୍ୟବସ୍ଥା କଲେ ପ୍ରକୃତି ପ୍ରେମୀ

0
WhatsApp Image 2026-03-22 at 12.23.03 PM

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ଅନ୍ତର୍ଗତ ଅର୍ଜୁନପୁର ରିଜର୍ଭ ଫରେଷ୍ଟ୍ ର କୁଲିପାଲି ଜଙ୍ଗଲ୍ ପରିଧି ଅଞ୍ଚଳରେ ଗଛଶାଖା ରେ ଓ ଗଛ ତଳେ ପଶୁ ପକ୍ଷୀଙ୍କ ପାଇଁ ପାଣି ପିଇବାର ବ୍ୟବସ୍ଥା କରିଛନ୍ତି ପ୍ରକୃତି ପ୍ରେମୀ ଶିକ୍ଷକ ବିକ୍ରମ କୁମାର ନନ୍ଦ ।

 

ବଢୁଥିବା ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ବିଶ୍ୱ ଜଳ ଦିବସ ଅବସରରେ ପଶୁ ପକ୍ଷୀଙ୍କ ପାଇଁ ଏହିପରି ବ୍ୟବସ୍ଥା କରାଯାଇଛି। ପାଖାପାଖି ୧୦୦ଟି ଗଛର ଶାଖାରେ ଓ କିଛି ଗଛ ତଳେ ପାଣିପୂର୍ଣ୍ଣ ମାଠିଆ ରଖାଯାଇଛି।କୁଲିପଲି ଗ୍ରାମର ସ୍ଵେଚ୍ଛାସେବୀ ବିକାଶ ରଥ, ବ୍ୟାସ ଦେବ ନନ୍ଦ, ମଧୁସୂଦନ ରଥ, ପ୍ରଶାନ୍ତ ପଧାନ ପ୍ରମୁଖ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *