ସଂସ୍କାରଧର୍ମୀ ସେବା ପରିବାର ତରଫରୁ ଜଳ ବଣ୍ଟନ
ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଳକ ଅନ୍ତର୍ଗତ ସାଇପାଲି ଗ୍ରା.ପ ର ପୁଟୁକା ଗ୍ରାମରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ କବି ସୁଜାଣ ମେହେର ସଂସ୍କାର ଧର୍ମୀ ସେବା ପରିବାର, ସାହାଜବାହାଲ ତରଫରୁ ପାନୀୟ ଜଳ ବଣ୍ଟନ କରାଯାଇଥିଲା । ମହୋତ୍ସବର ପୂର୍ଣ୍ଣାହୂତି ଦିନ ଅନେକ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା । ମାନବ ସେବା ହିଁ ମାଧବ ସେବା ମନୋଭାବ ନେଇ କାର୍ଯ୍ୟ କରି ଆସୁଥିବା ସାହାଜବାହାଲ ସେବା ପରିବାରର ସମ୍ପାଦକ ଯୋଗେଶ୍ୱର ମେହେରଙ୍କ ନେତୃତ୍ବରେ ଅନୁଷ୍ଠାନର ଗୌତମ ପଟେଲ, ଉମାକାନ୍ତ ମେହେର, ଆନନ୍ଦ ଖମାରୀ, କୁନ୍ତୀ ଖମାରୀ, ଚିନ୍ତାମଣି ମେହେର, ହୀରାଲାଲ ପଟେଲ ଏମାନେ ଜଳ ବଣ୍ଟନ କାର୍ଯ୍ୟରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ଓ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ କମିଟୀ ପୁଟୁକାର ସଭ୍ୟମାନେ ତାଙ୍କୁ ସହଯୋଗ କରିଥିଲେ ।
ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ) ରିପୋର୍ଟ,
