ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ସମ୍ବଦ୍ଧିୟ ସଚେତନତା ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ସିବତୁଲା ହାଇସ୍କୁଲ, ତରଭା ବାଳିକା ହାଇସ୍କୁଲ୍, ସରଗଜ ହାଇସ୍କୁଲ୍ ଏବଂ ବାଳାଶ୍ରମ ସୋନପୁର ଠାରେ ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ସମ୍ବଦ୍ଧିୟ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଶିଶୁ ଅଧିକାର, ଶିଶୁ ବିବାହ ଓ ଶିଶୁ ହେଲ୍ପ ଲାଇନ୍ 1098 ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁଜିତ୍ କୁମାର ମିଶ୍ର ଜିଲ୍ଲା ପ୍ରକଳ୍ପ ସଂଯାଜକ , କାଉନସିଲର ସୁଧୀର କୁମାର ଦାସ, ସୁପରଭାଇଜର ଧର୍ମେନ୍ଦ୍ର ଦାସ ଚାଇଲ୍ଡ ହେଲ୍ପ ଲାଇନ , ସଦସ୍ୟ ହେମନ୍ତ ସା ଶିଶୁ କଲ୍ୟାଣ ସମିତି ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ୧୦୯୮ ଟୋଲ ଫ୍ରି ନମ୍ବର , ଶିଶୁ ଶ୍ରମିକ ଏବଂ ଶିଶୁ ମାନଙ୍କ ବିଷୟରେ ଥିବା ଆଇନ ବିଷୟରେ ଚାଇଲ୍ଡ ହେଲ୍ପ ଲାଇନ ଏବଂ ଶିଶୁ କଲ୍ୟାଣ ସମିତି ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ୩୫୦ ରୁ ଉର୍ଦ୍ଧ୍ୱ ଶିଶୁ ଯୋଗ ଦେଇଥିଲେ । ୧୦୯୮ ଟୋଲ ଫ୍ରି ନ ର କାର୍ଯ୍ୟକାରିତା ଏବଂ ଶିଶୁ ଶ୍ରମିକ, ଶିଶୁ ଶ୍ରମିକ ଦମନ ବାଲ୍ୟବିବାହ ନିରାକରଣ, ଶିଶୁ ଯତ୍ନ , ଅବହେଳିତ ଶିଶୁମାନଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରି ଶିଶୁ ମାନଙ୍କ ପୃଷ୍ଠପୋଷକତା ବିଷୟରେ ଶିଶୁମାନଙ୍କ ସମଗ୍ର ଆଇନର କାର୍ଯ୍ୟକାରିତା ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ ।
ଯେ କୌଣସି ଶିଶୁ ଯେ କୌଣସି ଅସୁବିଧା ର ସମ୍ମୁଖୀନ ହେଲେ ୧୦୯୮ କୁ ଫୋନ ମାଧ୍ୟମରେ ଜଣେଇବା ପାଇଁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଜିତ୍ କୁମାର ମିଶ୍ର ସୂଚନା ଦେଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
