March 28, 2026
Home » ଜନଗଣନା – ୨୦୨୭ ପାଇଁ ପ୍ରଥମ ପର୍ଯ୍ୟାୟ ତାଲିମ ଶିବିର

ଜନଗଣନା – ୨୦୨୭ ପାଇଁ ପ୍ରଥମ ପର୍ଯ୍ୟାୟ ତାଲିମ ଶିବିର

0
WhatsApp Image 2026-03-25 at 9.15.56 PM

ପୋଲସରା:  ସମଗ୍ର ଦେଶରେ ଆରମ୍ଭ ହେବାକୁ ଥିବା ଜନଗଣନା – ୨୦୨୭ ଯାହାକି ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାର ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷର ଆସନ୍ତା ଏପ୍ରିଲ ମାସ ୦୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ଵଗଣନା ଏବଂ ୧୬ ତାରିଖ ଠାରୁ ଆଗାମୀ ମଇ ମାସ ୧୫ ତାରିଖ ପର୍ଯ୍ୟନ୍ତ ଗୃହ ତାଲିକା ଏବଂ ଗୃହ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହି ପରିପ୍ରେକ୍ଷୀରେ  ବୁଧବାର ଦିନ ପୋଲସରା ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ ନଗରପାଳ ସଙ୍ଗୀତା ବେହେରାଙ୍କ ପରିଚାଳନାରେ ଏଵଂ ପୌର ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରାଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ପରିଷଦ କାର୍ଯ୍ୟାଳୟ ସ୍ଥିତ ସଭାଗୃହ ଏବଂ ସ୍ଥାନୀୟ ରାଣିପଡା ସ୍ଥିତ ପରିଷଦର କଲ୍ୟାଣ ମଣ୍ଡପ ଠାରେ ତିନି ଦିବସୀୟ ତାଲିମ ଶିବିର ଆରମ୍ଭ ହୋଇଯାଇଛି।
ପ୍ରାରମ୍ଭରେ ନଗରପାଳ ମହୋଦୟା ପ୍ରଦୀପ ପ୍ରଜ୍ଵଳନ କରି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିବା ସହ ଗଣତନ୍ତ୍ରର ମୂଲ୍ୟବୋଧ ଏବଂ ସ୍ୱାଭିମାନର ପ୍ରତୀକ ଏହି ଜନଗଣନା କାର୍ଯ୍ୟକ୍ରମକୁ ସଫଳ ରୁପାୟନ କରିବାକୁ ଉପସ୍ଥିତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପରିଷଦର ଷ୍ଟାଫ୍ ଓ କର୍ମଚାରୀମାନଙ୍କୁ ନିବେଦନ କରିଥିଲେ। ଦୁଇଟି ଶିବିରରେ ବ୍ଲକର ଶତାଧିକ ସଂଖ୍ୟାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମଦାତା ଭାବେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ବିକାଶ କୁମାର ସାହୁ ଓ ଲିପିନାଥ ସିଂ ଦୁଇଜଣ ଅଧ୍ୟାପକ ଉପସ୍ଥିତ ରହି ତାଲିମ ଦେଉଥିବା ବେଳେ ପରିଷଦର ଅନ୍ୟ ଷ୍ଟାଫ୍ ଏବଂ କର୍ମଚାରୀମାନେ ସହଯୋଗ କରୁଛନ୍ତି।

 

polasara ru hrusikesh nayak nka report

Leave a Reply

Your email address will not be published. Required fields are marked *