March 30, 2026
Home » ସୋନପୁର ପୌର ପରିଷଦ କାର୍ଯ୍ୟାଳୟ ଠାରେ ଅଗ୍ନି ନିରାପତ୍ତା ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ।

ସୋନପୁର ପୌର ପରିଷଦ କାର୍ଯ୍ୟାଳୟ ଠାରେ ଅଗ୍ନି ନିରାପତ୍ତା ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ।

0
WhatsApp Image 2026-03-28 at 4.13.40 PM

ସୁବର୍ଣ୍ଣପୁର: ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଅଗ୍ନିଶମ ବିଭାଗ, ଓଡ଼ିଶା ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସୋନପୁର ପୌର ପରିଷଦ କାର୍ଯ୍ୟାଳୟ ଠାରେ ଅଗ୍ନି ନିରାପତ୍ତା ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ସୁବର୍ଣ୍ଣପୁର ଅଞଳିନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଦୂର୍ଗାଦତ୍ତ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ସୋନପୁର ପୌର ପରିଷଦ ର ସମସ୍ତ କାଉନସିଲର , ସଭାପତି ଜିଲ୍ଲା ବଣିକ ସଂଘ, ସଭାପତି, ଚେମ୍ୱରସ ଅଫ କମର୍ସ, ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ର ଅଧିକାରୀ,କର୍ମଚାରୀ, ପୌର ପରିଷଦ ର କର୍ମଚାରୀ , ପୋଲିସ ବିଭାଗର ଅଧିକାରୀ, କର୍ମଚାରୀ, ଜିଲ୍ଲା କାର୍ଯ୍ୟାଳୟ ଜରୁରୀ ଶାଖାର ଅଧିକାରୀ ଯୋଗଦାନ କରିଥିଲେ।ଏହି ତାଲିମ ଓ ସଚେତନତା କାର୍ଯ୍ୟକ୍ରମ କୁ ଅତିରିକ୍ତ ଅଗ୍ନିଶମ ଅଧିକାରୀ ଧୀରେନ୍ଦ୍ର ନାଥ ଦେ ଉପସ୍ଥିତ ସମସ୍ତଙ୍କୁ ଅଗ୍ନିକାଣ୍ଡର କାରଣ, ଅଗ୍ନିକାଣ୍ଡ ରୁ ରକ୍ଷା ପାଇବା ପାଇଁ ପୂର୍ବ ସତର୍କତା, ପ୍ରତିକାର ଓ ପ୍ରତିଷେଧକ ମୂଳକ କାର୍ଯ୍ୟ ହାତକୁ ନେବା, ଅଗ୍ନିକାଣ୍ଡ ଘଟିଲେ ଅଗ୍ନି ନିର୍ବାପନ ପାଇଁ ଆଶୁ ପଦକ୍ଷେପ, ୧୧୨ ଟୋଲ ଫ୍ରି ହେଲ୍ପଲାଇନ ନମ୍ବର ରେ ଅଗ୍ନିଶମ ବିଭାଗ, ଡାକ୍ତରଖାନା ଓ ପୋଲିସ ଷ୍ଟେସନ କୁ ତୁରନ୍ତ ଜଣାଇବା, ଅଗ୍ନିକାଣ୍ଡ ସମୟରେ ଓ ଅଗ୍ନିକାଣ୍ଡ ପରେ ଉଦ୍ଧାର କାର୍ଯ୍ୟ, ଅଗ୍ନିକାଣ୍ଡରେ ପୀଡ଼ିତ ଲୋକଙ୍କ ଚିକିତ୍ସା ଓ ଥଇଥାନ ଉପରେ ବିଶଦ ଭାବରେ ସଚେତନ କରାଇବା ସହିତ ତାଙ୍କ ବିଭାଗର ବିଭିନ୍ନ ଅଗ୍ନିଶମ ଯନ୍ତ୍ରପାତି ଯଥା ଅଗ୍ନି ନିର୍ବାପକ ଯନ୍ତ୍ର ଗୁଡିକର ପ୍ରକାର ଭେଦ, ସେଗୁଡ଼ିକର ବ୍ୟବହାର ପଦ୍ଧତି,ହାଇଡ୍ରୋଲିକ କଟର, ଧୁଆଁ ନିଷ୍କାସନ ଯନ୍ତ୍ର, ଅନେକ ଅଗ୍ନିଶମ ଯନ୍ତ୍ରପାତି ଗୁଡ଼ିକର ବ୍ୟବହାରିକ ପ୍ରଦର୍ଶନ ସହଜ କୌଶଳ ତାଲିମ୍ ମାଧ୍ୟମରେ ଶିଖାଇବା ସହିତ ଦମକଳ ଗାଡିର ବ୍ୟବହାର ଉପରେ ମଧ୍ୟ ସଚେତନ କରାଇଥିଲେ।ଏହି ଅବସରରେ ଅତିରିକ୍ତ ଅଗ୍ନିଶମ ଅଧିକାରୀ, ଘର,ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ମହଜୁଦ ଥିବା ଦହନୀୟ ସାମଗ୍ରୀ ଓ ପଦାର୍ଥ ଗୁଡିକୁ ତିନୋଟି ଶ୍ରେଣୀ ଭୁକ୍ତ କରିଥିଲେ ଯଥା, କଠିନ ଦହନୀୟ, ତରଳ ଦହନୀୟ ଓ ଗ୍ୟାସ ଜାତୀୟ ଦହନୀୟ ସାମଗ୍ରୀ ବା ପଦାର୍ଥ । ଏହି ତିନି ଗୋଟି ପ୍ରକାରରେ ଲାଗିଥିବା ନିଆଁ କୁ କିପରି ନିୟନ୍ତ୍ରଣ ଓ ନିର୍ବାପନ କରାଯିବ, ସେ ବିଷୟରେ ଉଦାହରଣ ସହିତ ପ୍ରଦର୍ଶନ ମାଧ୍ୟମରେ କୌଶଳ ଶିଖାଇବା ସହିତ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ ସମୟରେ ତାଙ୍କ କାର୍ଯ୍ୟାଳୟ ର କର୍ମଚାରୀ ମାନେ ସହଯୋଗ କରିଥିଲେ।ଏହି ତାଲିମ ଓ ସଚେତନତା ସମୟରେ ସମସ୍ତ ଜନସାଧାରଣ ଓ ମହିଳା ମାନଙ୍କ ପ୍ରଥମେ ଅଗ୍ନିକାଣ୍ଡରୁ ରକ୍ଷା ପାଇବା ପାଇଁ ସତର୍କତା, ପ୍ରତିକାର ଓ ପ୍ରତିଷେଧକ ମୂଳକ ପଦକ୍ଷେପ, ନିଆଁ ବା ଅଗ୍ନି ନିର୍ବାପନ୍ ସଂକ୍ରାନ୍ତୀୟ ଆବଶ୍ୟକୀୟ ଘରୋଇ ସାମଗ୍ରୀ ଯଥା – ପାଣି, ବାଲି, ଆଖବସ୍ତା ରଖିବା ସହିତ ପ୍ରତ୍ୟେକ ଘରରେ ପ୍ରବେଶ ଓ ପ୍ରସ୍ଥାନ ବା ନିଷ୍କାସନ ପାଇଁ ବାଟ କହିବା ପାଇଁ ତାଙ୍କ ତାଲିମ ଓ ସଚେତନତା କାର୍ଯ୍ୟକ୍ରମରେ ଗୁରୁତ୍ଵ ଆରୋପ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *