ଧର୍ମଗଡ଼ ଠାରେ ୩୧ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ କ୍ୟାମ୍ପୋରି ଉଦଘାଟିତ।
ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ (OSBC) କଳାହାଣ୍ଡି ଜିଲ୍ଲା ୟୁନିଟ୍ ଦୁଇଦିନିଆ ଜିଲ୍ଲା କ୍ୟାମ୍ପୋରି ଧର୍ମଗଡ଼ କଳାହାଣ୍ଡି ଉତ୍ସଵ ପଡ଼ିଆ ଠାରେ ଉଦଘାଟିତ ହୋଇଯାଇଛି। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଓଡିଶା ଭାରତ ସ୍କାଉଟ ଓ ଗାଇଡ୍ସ,ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଉକ୍ତ କ୍ୟମ୍ପୋରୀରେ କଳାହାଣ୍ଡି ଜିଲ୍ଲା ୧୩ଗୋଟି ବ୍ଲକ ର ୬୧୨ ଜଣ ଶିବିରାର୍ଥି ଯୋଗ ଦେଇଛନ୍ତି। ଓଡ଼ିଶା ସରକାରଙ୍କ ସ୍କୁଲ ଏବଂ ଗଣଶିକ୍ଷା, ST ଏବଂ SC ବିକାଶ,ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୩୧ତମ କଳାହାଣ୍ଡି ଜିଲ୍ଲା ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ କ୍ୟାମ୍ପୋରି ଉଦଘାଟନ କରିଥିଲେ।

କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଙ୍କ ସଭାପତିତ୍ବ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଡିଏଭି, ଟିଟଲାଗଡ ର ପୂର୍ବତନ ଅଧ୍ୟକ୍ଷ ଶିବ ପ୍ରସାଦ ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ସାଂସଦ ପ୍ରତିନିଧି ଲକ୍ଷ୍ମୀ କାନ୍ତ ବାଗ,ବିଧାୟକ ପ୍ରତିନିଧି ହିମାଂଶୁ ଶେଖର ପଣ୍ଡା, ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତପି ମଣି ଜାନୀ, ଜିଲ୍ଲା କମିଶନର ସ୍କାଉଟ୍ସ ମହେନ୍ଦ୍ର କୁମାର ପଣ୍ତା, ଜିଲ୍ଲା ସମ୍ପାଦକ ସ୍କାଉଟ୍ସ ରୂପସିଂ ରାଉତ, ଅତିରିକ୍ତ ସହ ଜିଲ୍ଲା ଅଧିକାରୀ ରାମ ସାଗର ମହାନନ୍ଦ,ଧର୍ମଗଡ଼ ଶିକ୍ଷା ଜିଲ୍ଲା ଗୋଷ୍ଠୀ ଅଧିକାରୀ ପଙ୍କଜିନୀ ମାଝୀ, ଜିଲ୍ଲା ଟ୍ରେନର କମିଶନର ଧୀରେନ୍ଦ୍ର କୁମାର ପଣ୍ତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରି ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଥିରତାର ବୀଜ ବୁଣି ଚିନ୍ତାଧାରାର ଆଦାନପ୍ରଦାନ ସୃଷ୍ଟି କରିବ। ତିନିଦିନ ଧରି OSBC ସହିତ ଜଡିତ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ଉତ୍କୃଷ୍ଟ ଦକ୍ଷତା ପ୍ରଦର୍ଶନ କରିବାରେ ଗର୍ବ ଅନୁଭବ କରିବେ। ସେମାନଙ୍କୁ ପରସ୍ପର ମଧ୍ୟରେ ପ୍ରେମ, ସମ୍ମାନ ଏବଂ ଭାଇଚାରା ପ୍ରସାର ପାଇଁ ତାଲିମ ଦିଆଯିବବୋଲି ପ୍ରକାଶ କରିଥଲେ। ଆୟୋଜନ କମିଟି ର ସଂମ୍ପାଦକ ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ ଧନ୍ଯବାଦ ପ୍ରଦାନ କରିଥଲେ।ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ଶିକ୍ଷକ ତେଜେଶ୍ୱର ସାହୁ କାର୍ଯକ୍ରମ ପରିଚାଳନା କରିଥିବା ବେଳେ ମିଡ଼ିଆ ସଂଯୋଜକ ସଞ୍ଜିତ କୁମାର ପଣ୍ତା, ନରେନ୍ଦ୍ର କୁମାର ଜଗତ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
