March 31, 2026
Home » ଡାକ୍ତର ଲକ୍ଷ୍ମୀକାନ୍ତ ନନ୍ଦ ମହାମହିମ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଚିକିତ୍ସକ ନିଯୁକ୍ତ

ଡାକ୍ତର ଲକ୍ଷ୍ମୀକାନ୍ତ ନନ୍ଦ ମହାମହିମ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଚିକିତ୍ସକ ନିଯୁକ୍ତ

0
WhatsApp Image 2026-03-31 at 4.10.24 PM (1)

ଭୁବନେଶ୍ୱର: ଓଡିଶାର ବିଶିଷ୍ଟ ହୋମିଓପ୍ୟାଥିକ୍ ଚିକିତ୍ସାବିତ୍ ତଥା ଡାକ୍ତର ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଭୁବନେଶ୍ୱରର ପ୍ରାକ୍ତନ ଅଧ୍ୟକ୍ଷ ଓ ପ୍ରଫେସର, ଡାକ୍ତର ଲକ୍ଷ୍ମୀକାନ୍ତ ନନ୍ଦ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଅବୈତନିକ ବ୍ୟକ୍ତିଗତ ଚିକିତ୍ସକ ଭାବେ ନିଯୁକ୍ତି ପାଇଛନ୍ତି । ଏହି ସମ୍ମାନଜନକ ନିଯୁକ୍ତି ପାଇବା ପରେ ଡ଼ାକ୍ତର ଲକ୍ଷ୍ମୀକାନ୍ତ ନନ୍ଦଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସାରା ଓଡ଼ିଶାରେ ବିଶେଷ କରି ଡାକ୍ତର ର ମହଲରେ ଖୁସିର ଲହରି ଖେଳିଯାଇଛି ଓ ରାଜ୍ୟ ତଥା ଦେଶରେ ହୋମିଓପ୍ୟାଥିକ୍ ଟିକିତ୍ସା ଓ ଗବେଷଣା କ୍ଷେତ୍ରରେ ପ୍ରଫେସର ନନ୍ଦଙ୍କ ବିଶେଷ ଅବଦାନ ରହିଛି ଓ ଜଗତସିଂପୁରଜିଲ୍ଲା ମୁଦିପୁର ପଞ୍ଚାୟତର ବିଶିଷ୍ଟ କବିରାଜ ତଥା ଜନନେତା ବୈକୁଣ୍ଠନାଥ ନନ୍ଦଙ୍କ ଜ୍ୟେଷ୍ଠ ପୁତ୍ର ପ୍ରଫେସର ଲକ୍ଷ୍ମୀକାନ୍ତ ନନ୍ଦ ହୋମିଓପ୍ୟାଥିକ୍ ଚିକିତ୍ସା କ୍ଷେତ୍ରରେ ଅନେକ ସୁନାମର ଅଧିକାରୀ। ସୂଚନାଯୋଗ୍ୟ ଯେ, ହାଇଟେକ୍ ମେଡିକାଲ୍ କଲେଜ ଓ ହସପିଟାଲ୍‌ରେ ପ୍ରଫେସର ନନ୍ଦ, ଆୟୁଷ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅଧ୍ୟକ୍ଷ ରୁପେ କାର୍ଯ୍ୟ କରି ଆସୁଥିଲେ।

 

estern press agency

Leave a Reply

Your email address will not be published. Required fields are marked *