April 2, 2026
Home » ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ତରଫରୁ ଦୁବେ ଙ୍କ କୁଶପୁତ୍ତଳିକା ଦାହ

ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ତରଫରୁ ଦୁବେ ଙ୍କ କୁଶପୁତ୍ତଳିକା ଦାହ

0
WhatsApp Image 2026-04-01 at 12.52.49 PM

 

ସୁବର୍ଣ୍ଣପୁର—ସୁବର୍ଣ୍ଣପୁର ଜିଲ୍ଲା ଯୁବ ବିଜେଡ଼ି ଓ ଛାତ୍ର ବିଜେଡ଼ି ତରଫରୁ ନିଶିକାନ୍ତ ଦୁବେ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି l ଝାଡ଼ଖଣ୍ଡ ରାଜ୍ୟ ଗୋଡ୍ଡା ଆସନ ର ଲୋକସଭା ସାଂସଦ ନିଶିକାନ୍ତ ଦୁବେ ବିଜୁ ପଟ୍ଟନାୟକ ଙ୍କୁ CIA ଏଜେଣ୍ଟ କହି ଅପମାନ କରିଥିବା କହି ଦୃଢ଼ ନିନ୍ଦା କରିଛି ସୁବର୍ଣ୍ଣପୁର ବିଜେଡି। ଶତାଧିକ ବିଜେଡି କର୍ମୀ ସ୍ଥାନୀୟ ବିଜୁପଟ୍ଟନାୟକ ଛକ ରେ ଏକତ୍ରିତ ହୋଇ ଦୁବେ ଙ୍କ ମନ୍ତବ୍ୟ କୁ ନିନ୍ଦା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୧୯୬୨ ଚୀନ ଯୁଦ୍ଧ ବେଳେ ନେହେରୁ ସରକାର ଓ CIA ମଧ୍ୟ ରେ ମଧ୍ୟସ୍ଥତା କରିଥିବା କହି ହୀନ ମନ୍ତବ୍ୟ ଦେଇଥିବା କହି ବିଜେପି ଓ ବିଜେଡ଼ି ସାମ୍ନା ସାମ୍ନୀ ହୋଇଛନ୍ତି। ବିଜୁ ବାବୁ ଜଣେ ଜାତୀୟ ସ୍ତର ର ନେତା ସହ ଇଣ୍ଡୋନେସିଆ ରେ ମଧ୍ୟ ଭୂମିପୁତ୍ର ଉପାଧି ରେ ଭୂଷିତ ହୋଇ ଦେଶ ପାଇଁ ଗୌରବ ଆଣିଥିବା ବେଳେ ଦୁବେ ଙ୍କ ଏପରି ମନ୍ତବ୍ୟ କୁ ନିନ୍ଦା କରି ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିଜେଡି କର୍ମୀ। ଏହି ବିକ୍ଷୋଭ ପ୍ରଦର୍ଶନ ସମୟ ରେ ଅଶୋକ ନନ୍ଦ, ନାରାୟଣ ଲୁହା, କଇଁରୁ ସ୍ୱାଇଁ, ପୀୟୂଷ ପଣ୍ଡା,ଶାଶ୍ୱତ କୁମାର ମିଶ୍ର, ଅଭିଷେକ ଶର୍ମା, ଦେବାଶିଷ ପଟ୍ଟନାୟକ ଙ୍କ ସହ ସୋନପୁର, ବିନିକା ଓ ଵୀରମହାରାଜପୁର ସହିତ ସମସ୍ତ ବ୍ଲକ ରୁ ଶହ ଶହ ବିଜେଡି କର୍ମୀ ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *