April 3, 2026
Home » ମହିଳା ପେଟ୍ରୋଲ ଧରି ହାଇକୋର୍ଟ ନିକଟରେ ଥିବା ୪ ଓ ୨ ଚକିଆ ଯାନରେ ଲଗାଇଛନ୍ତି ନିଆଁ

ମହିଳା ପେଟ୍ରୋଲ ଧରି ହାଇକୋର୍ଟ ନିକଟରେ ଥିବା ୪ ଓ ୨ ଚକିଆ ଯାନରେ ଲଗାଇଛନ୍ତି ନିଆଁ

0
WhatsApp Image 2026-03-31 at 9.52.06 PM

କଟକ:ଜଣେ ମହିଳା ହାଇକୋର୍ଟ ନିକଟରେ ପାର୍କିଙ୍ଗ କରିଥିବା ୪ ଓ ୨ ଚକିଆ ଯାନରେ ନିଆଁ ଲଗାଇଥିବାର ସ୍ପଷ୍ଟ ହୋଇଛି । ମହିଳାଜଣକ ପେଟ୍ରୋଲ ଧରି ନିଆଁ ଲଗାଇଥିବା ଦୃଢ଼ତାର ସହ ଗଣମାଧ୍ୟମ ନିକଟରେ ସୁଚନା ଦେଇଥିବା ଦେଖିବାକୁ ମିଳିଛି। ସେ ଗାଡ଼ିରେ ନିଆଁ ଲଗାଇବା ସହ ହାଇକୋର୍ଟ ପରିସରକୁ ନିଆଁ ଫିଙ୍ଗୁଥିବାର କ୍ୟାମେରାରେ କଏଦ ହୋଇଛି ।ହୁତୁହୁତୁ ହୋଇ ଜଳି ଯାଇଥିଲା ଗାଡି । ଆକାଶକୁ ଉଠିଥିଲା କଳା ଧୂଆଁ । ଓଡ଼ିଶା ହାଇକୋର୍ଟ ସମ୍ମୁଖରେ ଦେଖିବାକୁ ମିଳିଥିଲା ଅଗ୍ନିକାଣ୍ଡର ଭୟଙ୍କର ରୂପ। ଜଳିପୋଡ଼ି ଛାରଖାର ହୋଇଯାଇଥିଲା ଗୋଟିଏ ପରେ ଗୋଟିଏ ଗାଡ଼ି।ସ୍କର୍ପିଓ ଗାଡ଼ିରେ ହଠାତ୍ ଲାଗିଯାଇଥିଲା ନିଆଁହାଇକୋର୍ଟ ପରିସର ବାହାରେ ପାର୍କିଂ ହୋଇଥିବା ଏକ ଦାମୀ ସ୍କର୍ପିଓ ଗାଡ଼ିରେ ହଠାତ୍ ନିଆଁ ଲାଗିଯାଇଥିଲା ବୋଲି କୁହାଯାଇଥିଲା। ଦେଖୁ ଦେଖୁ ଏହି ନିଆଁ ଏତେ ଭୟଙ୍କର ରୂପ ନେଇଥିଲା ଯେ, ପାଖରେ ଥିବା ଅନ୍ୟ ଗାଡ଼ିଗୁଡ଼ିକୁ ମଧ୍ୟ ଧରି ନେଇଥିଲା।କେବଳ ସ୍କର୍ପିଓ ନୁହେଁ, ନିଆଁରେ ପୋଡ଼ି ପାଉଁଶ ହୋଇଯାଇଥିଲା ୨ଟି ସ୍କୁଟର ଏବଂ ଏକ ଇଭି (EV) ବାଇକ୍। କୋର୍ଟ କାର୍ଯ୍ୟ ଚାଲିଥିବା ବେଳେ ବାହାରେ ଏମିତି ଅଘଟଣ ଘଟିବ ବୋଲି କେହି କଳ୍ପନା ବି କରିନଥିଲେ।ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ସେତେବେଳକୁ ଗାଡ଼ିଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଥିଲା। ତେବେ ନିଆଁ ଲାଗିବାର ସତ ଏବେ ପଦାକୁ ଆସିଛି । ଜଣେ ମହିଳା ଗାଡ଼ିରେ ନିଆଁ ଲଗାଇଥିବା ସ୍ପଷ୍ଟ ହୋଇଛି ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *