ଯୋଜନା କମିଟି ର ଅଧ୍ୟକ୍ଷ ଙ୍କୁ ଜିଲ୍ଳା ବ୍ୟାପି ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା
କଳାହାଣ୍ଡି ଜିଲ୍ଲା ନିମନ୍ତେ ଜିଲ୍ଲାସ୍ତରୀୟ ଯୋଜନା ବୋର୍ଡ କମିଟିର ଅଧ୍ୟକ୍ଷ ରୂପେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କୁ ଦାୟିତ୍ଵ ପ୍ରଦାନ କରିଥିବାରୁ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ଶ୍ରୀ ପଟ୍ଟଯୋଶୀ କଳାହାଣ୍ଡି ଜିଲ୍ଳା ରେ ପହଞ୍ଚିବା ପରେ ଜିଲ୍ଳାବାସୀ ସ୍ଵାଗତ ସମ୍ବର୍ଦ୍ଧନା କରିଛନ୍ତି।କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ପଟ୍ଟଯୋଶୀ ଙ୍କୁ ଉର୍ଲାଦାନୀ ଠାରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା। ଏହିଅବସରରେ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝିଙ୍କ ଜନ୍ମଭୂମିରେ ସ୍ଥାପିତ ପ୍ରତିମୂର୍ତ୍ତିରେ ଶ୍ରୀ ପଟ୍ଟଯୋଶୀ ପୁଷ୍ପମାଲ୍ୟ ଅର୍ପଣ କରିଥଲେ।କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର,ତୁଲାପଡା,ବାଲିପଡ଼ା,ନର୍ଲା,ଚଇତିଗୁଡା,ଦେପୁର,ଭବାନୀପାଟଣା,କୁଟ୍ରୁଖମାର,ଜୁନାଗଡ଼ ଓ ଧର୍ମଗଡ଼ ଠାରେ ଶହ ଶହ ଲୋକ ଶ୍ରୀ ପଟ୍ଟଯୋଶୀଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।ଏହି ଅବସରରେ ଶ୍ରୀ ପଟ୍ଟଯୋଶୀ ମାଆ ମାଣିକେଶ୍ୱରୀ, ମା ଲଙ୍କେଶ୍ଵରୀ ଓ ମା ଭଣ୍ଡାରଘରଣୀ ମନ୍ଦିରକୁ ଦର୍ଶନ ଆଶୀର୍ବାଦ ଭିକ୍ଷା କରିଥଲେ।


ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼, ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ବିଜେପି ଆଇ ଟି ସେଲ୍ ର ହୃଷିକେଶ ମିଶ୍ର, ପୂର୍ବତନ ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର, ପୂର୍ବତନ ବିଧାୟକ ଅନାମ ନାଏକ, ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ତା,ଧର୍ମଗଡ଼ ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି,ଜିଲ୍ଲା ସାଧାରଣ ସଂପାଦକ ହିମାଂଶୁ ପଣ୍ତା, ମହିଳା ମୋର୍ଚ୍ଚା ର ରାଜ୍ୟ ପରିଷଦ ସଭ୍ୟା କାଞ୍ଚନ ବାଗ,ଜିଲ୍ଲା ଉପସଭାପତି ମୁକେଶ ଅଗ୍ରୱାଲ, ରୂପେଶ ଜୈନ, ଜିଲ୍ଲା ସାଧାରଣ ସଂପାଦକ ଲୋକନାଥ ଦୁର୍ଗା, ସତ୍ୟ ବେହେରା,ବିଜେପି ନେତା ଭବାନୀ ଶଙ୍କର ନିଆଲ ଶେଷଦେବ ବେହେରା, ବସନ୍ତ ପୁରୋହିତ, ବିଭୁଦତ୍ତ ପ୍ରଧାନୀ, ବ୍ରଜେଶ ପଣ୍ଡା,ହେମନ୍ତ କୁମାର ମାଝୀ, ହରେକୃଷ୍ଣ ପଣ୍ତାଙ୍କ ନେତୃତ୍ୱରେ ଶହ ଶହ ବିଜେପି କର୍ମୀ ଓ ସାଧାରଣ ଲୋକେ ଶ୍ରୀ ପଟ୍ଟଯୋଶୀଙ୍କୁ ବିଭିନ୍ନ ସ୍ଥାନରେ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
