ଟିକାବାଲି ବ୍ଲକ ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଦିଗହରା- ଗୁହାରି ଶୁଣିବ କିଏ ?
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଘୁ ଉଦୟଗିରି ବିଧାନସଭା ନିର୍ବାଚନୀ ମଣ୍ଡଳୀ ଟିକାବାଲି ବ୍ଲକ ଅନ୍ତର୍ଗତ କଇ଼଼ଝର ଗ୍ରାମ ପଞ୍ଚାୟତ ଅଧୀନ ଡଗପଦର ଠାରୁ ଗଣ୍ଡିକୁ ଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଯୋଗୁଁ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ସତ କିନ୍ତୁ ସରକାରଙ୍କ ନିୟମ ପ୍ରକାରେ ପାଞ୍ଚ ବର୍ଷ ମଧ୍ୟରେ ମରାମତି ହେବାର ଦୂରର କଥା, ଦୀର୍ଘ ଦୁଇ ତିନି ବର୍ଷ ହେଲାଣି ଏହିପରି ଭାବେ ପଡ଼ିରହିଛି। ମଝିରେ ଥରେ ଗାଁ ଗାଁ ରେ ବୁଲି ମାଁ ମାନଙ୍କୁ ଏକତ୍ରିତ କରି ରାସ୍ତା ମରାମତି କରିଥିଲେ,ହେଲେ କ’ଣ ହେଲା ପୁଣି ମେନ୍ ମେନ୍ ଅବସ୍ଥାରେ ପଡ଼ିରହିଛି, ଖରାଦିନ ବୋଲି ପୂର୍ବ ବିଜେଡି ସରକାର ଅମଳରେ ରାସ୍ତା କାମ ହୋଇଥିଲା, ଏବଂ ଲକ୍ଷ୍ମୀ ବସ ମଧ୍ୟ ଚାଲିଛି ବିଡ଼ମ୍ବନାର ବିଷୟ ପ୍ରଶାସନିକ ସେବା ଏପରି ଓଲଟାପାଲଟା ଚାଲିଛି।ଯାହା ଶୁଣିଲେ କୁଳକୁଟୁମ୍ଭକୁ ଲାଜ,ଯେପରି କଥାରେ ଅଛି-“ଖଜୁରୀ ଗଛର କି ଗୁଣ ଖାଇବି ମୂଳରୁ ପାହାଚ ପାହଚ” ଦୁଃଖର ବିଷୟ ପୂର୍ବତନ ଭାରତର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ଅମଳରେ ଗାଁ ଗାଁ କୁ ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ନିର୍ମାଣରେ ଯାତାୟାତ ପାଇଁ ସାଧାରଣ ଲୋକଙ୍କଠାରୁ ବ୍ୟବସାୟ, ଛାତ୍ରଛାତ୍ରୀ, ଇତ୍ୟାଦି ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ସାଧାରଣ ଜନତା ପାଇଁ ସହାୟକ ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ପଡ଼ିରହିଛି। ଦୁର୍ଘଟଣା କୁ ଏଡେଇ ଦିଆଯାଇପାରିବ ନାହିଁ।ବେଳ ଥାଉଁ ଥାଉଁ ମରାମତି କଲେ ନାହିଁ ବରଂ ଠିକାଦାର ଙ୍କୁ ଲାଭଦାୟକ କରାଇଲେ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ,ଫଳରେ ଲେଖା ଅଛି ପାଞ୍ଚବର୍ଷ ଯାଏଁ ମରାମତି କରାଯିବ, ରାସ୍ତା କଡ଼ରେ ଘାସ ଲଗାଯିବ ଇତ୍ୟାଦି ସରକାର ଙ୍କ ନିୟମ ଏହି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଉଦାହରଣ ପାଲଟିଛି,,


କାରଣ ସହକାରୀ ଯନ୍ତ୍ରୀ ଜଣକ କୁଆଡେ଼ ଜିଲ୍ଲା ରେ ଦୀର୍ଘ ବର୍ଷ ବର୍ଷ ଧରି ସରକାରୀ ଦଳର ବିଧାୟକ ମାନଙ୍କୁ କୁଆଡେ଼ ପକେଟ୍ ରେ ରଖି ଦୀର୍ଘ ବର୍ଷ ଧରି ନିଜର ପତିଆରା ବିସ୍ତାର କରିବାରେ ପଛଘୁଞ୍ଚା ଦେଇନାହିଁ ନାହାଁନ୍ତି କିନ୍ତୁ ଲୋକଙ୍କ ସରକାର, ଡବଲ ଇଞ୍ଜିନ ସରକାର, ମୂଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀଙ୍କ ସରକାର ଅମଳରେ ତାଳଚେର ଗୋଟେ ଗୋଟେ କରି ତନଖି କରିବା ସମୟ ଆସିଛି,ଇ ଡି ବିଭାଗ ରେ ଉକ୍ତ ସହକାରୀ ଯନ୍ତ୍ରୀ ଜଣକ ଦାୟିତ୍ଵ ନେଉଛନ୍ତି ସେହି ଅଞ୍ଚଳରେ ନିମ୍ନ ମାନର କାମ ରାଜ୍ୟରେ ସାଧାରଣ ଲୋକେ ଖବର କାଗଜ ଓ ଟେଲିଭିଜନ, ମୋବାଇଲ ଦ୍ଵାରା ଲୋକଲୋଚନକୁ ଖବର ଦେଖିବାକୁ ମିଳେ। ଏପରିକି କଇ଼଼ଝର ଠାରୁ ଗୁଟିଙ୍ଗିଆ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ମାରଣଯନ୍ତା ପାଲଟିଛି ହେଲେ ମଧ୍ୟ ଆର ଡି ବିଭାଗ ନୀର୍ବାହୀ ମନ୍ତ୍ରୀଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନି ବୋଲି, କନ୍ଧମାଳ ଜିଲ୍ଲା କଳିଙ୍ଗ ସେନା ଜିଲ୍ଲା ସଭାପତି ଙ୍କ ଦ୍ୱାରା ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କିଛି ଫରକ୍ ପଡ଼ିନଥିଲା,କାରଣ ଲୋକଙ୍କ ସରକାର ଡବଲ ଇଞ୍ଜିନ ସରକାର ମୂଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀଙ୍କ ସରକାର ଅମଳରେ ଦୁର୍ନୀତି ବିରୋଧରେ ପ୍ରଶାସକ ଅଧିକାରୀ ମାନଙ୍କୁ ଅଞ୍ଚଳ ବାସିନ୍ଦାଙ୍କ ସମସ୍ୟା ଅଧିକାରୀ ଙ୍କୁ ଜଣାଇଲେ ସଫଳ ମିଳୁ ନାହିଁ। ଟିକାବାଲି ବ୍ଲକ ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ଗୁଡ଼ିକର ତୁରନ୍ତ ମରାମତି ନହେଲେ ଆଗାମୀ ଦିନରେ କଳିଙ୍ଗ ସେନା ରାଜରାସ୍ତାରେ ଓହ୍ଲାଇ ବା ସହ ବ୍ଲକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ,ଆର ଡି ବିଭାଗ ଆଗରେ ଧାରଣା ଦେବେ ବୋଲି କନ୍ଧମାଳ କଳିଙ୍ଗ ସେନା ର ଜିଲ୍ଲା ସମ୍ପାଦକ ଅଭିଯୋଗ ଜଣାଇଛନ୍ତି। ସୂଚନାଯୋଗ୍ୟ କଇ଼଼ଝର ଗ୍ରାମ ପଞ୍ଚାୟତ ରେ ଜିଗିନାଗା କେଉଁଠି ଅଛି ହେଲେ ଆର ଡି ବିଭାଗ ର ବୋଡ ବା ଫଳକ କେଉଁ ସ୍ଥାନରେ ଲାଗିଛି,ତାହା ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ପଡ଼ିଥିବ କି ନାହିଁ ସନ୍ଦେହ ଘେରାଉରେ ବୋଲି ରାଜରାସ୍ତାରେ ଚର୍ଚ୍ଚା ହେଉଛି।ଜିଗିନାଗା ଠାରୁ ଗଣ୍ଡଗା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ରେ ପିଚୁ ଉଠିଯାଇଛି ହେଲେ ମରାମତି କେବେ , ସାଧାରଣ ରେ ଚର୍ଚ୍ଚା ହେଉଛି ଠିକାଦାର ଜଣକ କୁଆଡେ଼ ସହକାରୀ ଯନ୍ତ୍ରୀ ଙ୍କ ନିକଟତମ ଲୋକ ବୋଲି ସରକାରୀ ଦଳର ଲୋକେ ଚା ଖଟି ରେ ଚର୍ଚ୍ଚା ହେବା ଦ୍ବାରା ତୁଣ୍ଡ ବାଇଦ ଶହଶ୍ର କୋଶ , ଲୋକଙ୍କ ସରକାର ଡବଲ ଇଞ୍ଜିନ ସରକାର ଖୋଜୁଛି ଏବେ କେଉଁ ସରକାରୀ କର୍ମଚାରୀ କେଉଁ ସ୍ଥାନରେ କେତେ ବର୍ଷ ସରକାରୀ ଅନୁଦାନ କେତେ ପରିମାଣର କାର୍ଯ୍ୟ ଖସଡ଼ା ଗୁଳିଆ ପାଣି, ମୂଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀଙ୍କ ସରକାର ଅମଳରେ ଭିଜିଲାନ୍ସ ବିଭାଗର ବାରଂବାର ତନାଘନା ଚଢ଼ଉ ସରକାରୀ କର୍ମଚାରୀ ଙ୍କୁ ଲାଭଦାୟକ କୋକୁଆ ଭୟ ପଛରେ ଦଉଡାଉଛି। କେତେବେଳେ କାହା ଭାଗ ପ୍ରକୃତରେ ଲୋକଙ୍କ ସରକାର ଲୋକମାନଙ୍କ ସମସ୍ୟାର ସମାଧାନ ଦାବିରେ ଛାତ୍ରଛାତ୍ରୀଙ୍କ ପାଠପଢା ରେ ଯାତାୟତ ସମସ୍ୟା କ’ଣ ମୂଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀଙ୍କ ନିଜର ସମସ୍ୟା ନୂହ। କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଡଗପଦର ଠାରୁ ଗଣ୍ଡିକୁ ଟି, କଇ଼଼ଝର ଠାରୁ ଗୁଟିଙ୍ଗିଆ, ଜିଗିନାଗା ଠାରୁ ଗଣ୍ଡଗା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ମରାମତି ହେଉ ନତୁବା ପୁନଃ ନିର୍ମାଣ କାର୍ଯ୍ୟ ପାଇଁ ସାଧାରଣ ଦାବି ଲମ୍ବା ଧାଡ଼ି ରେ ହେଲେ ଡବଲ ଇଞ୍ଜିନ ସରକାର ମୂଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀଙ୍କ ସରକାର ଲୋକମାନଙ୍କ ସମସ୍ୟାର ସମାଧାନ ଦାବୀ କେବେ ସୁଫଳ ପାଇବେ ଚାତକିତ ସାଧାରଣ ଜନତା ଦେଖିବାକୁ ବାକି ରହିଲା ।
ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ
