April 6, 2026
Home » ସ୍ୱ ଜନଗଣନା ରେ ସାମିଲ ହେଲେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ।

ସ୍ୱ ଜନଗଣନା ରେ ସାମିଲ ହେଲେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ।

0
WhatsApp Image 2026-04-06 at 10.49.28 AM (1)

 

ଭାରତର ପ୍ରଥମ ଡିଜିଟାଲ୍ ଜନଗଣନା ପ୍ରକ୍ରିୟା ଭାରତ ବର୍ଷରେ ଆରମ୍ଭ ହୋଇଛି।ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଆଜି ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଇ ନିଜ ପରିବାରର ତଥ୍ୟ ଡିଜିଟାଲ୍ ପୋର୍ଟାଲରେ ଦାଖଲ କରିଛନ୍ତି। ଏଥର ଜନଗଣନାରେ ଲୋକମାନଙ୍କୁ ଏକ ସୁବିଧା ଦିଆଯାଇଛି, ଯେଉଁଥିରେ ସେମାନେ ଜନଗଣନା କର୍ମଚାରୀଙ୍କ ଅପେକ୍ଷା ନକରି ନିଜେ ଅନଲାଇନ୍ ମାଧ୍ୟମରେ ନିଜ ପରିବାରର ବିବରଣୀ ଦେଇପାରିବେ। ଏହି ସ୍ଵ ଜନ ଗଣନାରେ ସମସ୍ତେ ସାମିଲ ହେବା ପାଇଁ ବିଧାୟକ ଶ୍ରୀ ପଟ୍ଟଯୋଶୀ ଅନୁରୋଧ କରିଛନ୍ତି। ଏହା ସହିତ ଜିଲ୍ଲାର ସବୁ ସ୍ତରର ଜନପ୍ରତିନିଧି, ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ସଚେତନ ନାଗରିକ ମାନଙ୍କୁ ସ୍ୱ-ଗଣନାରେ ସାମିଲ ହୋଇ ନିଜର ତଥ୍ୟ ଦାଖଲ କରିବା ସହିତ ଅନ୍ୟମାନଙ୍କୁ ଅନୁପ୍ରେରିତ କରିବା ପାଇଁ ବିଧାୟକ ଶ୍ରୀ ପଟ୍ଟଯୋଶୀ ଅନୁରୋଧ କରିଛନ୍ତି ।

ଗଣନାକାରୀମାନଙ୍କୁ ସଠିକ ତଥ୍ୟ ଯୋଗାଇବାକୁ ଅନୁରୋଧ କରିଥିବା ବେଳେ, ଏହି ଜନଗଣନାକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱ ଜନଗଣନା କାର୍ଯ୍ଯକ୍ରମ ଆରମ୍ଭ ହୋଇଥିବା ଆଜି ଧର୍ମଗଡ଼ ଏନଏସିର ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର ଙ୍କ ତତ୍ତ୍ଵାବଧାନରେ ସୁପର ଭାଇଜର ନିରଞ୍ଜନ ମୁଦୁଲି, ସରୋଜ କୁମାର ପଣ୍ଡା,ଏନୁମାରେଟର ଦୀପ୍ତିମୟୀ ପଣ୍ଡା, ଅର୍ଚ୍ଚନା ପାତ୍ର,ସାହୁ,ରବୀନ୍ଦ୍ର କୁମାର ପରିଡ଼ା,ବିକାଶ କୁମାର ବିଡ଼ିକା, ଶ୍ରବଣ କୁମାର ଜାଲ,ମନୋରଞ୍ଜନ ନାଗ ପ୍ରମୁଖଙ୍କ ଉପସ୍ଥିତି ରେ ବିଧାୟକ ସ୍ୱ ଜନଗଣନାରେ ସାମିଲ ହୋଇଥିଲେ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହି ସ୍ଵ ଜନଗଣନା କାର୍ଯ୍ୟକ୍ରମ ଜାରୀ ରହିବ।ସ୍ୱ ଜନଗଣନା ପ୍ରକ୍ରିୟା ରେ ମୋବାଇଲ୍ ଆପ ଯୋଗେ ନିଜେ ନିଜେ ନିଜର ପରିବାରର ବିସ୍ତୃତ ବିବରଣୀ ଦେଇ ଜନଗଣନା ରେ ସାମିଲ ହୋଇ ପାରିବେ।ଏପ୍ରିଲ ୧୬ ତାରିଖରୁ ଗଣନାକାରୀମାନେ ଘରକୁ ଘର ବୁଲି ସୂଚନା ସଂଗ୍ରହ କରିବେ ଏବଂ ଯେଉଁମାନେ ସ୍ୱ ଜନଗଣନାରେ ଅନଲାଇନ୍ କରିଛନ୍ତି ସେମାନଙ୍କ ତଥ୍ୟ ଯାଞ୍ଚ କରିବେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *