April 12, 2026
Home » ଅବସର ପ୍ରାପ୍ତ କର୍ମଚାରୀଙ୍କ ଧାରଣା ଅଷ୍ଟମ ଦିନରେ, କାହାର ନିଘା ନାହିଁ

ଅବସର ପ୍ରାପ୍ତ କର୍ମଚାରୀଙ୍କ ଧାରଣା ଅଷ୍ଟମ ଦିନରେ, କାହାର ନିଘା ନାହିଁ

0
1001009503
ନୟାଗଡ : ନୟାଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅବସର ପ୍ରାପ୍ତ କର୍ମଚାରୀ ସଂଘର ଧାରଣା ଅଷ୍ଟମ ଦିନରେ ପହଞ୍ଚି ଥିଲାବେଳେ ପ୍ରଶାସନିକ ହେଉ ବା ରାଜନୈତିକ ସରରେ କାହାର ନିଘା ନାହିଁ ।ଯାହା ଫଳରେ ଧାରଣା ଷଷ୍ଠ ଦିନରେ ପହଞ୍ଚିଛି । ଉଚ୍ଚ ନ୍ୟାୟଳୟ ନିର୍ଦେଶ ଥିଲେ ମଧ୍ୟ କର୍ତ୍ତୃପକ୍ଷ ମାନିବାକୁ ପ୍ରସ୍ତୁତ ନାହିଁ ।
ସଂଘ ପକ୍ଷରୁ ଲିଖିତ ଭାବରେ ଜଣାଇଛନ୍ତି, ହକ ପ୍ରାପ୍ୟ ନ ମିଳିଲେ ପରିଣାମ ଭୟାବହ ହେବ । ମୂଳ ଦାବୀ ୬ଷ୍ଠ ଓ ୭ମ ବେତନ କମିଶନ ହାରରେ ବକେୟା ଅର୍ଥ ଏବଂ ଗ୍ରାଚ୍ୟୁଟି ତୁରନ୍ତ ପ୍ରଦାନ କରାଯାଉ । ଆସୋସିଏସନର କାର୍ଯ୍ୟକାରୀ ସଭାପତି ଜୟକୃଷ୍ଣ ଜେନା ସମ୍ପାଦକ ଗଙ୍ଗାଧର ସାହୁ ଏବଂ କାର୍ଯ୍ୟକାରିଣୀ ସଭାର ସଭ୍ୟ ନିରଞ୍ଜନ ନାୟକ, ପଞ୍ଚାନନ ମହାନ୍ତି, କୃଷ୍ଣଚନ୍ଦ୍ର ପଟ୍ଟନାୟକ ଏବଂ ମୋଜିବୁର ରହମନ୍ ଖାଁ ପ୍ରକାଶ କରିଛନ୍ତି । ୨୦୦ ହିତାଧିକାରୀ ପରିବାର ବାର୍ଦ୍ଧକ୍ୟ ରୋଗ ଯନ୍ତ୍ରଣାରେ ଥାଇ ବୈଶାଖ ମାସର ନିଦାଘ ଗ୍ରୀଷ୍ମ ପ୍ରବାହ ୪୦ଡିଗ୍ରୀ ତାପମାତ୍ରାରେ ଛଟପଟ ହେଉଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଦାବି ନେଇ ବ୍ୟାଙ୍କ ଦୁଆରେ ଆଠ ଦିନ ଧରି ପ୍ରବଳ ବୈଶାଖ ଖରାରେ ବସିବା ପରେ ମଧ୍ୟ ସେମାନଙ୍କ ଦୁଃଖକୁ ବ୍ୟାଙ୍କ ସମ୍ପାଦକ ଓ ପ୍ରଶାସକ ତଥା ଜିଲ୍ଲାପାଳ ହୃଦୟଙ୍ଗମ କରୁନଥୁବା ପରିତାପର ବିଷୟ ଓ ଦୁର୍ଭାଗ୍ୟର କାରଣ ହୋଇଅଛି ।
ରାଜନୈତିକ ସ୍ତରରେ ମଧ୍ୟ ସମାଧାନର କୌଣସି ସୁରାକ ମିଳୁଥିବା ଜଣାପଡି ନାହିଁ । ଅଦ୍ୟାବଧୂ ଆନ୍ଦୋଳନ କାରୀଙ୍କ ମଧ୍ୟରୁ ୧୨ ଜଣଙ୍କର ସାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି । “କର ଅବା ମର” ସଂକଳ୍ପ ନେଇ ଅବସର ପ୍ରାପ୍ତ କର୍ମଚାରୀ ତଥା ବରିଷ୍ଠ ନାଗରିକ ବସିଥିବାରୁ ପରିସ୍ଥିତି ଆୟତ ବାହାରକୁ ଯିବା ପୁର୍ବରୁ ଯଥା ଶିଘ୍ର ଦାବୀ ପୁରଣ ଓ ଶାନ୍ତିପୂର୍ଣ୍ଣ ସମାଧାନ କରାଯାଉ ବୋଲି ସଂଘ ପକ୍ଷରୁ ଦାବୀ କରାଯାଇଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *