April 11, 2026
Home » ଅମୃତ ପିଢ଼ି ସାରସ୍ଵତ ସମାରୋହ ଅନୁଷ୍ଠିତ

ଅମୃତ ପିଢ଼ି ସାରସ୍ଵତ ସମାରୋହ ଅନୁଷ୍ଠିତ

0
WhatsApp Image 2026-04-11 at 3.59.29 PM

ବରଗଡ଼: ଓଡ଼ିଆ ଭାଷା ଆମ ଅସ୍ମିତା, ଆମ ଗୌରବ। ମହାପୁରୁଷଙ୍କ କାଳଜୟୀ ସୃଷ୍ଟିରେ ଋଦ୍ଧିମନ୍ତ ଆମ ସାରସ୍ଵତ ଜଗତ ଆଜି ବି ପ୍ରେରଣାର ଅକ୍ଷୟ ଉତ୍ସ। ଏହି ସାହିତ୍ୟକୁ ସୁଦୂରପ୍ରସାରୀ କରିବା ଏବଂ ନୂତନ ପିଢ଼ିଙ୍କ ମଧ୍ୟରେ ଭାଷା ପ୍ରତି ଅନୁରାଗ ସୃଷ୍ଟି କରିବା ପାଇଁ ଓଡ଼ିଆ ପକ୍ଷ-୨୦୨୬ ଅବସରରେ ଆଜି ରାଜ୍ୟର ସମସ୍ତ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଆୟୋଜିତ ହୋଇଛି ‘ଅମୃତ ପିଢ଼ି ସାରସ୍ଵତ ସମାରୋହ’।ଏହି ପରିପ୍ରେକ୍ଷୀରେ, ଆଜି ବରଗଡ ଜିଲ୍ଲାର ସମସ୍ତ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ଠାରେ ଏହି ସାରସ୍ୱତ ସମାରୋହ ଆୟୋଜିତ ହେବା ସହ ସ୍ଥାନୀୟ ଟ୍ରଷ୍ଟ ଫୋଣ୍ଡ ମହାବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଅମୃତ ପିଢ଼ି ସାରଶ୍ୱତ ସମାରୋହ ଆୟୋଜିତ ହୋଇଥିଲା।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସୃଜନଶୀଳତାକୁ ସମ୍ମାନ ଜଣାଇବା ତଥା ଆମ ଭାଷାର ସୌରଭକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ବକ୍ତୃତା, ପ୍ରବନ୍ଧ ଲିଖନ ଏବଂ କବିତା ଲିଖନ ପ୍ରତିଯୋଗିତା ଆୟୋଜନ ସହ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା.ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ କାଳଜୟୀ ରଚନାରେ ଓଡ଼ିଆ ସାରସ୍ଵତ ଜଗତକୁ ଋଦ୍ଧିମନ୍ତ କରିଥିବା ଓଡିଶାର ସମସ୍ତ ମହାପୁରୁଷଙ୍କ ଠାରୁ ପ୍ରେରଣା ନେଇ ଆମ ଓଡ଼ିଆ ଭାଷା, ସାହିତ୍ୟକୁ ସୁଦୂରପ୍ରସାରୀ କରିବା ସହ ଭବିଷ୍ୟତ ପିଢ଼ିଙ୍କ ମଧ୍ୟରେ ଏହାର ଗ୍ରହଣୀୟତା ବୃଦ୍ଧି କରିବା ପାଇଁ ଛତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ସୋରଜ କୁମାର ଦେବତା ଏବଂ ସଂସ୍କୃତି ଅଧିକାରୀ ତାହିର ହୁସେନ ସମ୍ମାନିତ ଅତିଥିଭାବେ ଉପସ୍ଥିତ ରହି ସମସ୍ତଙ୍କ ଭିତରେ ଓଡ଼ିଆ ଭାଷା ଏବଂ ସାହିତ୍ୟ ନେଇ ଆଦର ବଢାଇବା ସହ ସମସ୍ତଙ୍କ ସାରସ୍ଵତ ସୃଷ୍ଟିକୁ ସ୍ବୀକୃତି ଓ ସମ୍ମାନ ଜଣାଇବା ଏବଂ ଏହାର ପ୍ରଚାର, ପ୍ରସାର କରିବା ପାଇଁ ପିଲାଙ୍କୁ ଉତ୍ସାହିତ କରିଥିଲେ।

 

ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍‌ସୀ) ରିପୋର୍ଟ,

Leave a Reply

Your email address will not be published. Required fields are marked *