April 18, 2026
Home » ସରକାରୀ ପ୍ରକଳ୍ପ ଗୁଡ଼ିକ ବ୍ୟକ୍ତିଗତ ସ୍ଥାନରେ କରାଯିବାକୁ ନେଇ ବିଜେପି ର ପ୍ରତିବାଦ

ସରକାରୀ ପ୍ରକଳ୍ପ ଗୁଡ଼ିକ ବ୍ୟକ୍ତିଗତ ସ୍ଥାନରେ କରାଯିବାକୁ ନେଇ ବିଜେପି ର ପ୍ରତିବାଦ

0
WhatsApp Image 2026-04-17 at 9.13.37 PM

 

ଯାଜପୁର, କୋରେଇ ନିର୍ବାଚନ ମଣ୍ଡଳୀ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତରେ କୋରେଇ ବ୍ଲକ୍ ପ୍ରଶାସନ ପକ୍ଷରୁ ପାନୀୟ ଜଳ ସଙ୍କଟରୁ ଜନସାଧାରଣଙ୍କୁ ମୁକ୍ତି କରିବା ପାଇଁ ଆରଡବ୍ଲୁଏସ ପକ୍ଷରୁ ମୁକୁନ୍ଦପୁର ଗ୍ରାମର ପଞ୍ଚାୟତରେ ବ୍ୟକ୍ତିଗତ ସ୍ଥାନରେ ନଳକୂପ ଖନନକୁ ନେଇ ବିଜେପି ପଞ୍ଚାୟତ ସଭାପତି ନିରାକରଣ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ମାଧ୍ୟମରେ ବ୍ଲକ ପ୍ରଶାସନ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ଦେଖିବାକୁ ମିଳିଛି।ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ରହିଥିବା ବେଳେ କୋରେଇ ବିଧାୟକ ବିଜେପି ଦଳର ହୋଇଥିଲେ ହେଁ ସରକାରୀ ଅଧିକାରୀ ମାନେ ସରକାରୀ ପ୍ରକଳ୍ପ ଗୁଡ଼ିକୁ କିପରି ବ୍ୟକ୍ତିଗତ ଜମିରେ କାର୍ଯ୍ୟକାରୀ କରୁଛନ୍ତି ତାହା ସାଧାରଣରେ ଆଲୋଚ୍ୟର ବିଷୟ ସୋଇଛି। ଏପରି ବେଆଇନ୍ କାର୍ଯ୍ୟକଳାପ ସମ୍ପର୍କରେ କୋରେଇ ବିଧାୟକ ଓ ବିଡ଼ିଓଙ୍କୁ ଯୋଗାଯୋଗ ସମ୍ଭବ ସୋଇପାରିନାହିଁ।

 

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *