ନୀଳମାଧବ ବସ୍ ଧକ୍କାରେ ଯୁବକ ଗୁରୁତର
ପୋଲସରା:ପୋଲସରା ପେଟ୍ରୋଲ ପମ୍ପ ନିକଟରେ ବୁଗୁଡ଼ା ରୁ ପୋଲସରା ଆସୁଥିବା ନୀଳମାଧବ ଏକ ଘରୋଇ ବସ ସହ ଧକ୍କାରେ ପୋଲସରା ସୂର୍ଯ୍ୟ ନଗର ସାହିର ପ୍ରମୋଦ ପ୍ରଧାନଙ୍କ ପୁଅ ସୁମନ୍ତ ପ୍ରଧାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ସାହାଯ୍ୟ ରେ ଗୁରୁତର ଆହାତ ସୁମନ୍ତଙ୍କୁ ପ୍ରଥମେ ପୋଲିସ ଭ୍ୟାନରେ ପୋଲସରା ମେଡ଼ିକାଲ ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ବସ୍ ଧକ୍କାରେ ସୁମନ୍ତ ଙ୍କ ମୁଣ୍ଡ ରେ ଗଭୀର ଆଘାତ ଲାଗିଥିବା ବେଳେ କାନରୁ ରକ୍ତ ସ୍ରାବ ହେଉଥିବା ବେଳେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଦ୍ବାରା ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ପଟେ ପୁଅ ସୁମନ୍ତ ଙ୍କ ଏଭଳି ଅବସ୍ଥା ଓ ଗୁରୁତର କୁ ନେଇ ସମସ୍ତ ପରିବାର ସଦସ୍ୟ ସ୍ତବ୍ଧ ହୋଇଥିବା ବେଳେ ମଦ ପିଇ ବସ୍ ଡ୍ରାଇଭର ଗାଡ଼ି ଚଳାଉ ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକ। ପୋଲସରା ପୋଲିସ ଢିଲା ପଣ ଲାଗି ଏହିଭଳି ଘଟଣା ଘଟିଥିବା ଦାୟୀ କରୁଛନ୍ତି ପୋଲସରା ଅଞ୍ଚଳର ବୁଦ୍ଧିଜୀବୀ ଦିନ ସମୟ ବସ୍ ଡ୍ରାଇଭର କାହିଁକି ଚେକିଙ୍ଗ୍ କରୁନାହିଁ ବୁଦ୍ଧିଜୀବୀ ପ୍ରଶ୍ନ କରୁଛନ୍ତି ?
