ମହାବିଦ୍ୟାଳୟ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ
ପୋଲସରା :- ଗଞ୍ଜାମ ଜିଲ୍ଲା ପୋଲସରା ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟ ପୋଲସରାର +୩ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଶିବିରଟି ଗତ ୧୫ ତାରିଖ ବୁଧବାର ଠାରୁ ଆରମ୍ଭ ହୋଇ ଆଜି ଶନିବାର ଦିନ ସମାପ୍ତ ହୋଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଦିଲ୍ଲୀପ କୁମାର ନାୟକଙ୍କ ଅଧ୍ୟକ୍ଷତା ଏବଂ ଏନସିସି ଲେଫ୍ଟନାଣ୍ଟ ବିନତା କୁମାରୀ ଦାସଙ୍କ ପରିଚାଳନାରେ ଏହି ଶିବିର ଚାଲିଥିଲା। ପ୍ରଥମ ଦିବସର ମୁଖ୍ୟ ଅତିଥି ପୋଲସରା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ହର୍ଷବାବୁ ଖାଡ଼ଙ୍ଗାଙ୍କ ଦ୍ୱାରା ବିଧିବଦ୍ଧ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିବା ବେଳେ ଉକ୍ତ ସମାପନ ଦିବସର ମୁଖ୍ୟ ଅତିଥି ଅବସରପ୍ରାପ୍ତ ଡିଏସପି ବିଶ୍ୱନାଥ ପଣ୍ଡା ଛତ୍ରପୁର ଗଞ୍ଜାମଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଥିଲା। ଏଥିରେ ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧା ଜିଲ୍ଲା ବିଶ୍ୱ ହିନ୍ଦି ପରିଷଦର ସଭାନେତ୍ରୀ ପ୍ରମିତା ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ପୋଲସରା ଓକିଲ ସଂଘ ସମ୍ପାଦକ ଆଇନଜୀବୀ ବ୍ରଜେନ୍ଦ୍ର ସାହୁ, ପୋଲସରା ବନ ବିଭାଗର ବନପାଳ ମୁନା ଦାସ ଓ ବନରକ୍ଷୀ ଅର୍ଜୁନ ସୋରେନ୍ ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ସୁରକ୍ଷା, ଆତ୍ମ ପ୍ରତିରକ୍ଷା ଏବଂ ସେବା ଉପରେ ନେଇ ନିଜ ନିଜର ସୁଚିନ୍ତିତ ମନ୍ତବ୍ୟ ଦ୍ୱାରା ବୁଝାଇବା ସହ ସେମାନଙ୍କ ନିରାପଦ ଓ ସୁସ୍ଥ ଆଗାମୀ ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ। ଏହି ଅବସରରେ ତାଲିମ ପ୍ରଦାନ କରି ପ୍ରଶଂସିତ ହୋଇଥିବା ଛାତ୍ରୀ ଜ୍ୟୋତି ପାଣିଗ୍ରାହୀ ଓ ଅନୁସୂୟା ବରଡ଼ଙ୍କ ସମେତ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିଥିବା କୃତିତ୍ୱ ଏନସିସି ଛାତ୍ରୀ ଓ ଅନ୍ୟଛାତ୍ରୀ ଏବଂ ଅନ୍ୟ ସହଯୋଗୀମାନଙ୍କୁ ଅନୁଷ୍ଠାନ ତରଫରୁ ଅତିଥିବୃନ୍ଦଙ୍କ ଦ୍ୱାରା ମାନପତ୍ର, ଟ୍ରଫି ଓ ପଦକ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ଅତିଥିମାନଙ୍କୁ ଏନସିସି ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ଏବଂ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ପାରମ୍ପରିକ ସମ୍ବର୍ଦ୍ଧନା କରାଯାଇଥିଲା। ପରିଶେଷରେ ରାଷ୍ଟ୍ରୀୟ ଗାନ ଜନ- ଗଣ- ମନ ସଂଗୀତ ସାମୁହିକ ଭାବେ ଗାନ କରାଯାଇଥିଲା। ଶେଷରେ ଉକ୍ତ ତାଲିମ ଶିବିରକୁ ସ°ଙ୍ଗଳ କରିବାରେ ଉପସ୍ଥିତ ସମସ୍ତ ଅତିଥିବୃନ୍ଦ, ଛାତ୍ରୀବୃନ୍ଦ, ସହଯୋଗୀବୃନ୍ଦ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ସହଯୋଗୀମାନଙ୍କୁ ଲେଫ୍ଟନାଣ୍ଟ ବିନତା କୁମାରୀ ଦାସଙ୍କ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।
polasara ru hrusikesh nayak nka report
