April 27, 2026
Home » ଅନ୍ତୋଦୟ ଗୃହ ବଣ୍ଟନ ଅନିୟମିତତା ନେଇ ବିଡ଼ିଓଙ୍କ ଜରିଆରେ ଦାବିପତ୍ର

ଅନ୍ତୋଦୟ ଗୃହ ବଣ୍ଟନ ଅନିୟମିତତା ନେଇ ବିଡ଼ିଓଙ୍କ ଜରିଆରେ ଦାବିପତ୍ର

0
WhatsApp Image 2026-04-27 at 5.28.29 PM

 

ପୋଲସରା : ରାଜ୍ୟ ଓ କେନ୍ଦ୍ର ସରକାର ବାସହୀନ ଲୋକଙ୍କ ପାଇଁ ଅନ୍ତୋଦୟ ଯୋଜନା ମାଧ୍ୟମରେ ପକ୍କାଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଥିବା ବେଳେ ପୋଲସରା ବ୍ଲକ ଅନ୍ତର୍ଗତ ବର୍ତ୍ତିନ ପଞ୍ଚାୟତର ଝିଟିକାବାଡି ଗ୍ରାମରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆଜି ଝିଟିକାବାଡି ଗ୍ରାମବାସୀ ବୃନ୍ଦ ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଯାହାକି ଗ୍ରାମର ମନୁ ଦାସ ଓ ଜ୍ୟୋସ୍ନା ବଢେଇ ଙ୍କ ପକ୍କାଘର ଥାଇ ମଧ୍ୟ ତାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି(ଏଠି ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି)। ସଠିକ ଭାବେ ଯାଞ୍ଚ କରି ଉପଯୁକ୍ତ ହିତାଧିକାରୀଙ୍କୁ ଦେବାପାଇଁ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି। ଯାହାକୁ ନେଇ ଗ୍ରାମର ଉପେନ୍ଦ୍ର ବଡ଼େଇ ,ସାରଙ୍ଗ ପାତ୍ର, ଓ୍ବାର୍ଡସଭ୍ଯ ଦାମୋଦର ନାହାକ, ବାବୁଲା ପାଢ଼ୀ, ଶଙ୍କର ପ୍ରଧାନ ସମେତ ବହୁ ଗ୍ରାମବାସୀ ଦାବିପତ୍ରରେ ହସ୍ତାକ୍ଷର କରି ପୋଲସରା ବିଡ଼ିଓଙ୍କ ଜରିଆରେ ଗଞ୍ଜାମ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ଲୋକପାଳ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଦାବିପତ୍ର ପ୍ରେରଣ କରିଛନ୍ତି। ନ୍ୟାୟ ଅପେକ୍ଷାରେ ଅଭିଯୋଗ କାରି ।

Leave a Reply

Your email address will not be published. Required fields are marked *