May 1, 2026
Home » ପଲଶାଗୋରା ପୋଖରୀ ରେ ମହୁମାଛି ଆତଙ୍କ, ଲୋକେ ଭୟଭୀତ l

ପଲଶାଗୋରା ପୋଖରୀ ରେ ମହୁମାଛି ଆତଙ୍କ, ଲୋକେ ଭୟଭୀତ l

0
WhatsApp Image 2026-04-29 at 10.49.32 AM

ସୁବର୍ଣ୍ଣପୁର — ମହୁମାଛି ଆତଙ୍କ ଯୋଗୁଁ ଲୋକେ ଭୟଭୀତ l ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ସ୍ଥିତ ପୋଖରୀ ( କାନ୍ଦୁଲମୁଣ୍ଡା ) ହୁଡ଼ା ରେ ଥିବା ପିପ୍ପଳ ବୃକ୍ଷ ରେ ଅନେକ ମହୁମାଛି ବସା ବାନ୍ଧି ଆତଙ୍କ ସୃଷ୍ଟି କରୁଛନ୍ତି l ପୋଖରୀ କୁ ସ୍ନାନ ଓ ଶୌଚ ପାଇଁ ପଲଶାଗୋରା, ବଘିଆବାହାଲ ଗ୍ରାମ ତଥା ଆଖ ପାଖ ର ଅନେକ ଲୋକ ବ୍ୟବହାର କରୁଛନ୍ତି l ଘାଟ ନିକଟରେ ଥିବା ପିପ୍ପଳ ବୃକ୍ଷ ରେ ଅନେକ ମହୁମାଛି ବସା କରିଥିବାରୁ ଅନେକ ସମୟ ରେ ଅତଙ୍କ ସୃଷ୍ଟି କରି ଲୋକ ଙ୍କୁ ଆକ୍ରମଣ କରୁଥିବା ଜଣାପଡିଛି l

ଘାଟ କୁ କେତେକ ଲୋକ ଗାଧୋଇ ବାକୁ ଆସିଥିବା ବେଳେ ମହୁମାଛି ଆକ୍ରମଣ କରିଥିବା ଜଣାପଡିଛି l ଯଦିଓ ମହୁମାଛି ଆକ୍ରମଣ ରେ କେହି ବିଶେଷ ଆହତ ହୋଇ ନାହାନ୍ତି l ଏହା ପୂର୍ବରୁ ମଧ୍ୟ ବିଭିନ୍ନ ସମୟ ରେ ମହୁମାଛି କେତେକଙ୍କୁ ଆକ୍ରମଣ କରିଥିବା ଜଣାପଡିଛି l ମହୁମାଛି ବସା ରୁ ମହୁ ଖାଇବା ପାଇଁ ବେଳେ ବେଳେ ଜଙ୍ଗଲୀ ଭାଲୁ ମଧ୍ୟ ଆସି ମହୁ ଖାଇ ଚାଲିଯାଉଥିବା ଜଣାପଡିଛି l ଫଳରେ ଲୋକଙ୍କ ମନରେ ମହୁମାଛି ଆକ୍ରମଣ ଓ ଭାଲୁ ର ଭୟ ରହିଛି l ଏହାର ପ୍ରତିକାର ପାଇଁ ଦାବି ହେଉଛି l

 

ରିପୋର୍ଟ — ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *