April 29, 2026
Home » ମଧୁସୂଦନ ପାର୍କରେ ମଧୁ ଜୟନ୍ତୀ ପାଳିତ

ମଧୁସୂଦନ ପାର୍କରେ ମଧୁ ଜୟନ୍ତୀ ପାଳିତ

0
WhatsApp Image 2026-04-28 at 7.55.59 PM

 

ଖଣ୍ଡଗିରି : – ଓଡିଶା ମାଟିର ସ୍ୱାଭିମାନୀ ପୁରୁଷ ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ସ୍ଥାନୀୟ ପୋଖରୀପୁଟ ମଧୁସୂଦନ ପାର୍କ ମଧୁମଣ୍ଡପ ସ୍ଥିତ ମଧୁସୂଦନଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି l ଏତଦ୍ ଭିନ୍ନ ପ୍ରାତଃ ଭ୍ରମଣ କାରୀ ସଂଘ ଆନୁକୁଲ୍ୟରେ ସଭାପତି ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ପଗଡ଼ି ପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ମାତୃଭୂମି ଓ ମାତୃଭାଷାର ସୁରକ୍ଷାରେ ଅବଦାନ ସମ୍ପର୍କିତ ଏକ ଆଲୋଚନା କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ସମାଜ ସେବୀ ବାସୁଦେବ ଭଟ୍ଟ, କବି ମାନଗୋବିନ୍ଦ ବାରିକ୍ , ଦେବେନ୍ଦ୍ର ସମର୍ଥା , ରଶ୍ମିତା ପଣ୍ଡା, ପଣ୍ଡିତ ପ୍ରବିର ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ପ୍ରବାଦ ପୁରୁଷ ମଧୁବାବୁଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ପାଇଁ ପ୍ରସ୍ତାବ ଆଗତ କରିଥିଲେ l ଶେଷରେ କୃଷ୍ଣ ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *