April 30, 2026
Home » ଆକାଶ ଜେନା ମୃତ୍ୟୁ ଘଟଣାରେ ଆଉ ୫ ଗିରଫ, ଖଣ୍ଡା ଓ ବାଇକ୍ ଜବତ

ଆକାଶ ଜେନା ମୃତ୍ୟୁ ଘଟଣାରେ ଆଉ ୫ ଗିରଫ, ଖଣ୍ଡା ଓ ବାଇକ୍ ଜବତ

0
WhatsApp Image 2026-04-29 at 10.03.57 PM

 

ପୋଲସରା :ପୋଲସରା ଥାନା ଅନ୍ତର୍ଗତ ବାଲିଘାଇ ଗ୍ରାମରେ ବରଯାତ୍ରୀ ପଟୁଆରରେ ଡିଜେ ଗୀତକୁ କେନ୍ଦ୍ରକରି ପାଟିତୁଣ୍ଡରୁ ବରର ସାନ ଭାଇ ଆକାଶ ଜେନାକୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସୋମବାର ଦିନ ପୋଲସରା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ  ସାମ୍ବାଦିକ ସମ୍ମିଳନୀ କରି ଆଉ ୫ ଜଣଙ୍କୁ ଗିରଫ କରାଯାଇଥିବା ପୁରୁଷୋତ୍ତମ ପୁର ଏସଡିପିଓ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି।

ପୋଲସରାର ସୁଭମ କାଣ୍ଡି, ତୋଫାନ ନାୟକ, ତୋଫାନ ରାଉତ,ଅମର ପ୍ରଧାନ, ଧର୍ମରାଜ ସ୍ବାଇଁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ୩ ଗୋଟି ଖଣ୍ଡା ଓ ପଲସର ବାଇକ୍ ଜବତ ହୋଇଛି।ଗତ ଶନିବାର ଦିନ ବାଲିଘାଇ ଗ୍ରାମରେ ବଡ ଭାଇର ବାହାଘର ଭୋଜିରେ ବରଯାତ୍ରୀ ପ୍ରୋସେସନରେ ଯାଉଥିବା ବେଳେ ଆକାଶ ଜେନା କୁ ଆକ୍ରମଣ ହୋଇଥିଲା ।ଯାହାକି ତାଙ୍କର ରବିବାର ଦିନ ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *