ଅନୁଷ୍ଠିତ ହେବ ଭଉଁରୀ ତିଥିରେ ଚକା ଡେରା ନୀତି
ଭଉଁରୀ ତିଥିରେ ଚକା ଡେରା ନୀତି ଅନୁଷ୍ଠିତ ହେବ , ଏହି ଲକ୍ଷରେ ଚଳ ଚଞ୍ଚଳ ରଥ ଖଳା, ପୂର୍ବ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି ତିନିରଥର ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନର ତିନିରଥର ଭୋଇ ସେବକ ମାନଙ୍କ ଦ୍ୱାରା ଗୋଟିଏ ଗୋଟିଏ ନାହାକା ତୁମ୍ବ ରେ ସିଙ୍ଗଡା ବାଡ଼ିଆ କାର୍ଯ୍ୟ ଶେଷ ହୋଇ ଏଥିସହ ମହାରଣା ମାନେ ତିନି ରଥର ୧୧ ଟି ଲେଖାଏଁ ଗୁଜ, ୯ ଗୋଟି ଜଳଜନ୍ତ୍ର, ଶେଷ କରିବାସହ ୧୨ ଗୋଟି କୁଡୁକା ର ଚଉପଟ କାର୍ଯ୍ୟ ଜାରୀ ରହିଥିଲା…ତିନିରଥର ମହାରଣା ସେବକ ମାନେ ନାହାକା ଚକ ପ୍ରସ୍ତୁତ ପାଇଁ ପଇବିନ୍ଧ ପାଇଁ ପୂର୍ବ ପ୍ରସ୍ତୁତି କାର୍ଯ୍ୟ ଶେଷ କରିଛନ୍ତି। ରଥ ଅମିନ ଭୋଇ ସେବକଙ୍କ ମାଧ୍ୟମରେ ତିନିରଥ ଖଳାକୁ କଟିଙ୍ଗ ପଇ ଯୋଗାଇ ଦେବାପରେ ତିନି ରଥର ମୁଖ୍ୟ ମହାରଣାଙ୍କ ଦ୍ୱାରା “ପଇବକଳା ” ଅନୁକୂଳ ପୂଜା ସମ୍ପନ୍ନ କରିଛନ୍ତି,ପରେ ସାଥୀ ମହାରଣା ସେବକ ମାନେ ଅର ସଂଯୋଗ ତୁମ୍ବ ବା ସିଙ୍ଗଡା ଉପରେ ପଇ ରଖି ମାପ ଚିହ୍ନ ମୁଖ୍ୟ ମହାରଣା ମାନେ ଗାରେଇବା ପରେ ବଳକା ଅର କୁ ସାଥୀ ମହାରଣା ମାନେ କାଟି ଅର ମୁଖ ସାଲ କାର୍ଯ୍ୟ ଶେଷ କରି ଛନ୍ତି। ଏଥିସହ ଦୁଇ ଦୁଇଟି ଲେଖାଏଁ ନାହାକା ଚକ ସିଙ୍ଗଡା ର ପଇ କଟିଙ୍ଗ ସକ ଅର ମୁଖ ସାଲ କାର୍ଯ୍ୟ ଶେଷ ହୋଇଛି।


ଏଥିସହ ତିନି ରଥର ୪ ଗୋଟି ଲେଖାଏଁ ୧୨ ଫୁଟିଆ ଓରା ଚଉପଟ କାର୍ଯ୍ୟ ପରେ ଦୁଇଟି ଲେଖାଏଁ ଓରାର ଉଭୟ ପଟେ ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ଏଥିସହ ତିନି ରଥର ୧୨ ଟି ଲେଖାଏଁ କୁଡ଼ିକା (ପାଞ୍ଚ ଦଣ୍ଡା କୁ ବାନ୍ଧି ରହିବା ପାଇଁ ) ମଧ୍ୟରୁ ୯ ଗୋଟି କୁଡୁକା ର ଚଉପଟ କାର୍ଯ୍ୟ ଶେଷ କରିଛନ୍ତି, ଏଥି ସହ ବାକି ତୁମ୍ବ ଗୁଡିକରେ ସିଙ୍ଗଡା ବାଡ଼ିଆ ପାଇଁ ଅର କଟିଁ ସହ ତୁମ୍ବ ଗୁଡ଼ିକର ପନ୍ଦାରି ଗାଡ ଖୋଦେଇ ଜାରୀ ରଖିଛନ୍ତି।ତିନିରଥ ର ରୂପକାର ସେବକ ମାନେ ଗୁଜାରେ ସିଂହ ବିରାଳ ରୂପ ଖୋଦେଇ ଜାରୀ ରଖିଛନ୍ତି।ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନିରଥର ଓଝା କମାର ସେବକ ମାନେ ନହାକା ତୁମ୍ବ ଗୁଡ଼ିକର ପନ୍ଦାରି ଏବଂ ବଳା ଶେଷ କରି ତିନି ରଥ ଚାଳିକୁ ଯୋଗାଇ ଦେବାପରେ ବାକି ତୁମ୍ବ ଗୁଡ଼ିକ ପାଇଁ ପନ୍ଦାରି ଏବଂ ବଳା ପ୍ରସ୍ତୁତ ସହ ଅର କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
