February 17, 2026
Home » ବିଶ୍ଵ ଶିକ୍ଷକ ଦିବସ ପାଳିତ l

ବିଶ୍ଵ ଶିକ୍ଷକ ଦିବସ ପାଳିତ l

0
WhatsApp Image 2024-10-06 at 10.40.10 AM

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନ ଶିକ୍ଷକ ରବି ଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ବିଶ୍ଵ ଶିକ୍ଷକ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ବସନ୍ତ କୁମାର ହୋତା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷା ଓ ଶିକ୍ଷାୟତନ ର ବିକାଶ ଦିଗରେ ସମସ୍ତ ଶିକ୍ଷକ, ଅଭିଭାବକ, ଆଲୁମିନି ଓ ଛାତ୍ରଛାତ୍ରୀ ମାନଙ୍କ ମିଳିତ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ଗୁରୁତ୍ୱାରୋପ କରିଥିଲେ। ସମ୍ମାନୀତ ଅତିଥି ଭାବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ମନୋଜ କୁମାର ପୁଝାରୀ, ଖେଳ ଶିକ୍ଷକ ପ୍ରହଲ୍ଲାଦ ଦାସ, ସଂସ୍କୃତ ଶିକ୍ଷକ ଜ୍ୟୋତିଷ୍କର ପଣ୍ଡା,ତରଭା ବାଳିକା ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ନରେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ନିଜସ୍ଵ ମତବ୍ୟକ୍ତ କରିଥିଲେ। ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଅର୍ଚ୍ଚିତା ପଧାନ, ଜନନିକା ନାଏକ, ଲିପସା ଯୁଆଡି, ପୂଜା ମାଝୀ, ଶୁଭଶ୍ରୀ ବରିହା, ଝରଣା ସାହୁ, ଅନୁପମା, କ୍ରିସ ପ୍ରସାଦ, ସୁଜିତ , ବିକାଶ ପ୍ରମୁଖ ଦିବସର ଗୁରୁତ୍ୱ ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମହା ମହିମ ଓଡ଼ିଶା ରାଜ୍ୟପାଳଙ୍କ ଠାରୁ ଶ୍ରେଷ୍ଠ ସ୍କାଉଟ୍ ମାଷ୍ଟର ଭାବରେ ସର୍ଭିସ ଷ୍ଟାର ପୁରସ୍କାର ପାଇଥିବା ବରିଷ୍ଠ ଶିକ୍ଷକ ତଥା ଜିଲ୍ଲା ଯୁଗ୍ମ ସମ୍ପାଦକ ଦିନବନ୍ଧୁ ପ୍ରଧାନଙ୍କୁ ଅତିଥି ବୃନ୍ଦ ଉତ୍ତରୀୟ ଓ ପ୍ରଶଂସା ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ହିନ୍ଦି ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସଞ୍ଜୀବ ପୂଜାରୀ, କିରଣ ପୁଟେଲ, ଲିପି, ମିନିକେତନ, ବିଭୀଷଣ, ସମୀର, ସୁରଜ୍ ,କିଶୋର ଓ ଶରତ ସହଯୋଗ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *