May 14, 2026
Home » ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେଡ଼ି

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେଡ଼ି

0
Screenshot 2026-05-14 164125

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେଡ଼ି। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ପୋଲିସ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ବିଜେଡ଼ି ପକ୍ଷରୁ ଆଜି ପୁରୀ ଏସପି ଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଏସପିଙ୍କୁ ଭେଟିଛି ବିଜେଡ଼ି ଟିମ୍। ପୁରୀ ସୁବାଷ ବୋଷ ଛକ ଠାରୁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା, ପିପିଲି ପୂର୍ବତନ ବିଧାୟକଙ୍କ ସହିତ ଶତାଧିକ ବିଜେଡ଼ି ନେତା ଓ କର୍ମୀ ମାନେ ଏହି ଘେରାଉ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି ବିଜେଡି ଜନସାଧାରଣଙ୍କ ସ୍ୱର ହେବ। ଜନସାଧାରଣଙ୍କ ସ୍ବାର୍ଥ, ସୁରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା ଓ ଶାନ୍ତି ପାଇଁ ବିଜେଡି ସଦାସର୍ବଦା ଲୋକଙ୍କ ସହ ରହିବ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପୁରୀ ସମେତ ସମଗ୍ର ରାଜ୍ୟରେ ବିଜେଡ଼ି ଲୋକଙ୍କ ସ୍ବାର୍ଥ, ସୁରକ୍ଷା ପାଇଁ ସବୁବେଳେ ଥିଲା ଆଉ ରହିବ। ବିଜେପି ଶାସନ ସମୟରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଏବେ କୋମାରେ। ରାଜ୍ୟରେ ବଢୁଥିବା ଅପରାଧ କୁ ରୋକିବାରେ ବିଫଳ ହୋଇଛି ବିଜେପି ସରକାର। ଫଳରେ ଆଜି ବିଜେଡ଼ି ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଜେଡ଼ି କର୍ମୀ ଓ ପୋଲିସ ମଧ୍ୟରେ ଠେଲାପେଲା ପରିସ୍ଥିତି ଉପୁଜିଥିଲା। ଶତାଧିକ ବିଜେଡି କର୍ମୀ ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିଥିଲେ।ପରେ ବିଜେଡି ପ୍ରତିନିଧି ଦଳ ଏସପିଙ୍କ ଭେଟି ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା କରିଥିଲା। ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଥିଲା। କିନ୍ତୁ ଡବଲ ଇଞ୍ଜିନ ସରକାର ଆସିବା ପର ଠାରୁ ପୁରୀ ଜିଲ୍ଲା ସମେତ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। କଣାସ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ପନିକିରେ ହାଣି ବୁଲେଟ ଚଢ଼ାଇବ ଘଟଣା, ବ୍ରହ୍ମଗିରିରେ ୬ ବର୍ଷର ନାବାଳିକା ସହ ଦୁଷ୍କର୍ମ, ବ୍ରହ୍ମଗିରି ବାଲିହରଚଣ୍ଡିରେ ଗଣ ଦୁଷ୍କର୍ମ, ବଳଙ୍ଗାରେ ନାବାଳିକାକୁ କିରୋସିନ ଢ଼ାଳି ପୋଡ଼ିବା ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିପର୍ଯ୍ୟସ୍ତ କରିଦେଇଛି।ଆଗକୁ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଥିବାରୁ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ ହେବ।ଏବେର ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି ବିଜେଡି।

Leave a Reply

Your email address will not be published. Required fields are marked *