May 15, 2026
Home » ଅବୈଧ ବାଲି ଉତ୍ତୋଳନ ଓ ଚୋରା ଚାଲାଣ ଉପରେ ନୟାଗଡ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଚଢାଉ ।

ଅବୈଧ ବାଲି ଉତ୍ତୋଳନ ଓ ଚୋରା ଚାଲାଣ ଉପରେ ନୟାଗଡ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଚଢାଉ ।

0
1001080035 (1)
ନୟାଗଡ :ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଓ ଜିଲ୍ଲା ପୁଲିସ ଆରକ୍ଷୀ ଅଧୀକ୍ଷକ ଏସ୍ ସୁଶ୍ରୀଙ୍କ ଫତେଗଡ଼ ଥାନା ଅନ୍ତର୍ଗତ ମାଧପୁର ଓ ପଥରଚକଡ଼ା ବାଲିଖଣି ଅଞ୍ଚଳରେ ଅବୈଧ ବାଲି ଉତ୍ତୋଳନ ଓ ଚୋରା ଚାଲାଣ ରୋକିବା ପାଇଁ ବିଳମ୍ବିତ ରାତିରେ ଏକ ମିଳିତ ଚଢ଼ାଉ କରାଯାଇଥିଲା I ଏହି ଚଢ଼ାଉ ସମୟରେ ଅବୈଧ ବାଲି ଉତ୍ତୋଳନ ଓ ପରିବହନରେ ଲିପ୍ତ ଥ‌ିବା ୪ଟି ହାଇୱା, ୨ଟି ଟ୍ରାକ୍ଟର ଓ ୫ଟି ପ୍ରୋକ୍ଲେନ୍ ମେସିନ୍ ସହିତ ୩ଟି ମୋଟର ସାଇକେଲ ଜବତ କରାଯାଇଛି ।
                   ଚଢାଉ ସମୟରେ ଘଟଣାସ୍ଥଳରୁ ୧୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇ ଫତେଗଡ଼ ଥାନାରେ ପଚରାଉଚରା ଚାଲିଛି। ଅଟକ ରଖାଯାଇଥିବା ବ୍ୟକ୍ତି ମାନଙ୍କର ନାମ – ୧. କବିନ୍ଦ୍ର ମନ୍ତ୍ରୀ(୩୬) ପିତା – ବସନ୍ତ ମନ୍ତ୍ରୀ ଗ୍ରାମ- ସିଦ୍ଧାମୁଳା, ଖଣ୍ଡପଡ଼ା, ଜିଲ୍ଲା-ନୟାଗଡ଼ ୨. ମାଧବ ଖଣ୍ଡେଲକେଲ(୧୮) ପିତା – ବାହାଦୁର ଖଣ୍ଡେଲକେଲ ଗ୍ରା -ସୁଆଗିନାଳି, ଖଣ୍ଡପଡ଼ା, ଜିଲ୍ଲା-ନୟାଗଡ଼ ୩. ଆରତ ଚରଣ ଦଳେଇ(୪୩) ପିତା- ଅର୍ଜୁନ ଦଳେଇ ଗ୍ରାମ – ଛାମୁଣ୍ଡିଆ, ଗଣିଆ, ନୟାଗଡ଼ ୪.ସୁରେଶ ସେଠୀ ପିତା – ପ୍ରଫୁଲ୍ଲ ସେଠୀ ଗ୍ରାମ -ଜୟମଙ୍ଗଳପ୍ରସାଦ, ନୟାଗଡ଼ ୫. ରାଜା ଗୁରୁ(୨୦) ପିତା-ପ୍ରଦୀପ୍ତ ଗୁରୁ ଗ୍ରାମ -ଜୟମଙ୍ଗଳ ପ୍ରସାଦ, ନୟାଗଡ଼ ୬ ଜୟନ୍ନ ପ୍ରଧାନ(୫୦) ପିତା – ବୈରାଗୀ ପ୍ରଧାନ ଗ୍ରାମ- ପଥରଚକଡା, ଫତେଗଡ଼, ନୟାଗଡ଼ ୭. ବାବୁଲି ଡାଳୁଆ (୫୪) ପିତା- ଦଣ୍ଡପାଣି ଡାଳୁଆ ଗ୍ରାମ- ପଥରଚକଡା, ଫତେଗଡ଼, ନୟାଗଡ଼ ୮. ତ୍ରିନାଥ ବାରିକ (୫୦) ପିତା- ଖଟି ବାରିକ ୯. ଅଜୟ ନାଏକ (୪୨) ପିତା – ସୁଦର୍ଶନ ନାଏକ ଗ୍ରାମ- ରକମା, ଫତେଗଡ଼, ନୟାଗଡ଼ ୧୦. ମେଳଚ୍ଛ ନାଏକ (୭୦) ପିତା- ସୁଦା ନାଏକ ଗ୍ରାମ- ରକମା, ଫତେଗଡ଼, ନୟାଗଡ଼, ୧୧. ଶ୍ୟାମସୁନ୍ଦର ସାହୁ (୩୮) ପିତା- ରାଜକିଶୋର ସାହୁ ଗ୍ରାମ- କରଡାପଲ୍ଲୀ, ଫତେଗଡ଼, ନୟାଗଡ଼ ୧୨. କାଳୁ ନାଏକ (୨୫) ପିତା- ରବି ନାଏକ ଗ୍ରାମ- ଭେଟେଶ୍ବର, ବାଣପୁର, ଖୋର୍ଦ୍ଧା ୧୩. ଦୀପକ କୁମାର ମାଝୀ (୨୫) ପିତା- ଅଶୋକ କୁମାର ମାଝୀ ଗ୍ରାମ- ପିଚୁକୁଳି, ବେଗୁନିଆ, ଖୋର୍ଦ୍ଧା ୧୪. ଅମିତ ପରିଡ଼ା (୨୧) ପିତା- ଉମାକାନ୍ତ ପରିଡା ଗ୍ରାମ- ଚମ୍ପାଇଲୋ, ବେଗୁନିଆ, ଖୋର୍ଦ୍ଧା ।
ଜବତ ଯାନବାହନଗୁଡ଼ିକ ହେଲା ହାଇୱା ଗାଡ଼ି ନଂ OD 02 CZ 7696, OD 02 CU 6655, OD 02 DA 0151, OD 02 BK 5151; ମହିନ୍ଦ୍ରା ଟ୍ରାକ୍ଟର ନଂ OD 25 G 6031/6032 ଓ OD 25 M 7972/7973; ମୋଟର ସାଇକେଲ ନଂ OD 05 BE 5546, OD 25 B 6290 ଓ OD 05 CJ 2004I ଏହାସହ ୫ଟି କୋବେଲକୋ ପ୍ରୋକ୍ଲେନ୍ ମେସିନ୍ ମଧ୍ୟ ଜବତ କରାଯାଇଛି Iବାଲି ଖଣି ଅଞ୍ଚଳ ବାହାରେ ଦୁଇଟି ସ୍ଥାନରେ ଅବୈଧ ଭାବେ ଗଚ୍ଛିତ ଥ‌ିବା ବାଲିକୁ ଜବତ କରାଯାଇଛି। ଉକ୍ତ ବାଲିକୁ ନିୟମ ଅନୁଯାଇ ନିଲାମ କରିବା ସହିତ ଜବତ ଗାଡି ଗୁଡିକଠାରୁ ଜୋରିମାନା ଆଦାୟ ଓ ସମ୍ପୃକୁ ଥ‌ିବା ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କ୍ରିମିନାଲ ଆକ୍ସନ ପାଇଁ ଖଣି ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଅଛି ।
   ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନର ମିଳିତ ଚଢ଼ାଉରେ ବିଜୟାନନ୍ଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ନୟାଗଡ, ରାଜେଶ କେଶରୀ ସ୍ବାଇଁ, ତହସିଲଦାର, ନୟାଗଡ଼, ସ୍ମୃତି ରଞ୍ଜନ ଶତପଥୀ, ତହସିଲଦାର, ଦଶପଲ୍ଲା ଓ ଆଇ ଆଇ ସି ଫତେଗଡ଼, ରାଜସ୍ବ ଅଧିକାରୀ ନୟାଗଡ ସାମିଲ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ, ଅବୈଧ ଲଘୁ ଖଣିଜ ଉତ୍ତୋଳନ ଓ ପରିବହନ ବିରୋଧରେ ଏପରି ଚଢ଼ାଉ ଆଗାମୀ ଦିନରେ ନିୟମିତ ଭାବେ ଜାରି ରହିବ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ନିର୍ଜନ ରାତିରେ ଜିଲ୍ଲାପାଳ ଶ୍ରୀମତୀ ରଥ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀଙ୍କ ବିଚକ୍ଷଣ ଚଢାଉ ତରିକା ଓ ସଫଳତାକୁ ଜିଲ୍ଲାବାସୀ ଖୁସିବ୍ୟକ୍ତ କରୁଥିବା ବେଳେ, ବାଲି ମାଫିଆମାନେ ଚଢ଼ାଉର କୌଣସି ସୁରାକ ପାଇ ପାରିନଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *