May 16, 2026
Home » ଜିଲ୍ଲା ଯୋଗାଣ ବିଭାଗ ଓ ପ୍ରଶାସନ ର ମିଳିତ ଚଢ଼ାଉ, 850 ଲିଟର କିରୋସିନି ଜବତ

ଜିଲ୍ଲା ଯୋଗାଣ ବିଭାଗ ଓ ପ୍ରଶାସନ ର ମିଳିତ ଚଢ଼ାଉ, 850 ଲିଟର କିରୋସିନି ଜବତ

0
WhatsApp Image 2026-05-16 at 1.55.50 PM

ସୁବର୍ଣ୍ଣପୁର :ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ର ସଙ୍କଟ ଦେଖାଦେଇଛି l ଏଭଳି ସମୟରେ ଡିଜେଲ ଅପମିଶ୍ରଣ କରି ବିକ୍ରି ପାଇଁ ପ୍ରସ୍ତୁତି ଚାଲିଥିବା ଭଳି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଖମ୍ବେଶ୍ଵରୀପାଲି ରେ ସାମ୍ନାକୁ ଆସିଛି l ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଏବଂ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏହି ବଡ଼ଧରଣର କଳା କାରବାର ର ପର୍ଦ୍ଧାଫାଶ କରାଯାଇଛି l ଚଢ଼ାଉ ରେ ସେଠାରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟସ୍ଥ ଗୋଦାମ ଗୃହ ରୁ 850 ଲିଟର କିରୋସିନି ଏବଂ ନକଲି ଡିଜେଲ ପ୍ରସ୍ତୁତ ପାଇଁ ଆବଶ୍ୟକ କେମିକାଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି l ଏପରିକି ଉକ୍ତ ଗୋଦାମ ଗୃହ ପରିସରରେ ଗଛିତ ଥିବା ପ୍ରାୟ 10 ହାଇୱା ବାଲି ଏବଂ ଦୁଇଟି ହାଇୱା କୁ ମଧ୍ୟ ଖଣି ବିଭାଗ ପକ୍ଷରୁ ଚିହ୍ନଟ କରାଯାଇ ତଦନ୍ତ କରାଯାଉଥିବା ସୂଚନା ମିଳିଛି l ଉକ୍ତ ବାଲି କେଉଁ ପରିସ୍ଥିତି ରେ ସେଠାକୁ ଆସିଛି ସେନେଇ ଖଣି ବିଭାଗ ତଦନ୍ତ କରୁଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଖମ୍ବେଶ୍ବରୀପାଲି ଛକ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ପରିତ୍ୟକ୍ତ ଗୋଦାମ ଗୃହ ରେ ଦୀର୍ଘ ଦିନ ହେବ ଏହି ଅପମିଶ୍ରଣ କାରବାର ଚାଲିଥିଲା l ସୁବର୍ଣ୍ଣପୁର ଜିଲ୍ଲା ଖମ୍ଭେଶ୍ଵରୀପାଲି ରୁ 850 ଲିଟର କିରୋସିନି ଜବତ ହୋଇଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ଯୋଗାଣ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଖମ୍ଭେଶ୍ଵରୀପାଲି ସ୍ଥିତ ଏକ ଗୋଦାମ ରେ ଚଢ଼ାଉ କରିଥିଲା l ରାଜ୍ୟରେ ଏବେ ଅପମିଶ୍ରଣ କାରବାର ବଢ଼ିବାରେ ଲାଗିଛି। ବିଶେଷ କରି ଖାଉଟି ସାମଗ୍ରୀ ପରେ ଏବେ ତେଲରେ ମଧ୍ୟ ଅପମିଶ୍ରଣ ହେଉଥିବା ଦେଖିବାକୁ ମିଳିଛି। ଖମ୍ବେଶ୍ୱରୀପାଲି ଅଞ୍ଚଳର ଏକ ଗୋଦାମରୁ 850 ଲିଟର କିରୋସିନି ଜବତ ହେବା ପରେ ଏବେ ଚାଞ୍ଚଲ୍ୟ ଖେଳିଯାଇଛି।

​ ସୂଚନା ଅନୁଯାୟୀ, ଖମ୍ବେଶ୍ୱରୀପାଲି ସ୍ଥିତ ଏକ ଗୋଦାମରେ ବେଆଇନ ଭାବେ କିରୋସିନି ଗଚ୍ଛିତ ଥିବା ଖବର ପାଇ ଜିଲ୍ଲା ଯୋଗାଣ ବିଭାଗ ତରଫରୁ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ପ୍ରାୟ 850 ଲିଟର କିରୋସିନି ଜବତ କରାଯାଇଛି।​ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି କିରୋସିନିକୁ ପେଟ୍ରୋଲ ପମ୍ପରେ ଡିଜେଲ ସହିତ ମିଶାଇ ବିକ୍ରି କରିବା ପାଇଁ ଯୋଜନା କରାଯାଉଥିଲା। ସୁବର୍ଣ୍ଣପୁର ମୁଖ୍ୟ ଯୋଗାଣ ଅଧିକାରୀ ଙ୍କ କହିବା ଅନୁଯାୟୀ ଗାଡ଼ି ମାଲିକଙ୍କୁ ଠକିବା ଏବଂ ଅଧିକ ମୁନାଫା କମାଇବା ପାଇଁ ଏଭଳି ଏକ ବଡ଼ ର଼୍ୟାକେଟ୍ କାମ କରୁଥିଲା।​ଡିଜେଲରେ କିରୋସିନି ମିଶ୍ରଣ ହେବା ଫଳରେ ଗାଡ଼ିର ଇଞ୍ଜିନ ଖରାପ ହେବା ସହ ପରିବେଶ ପ୍ରଦୂଷଣ ମଧ୍ୟ ବଢ଼ିଥାଏ। ଏହି ଘଟଣାରେ ଗୋଦାମ ମାଲିକ ଏବଂ ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ପ୍ରଶ୍ନ ଉଠୁଛି, ଏତେ ପରିମାଣର କିରୋସିନି ଆସିଲା କେଉଁଠୁ? ଏହା ପଛରେ କେଉଁ ପେଟ୍ରୋଲ ପମ୍ପ ମାଲିକଙ୍କ ହାତ ରହିଛି? ଏହାର ତଦନ୍ତ ଜାରି ରହିଛି l ଏହି ଚଢ଼ାଉ ରେ ସୋନପୁର ଉପ ଜିଲ୍ଲାପାଳ ଡ. ସୌମ୍ୟାରୁପା ରଥ, ଯୋଗାଣ ବିଭାଗ ର ଅଧିକାରୀ, ଅତିରିକ୍ତ ତହସିଲଦାର, ସୋନପୁର ଥାନାଅଧିକାରୀ ଓ ଅନ୍ୟ ଅଧିକାରୀ ମାନେ ସାମିଲ ଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *