ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଆୟୋଜିତ “ସାବିତ୍ରୀ ଯୋଗାଡ଼ -୨୦୨୬”
ବ୍ରହ୍ମପୁର , ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରା ସ୍ଥିତ ଶ୍ରୀ ଶ୍ରୀ ଇଶାଣେଶ୍ୱର ମନ୍ଦିର ଠାରେ ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଆୟୋଜିତ “ସାବିତ୍ରୀ ଯୋଗାଡ଼ -୨୦୨୬” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଯୋଗ ଦେଇ ପରମ୍ପରା ଯୁକ୍ତ ନାରୀ ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶାର ଭୂମିକା ସମଗ୍ର ବିଶ୍ୱରେ ଅଦ୍ୱିତୀୟ ବୋଲି ବକ୍ତବ୍ୟ ରଖିବା ସହ ସ୍ଵାମୀ ଓ ସ୍ତ୍ରୀ’ର ପବିତ୍ର ସମ୍ପର୍କର ପର୍ବ ‘ସାବିତ୍ରୀ ବ୍ରତ’ର ଶୁଭ ଅବସରରେ ଶହ ଶହ ସଂଖ୍ୟାରେ ଆସିଥିବା ମା’ ଏବଂ ଭଉଣୀ ମାନଙ୍କୁ ଅଭିନନ୍ଦନ ତଥା ଶୁଭେଚ୍ଛା ଜଣାଇଥିଲେ । ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମାନନୀୟା ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ, ମାନ୍ୟବର ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ମାନ୍ୟବର ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ମାନ୍ୟବର କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ମାନ୍ୟବର ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ପ୍ରମୁଖ ଯୋଗଦେଇ ନାରୀ ସମ୍ମାନ, ପାରିବାରିକ ମୂଲ୍ୟବୋଧ ଓ ସନାତନ ପରମ୍ପରାର ଗୌରବମୟ ଐତିହ୍ୟ ବିଷୟରେ ମତବ୍ୟକ୍ତ ରଖିବା ସହ ସମସ୍ତ ସାବିତ୍ରୀ ଭଉଣୀ ମାନଙ୍କର ଶୁଖ ଏବଂ ସମୃଦ୍ଧି କାମନା କରିଥିଲେ ।


ଏହି ଅବସରରେ ୧୨୦୦ ରୁ ଉର୍ଦ୍ଧ ସାବିତ୍ରୀ ଭଉଣୀ ମାନଙ୍କ ମଙ୍ଗଳ ପାଇଁ “ସାବିତ୍ରୀ ଯୋଗାଡ଼” ପ୍ରଦାନ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଲଳିତା ପ୍ରଧାନ, ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସର୍ମିଷ୍ଠା ପ୍ରଧାନ, କର୍ପୋରେଟର ସାବିତ୍ରୀ ନାୟକ, ସବିତା ସାହୁ, ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ, ଘୁମୁସର(ଆସ୍କା) ସାଙ୍ଗଠନିକ ଜିଲ୍ଲା ସଭାପତି ବିଜୟ କୁମାର ସ୍ବାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ମହନ୍ତ ଚିନ୍ମୟାନନ୍ଦ ଦାସ, ଗୋଳନ୍ଥରା ମଣ୍ଡଳ ସଭାନେତ୍ରୀ ଶ୍ରୀମତୀ କାଜଲ୍ ପାତ୍ର ପ୍ରମୁଖ ମଞ୍ଚାସୀନ ଥିବାବେଳେ ବିଜେପି ଗଞ୍ଜାମ ଜିଲ୍ଲା ଉପସଭାପତି ଗଙ୍ଗାଧର ଶତପଥୀ ଏବଂ ବରିଷ୍ଠ ନାରୀନେତ୍ରୀ ତଥା ପୂର୍ବତନ ଡୁରା ସରପଞ୍ଚ ଶ୍ରୀମତୀ ମମତାମୟୀ ରଣା ମଞ୍ଚ ପରିଚାଳନା କରିଥିଲେ । ବିଜେପି ନେତ୍ରୀ ମଧୁସ୍ମିତା ଠାକୁର୍ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆଭାସୀ ମାଧ୍ୟମରେ ଓଡ଼ିଶା ସରକାରଙ୍କ ରାଜସ୍ବ ମନ୍ତ୍ରୀ ଯୋଗ ଦେଇ ଏଭଳି ଅନନ୍ୟ ଢ଼ଙ୍ଗରେ ପାଳିତ ହେଉଥିବା “ସାବିତ୍ରୀ ଯୋଗାଡ଼” ଉତ୍ସବକୁ ଭୁରି ଭୁରି ପ୍ରଶଂସା କରିବା ସହ ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାସହ କାଶୀ ସୁମେରୁ ପୀଠାଧିଶ୍ୱର ଜଗତଗୁରୁ ଶଂକରାଚାର୍ଯ୍ୟ ମଧ୍ୟ ଆଭାସୀ ମଧ୍ୟରେ ଯୋଡ଼ି ହୋଇ ସାବିତ୍ରୀ ଯୋଗାଡ଼ କାର୍ଯ୍ୟକ୍ରମକୁ ଆସିଥିବା ମହିଳା ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ରାଜେଶ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଗୈାରୀ ଶଙ୍କର ସାମନ୍ତରା, ଜିଲ୍ଲା ଉପସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ୱରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବି ସୋମନାଥ ପାତ୍ର, ବରିଷ୍ଠ ବିଜେପି ନେତ୍ରୀ ଏସ୍ ରାଣୀ, ଯୁବନେତା ସୁନିଲ ପାତ୍ର, ସଞ୍ଜୟ କୁମାର ଦାସ, ଆଲୋକ କୁମାର ସାହୁ, କମଲ୍ ପାତ୍ର, ଗୋପିନାଥ ମହାରଣା ପ୍ରମୁଖଙ୍କ ସମେତ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି ଏବଂ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।
narasingh dakua nka report
