କଂଗ୍ରେସପକ୍ଷରୁ ମହିଳାଙ୍କ ଏକ ବିରାଟ ମଶାଲ ଶୋଭାଯାତ୍ରା
। ପୁରୀ: ରାଜ୍ୟରେ ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା, ମହିଳାଙ୍କୁ ନିର୍ଯ୍ୟାତନା, ପେଟ୍ରୋଲ ର ଦରବୃଦ୍ଧି, ଜାଳେଣି ଗ୍ୟାସ ର ଅଭାବ ମୂଳକ ସମସ୍ୟାକୁ ନେଇ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ଇଂଜିନିଅର ରାଜେଶ ମିଶ୍ର ଙ୍କ ନେତୃତ୍ୱରେ ଏକ ବିରାଟ ମହିଳା ମଶାଲ ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ସମୁଖରୁ ବାହାରି ବଡଦାଣ୍ଡ ଦେଇ ସିଙ୍ଗଦ୍ୱାର ପର୍ଯ୍ୟନ୍ତ ଯାଇଥିଲା,


ଏହି ଶୋଭାଯାତ୍ରାରେ ମହିଳା, ଯୁବ ଛାତ୍ର ଓ କଂଗ୍ରେସର ପୁରୁଖା କର୍ମୀ ଯୋଗଦେଇଥିଲେ। ରାଜ୍ୟ ସରକାରଙ୍କର ବିଶୃଙ୍ଖଳା ଜନିତ ବିଭିର୍ଣ୍ଣ କାର୍ଯ୍ୟ କଳାପ ସମ୍ପର୍କରେ ସ୍ଲୋଗାନ ଦେଇଥିଲେ, ଅଜୟ ମିଶ୍ର, ଆଇନଜୀବୀ ପ୍ରେମାନନ୍ଦ ମହାନ୍ତି, ବିଦ୍ୟୁତ ଲତା ଆଚାର୍ଯ୍ୟ, ସରସ୍ବତୀ ପାତ୍ର ପ୍ରମୁଖ ବହୁ ବିଶିଷ୍ଠ ମହିଳା ଓ ଦଲିଅ କର୍ମୀ ଶୋଭାଯାତ୍ରାରେ ଯୋଗଦାନ ଦେଇଥିଲେ।
