May 21, 2026
Home » ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ ଭୁବନେଶ୍ବର ଅଦ୍ଭୁତପୂର୍ବ ସଫଳତା,ଶତକଡା ଶହେ ପିଲା ଉଭିର୍ଣ୍ଣ

ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ ଭୁବନେଶ୍ବର ଅଦ୍ଭୁତପୂର୍ବ ସଫଳତା,ଶତକଡା ଶହେ ପିଲା ଉଭିର୍ଣ୍ଣ

0
WhatsApp Image 2026-05-20 at 6.19.44 PM

 

ଭୁବନେଶ୍ୱର: ଦୀର୍ଘ ୧୮ବର୍ଷ ଧରି ହାଇଟେକ୍ ଯୁକ୍ତ ଦୁଇ ବିଜ୍ଞାନ ବାଣିଜ୍ୟ ମହାବିଦ୍ୟାଳୟ ଭୁବନେଶ୍ବର ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି I ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ସମସ୍ତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି, ଯେପରିକି ୯୭ପ୍ରତିଶତ ପିଲା ପ୍ରଥମ ଶ୍ରେଣୀରେ ଉଭିର୍ଣ୍ଣ ହୋଇଥ‌ିବା ବେଳେ, ଦ୍ଵିତୀୟଶ୍ରେଣୀରେ ମାତ୍ର ୫ଜଣ ପିଲା ଉଭିର୍ଣ୍ଣ ହୋଇଛନ୍ତି I ଏହି ସଫଳତା ପାଇଁ ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚିତ୍ତରଞ୍ଜନ ସାହୁ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଧ୍ଯକ୍ଷଙ୍କୁ ଭୂୟଶୀ ପ୍ରଶଂସା କରିଛନ୍ତି. ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ନିର୍ଦ୍ଦେଶିକା ଅଙ୍କିତା ପାଣିଗ୍ରାହୀ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ ଉତ୍ତରିୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏଠାରେ କୁହାଯାଇପାରେକି ଦୀର୍ଘ ୧୮ବର୍ଷ ଧରି ଓଡିଶାରେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ହାଇଟେକ୍ ଗ୍ରୁପର ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ ପ୍ରଥମରୁ ହିଁ ସଫଳତା ଅର୍ଜନ କରିବାରେ ଲାଗିଛି।

Leave a Reply

Your email address will not be published. Required fields are marked *