July 7, 2026
Home » ରବିବାର ରଥଖଳା:ରଥ ନିର୍ମାଣ କାର୍ଯ୍ୟ

ରବିବାର ରଥଖଳା:ରଥ ନିର୍ମାଣ କାର୍ଯ୍ୟ

0
WhatsApp Image 2026-05-25 at 11.17.15 AM

୩୪ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ
*ତିନିରଥ ର ମହାରଣା ସେବକ – ୭୭*ତିନିରଥ ର ଭୋଇ ସେବକ – ୭୭*ତିନିରଥ ର କରତୀ ସେବକ – ୪*ତିନିରଥ ର ରୂପକାର ସେବକ – ୨୧*ତିନିରଥ ଓଝା କମାର ସେବକ – ୨୦*ବିନ୍ଧ କାରିଗର – ୨*ପାହି ମହାରଣା – ୨*ରଥ ଖଲାସହାୟକ(ପାଣି ବାଲା) ୧ମୋଟ – ୨୦୪ ଜଣ
ଆଜି ରଥ ନିର୍ମାଣର ୩୪ ତମ ଦିବସରେ ନିର୍ମାଣକାରୀ ସେବକ ମାନେ ଆଜି ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
ରଥ ନିର୍ମାଣ ଅଗ୍ରଗତି
( ବାକି ରହିଥିବା କିଛି ଅଂଶ ର ନିର୍ମାଣ ସହ ତିନିରଥର ୧୪ ନାହାକା ନିର୍ମାଣ କାର୍ଯ୍ୟ ଜାରୀ ରହିଥିଲା…)
ତିନି ରଥର ଗରଗରା ବିନ୍ଧ ସହ ଶେଷ ହୋଇଛି ତିନିରଥର ୧୪ ନାହାକା ନିର୍ମାଣ କାର୍ଯ୍ୟ
ଆଜି ଶେଷ ହୋଇଛି ତିନିରଥର ଚଉଦ ନାହାକା ର ନିର୍ମାଣ କାର୍ଯ୍ୟ, ଏଥିସହ ଶେଷ ହୋଇଛି ଗରଗରା ର ବିନ୍ଧ କାର୍ଯ୍ୟ
ଆସନ୍ତା କାଲି ଅନୁକୂଳ ପୂଜା ସହ ଆରମ୍ଭ ହେବ ତିନିରଥ ପାଞ୍ଚ ଦଣ୍ଡାର ଚଉପଟ କାର୍ଯ୍ୟ
ଆସନ୍ତାକାଲି ତିନିରଥର ପାଞ୍ଚ ଦଣ୍ଡା ନିର୍ମାଣ ଅନୁକୂଳ ପୂଜା ପରେ ଚଉପଟ କାର୍ଯ୍ୟ ଆରମ୍ଭ ହେବ। ଦୁଇଦିନ ପୂର୍ବରୁ ରଥ ଅମୀନ,ମୁଖ୍ୟ ମହାରଣା ମାନେ ଦଣ୍ଡା ନିର୍ମାଣ ପାଇଁ ଉପଯୋଗୀ କାଠ ଚିହ୍ନଟ ପରେ ଭୋଇ ସର୍ଦ୍ଦାର ଙ୍କ ନେତୃତ୍ୱରେ ଭୋଇ ସେବକ ମାନେ ୪୦ ଫୁଟିଆ ଧଉରା ଦଣ୍ଡା କାଠକୁ ବାହାର ରଥ ଖଳା ଠାରେ ସାଇତା କାର୍ଯ୍ୟ ଶେଷ କରିଥିଲେ, ଏହି ଦଣ୍ଡା ସାଇତା କାର୍ଯ୍ୟ ତିନିରଥ ତିନିରଥ ମୁଖ୍ୟ ମହାରଣାଙ୍କ ତଦାରଖ କ୍ରମେ ସମ୍ପନ୍ନ ହୋଇଥିଲା,

କରତୀ ସେବକ
ରଥ ଖଳା ପାର୍ଶ୍ୱରେ କରତୀ ସେବକ ମାନେ ପୋଲ ଗୟଳ ର ଚିରଟ କାର୍ଯ୍ୟ ଜାରୀ ରଖିଛନ୍ତି, ଗତ କାଲି ତାଳଧ୍ୱଜ ରଥର ୪୦ ଫୁଟିଆ ପୋଲ ଗୟଳ ର ଚିରଟ କାର୍ଯ୍ୟ ଶେଷ କରିଥିଲେ, ଆଜି ନନ୍ଦିଘୋଷ ରଥର ୪୦ ଫୁଟିଆ ପୋଲ ଗୟଳ ର ଚିରଟ ପାଇଁ ଉକ୍ତ ପୋଲ ଗୟଳ ର ଦୁଇପାଶ୍ଵ ର ଚିତା କାର୍ଯ୍ୟ ଆରମ୍ଭ କରିଛନ୍ତି।
ରୂପକାର ଚାଳି
ରୂପକାର ସେବକ ମାନେ ତିନିରଥର ସାଲ ଗୁଜ ରେ ନୃସିଂହ ରୂପ ଖୋଦେଇ ସହ ପଲିସ୍ ତଥା ଅଳଙ୍କାର ପକା କାର୍ଯ୍ୟ ଶେଷ କରି ତିନିରଥର ୮ ଗୋଟି ସେଖାଇଁ ତୀଖ ଗୁଜ ଗୁଡିକରେ ସିଂହ ବିରାଳ ରୂପ ଖୋଦେଇ ଜାରୀ ରଖିବାସହ ଶେଷ ଦେଇଥିବା ରୂପ ଦୁଡ଼ିକର ପଲିସ୍ କାର୍ଯ୍ୟ ଜାରୀ ରଖିଛନ୍ତି।
କମାର ଚାଳି
ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥର ଦଣ୍ଡା ଏବଂ ଅଖକୁ ସଂଯୋଗ କରୁଥିବା ୧୫/୧୮ ସାଇଜର ଚଉରସ ବିଡିଆ କଣ୍ଟା, ତୁମ୍ବ ବାହାର ଅଂଶ ରେ ବସିବା ପାଇଁ ୧୫/୨୨ ସାଇଜର ଅଗ ପାତେଳି ଘଡ଼ି ମୁହଁ ବିଡିଆ କଣ୍ଟା,ସହ ତିନିରଥର ୪ଟି ଲେଖାଏଁ ୨୪ ଏମ୍ ଏମ୍ ର ଗରଗରା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ପାହି ମହାରଣା
ଦୋଳ ବେଦୀ ଠାରେ ପାହି ମହାରଣା ଅଣସର ତଥା ରଥଯାତ୍ରାରେ ସେବା ନୀତି ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।

Leave a Reply

Your email address will not be published. Required fields are marked *