ପୁରୀ ବେଳାଭୂମିରେ ୧୫ ଫୁଟ୍ ହାତୀ-ଛୁଆ ବାଲୁକା କଳା ଆକର୍ଷଣର କେନ୍ଦ୍ରବିନ୍ଦୁ
ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ୧୫ଫୁଟ୍ ଲମ୍ବର ଏକ ମନଛୁଆଁ ବାଲୁକା କଳା ପ୍ରଦର୍ଶନ କରିଛନ୍ତି। ଏହି କଳାକୃତିରେ ଏକ ମା’ ହାତୀ ଓ ତା’ ଛୁଆର ପ୍ରତିକୃତି ସହ “ହାତୀ ମେରେ ସାଥୀ” ବାର୍ତ୍ତା ପ୍ରଦର୍ଶିତ ହୋଇଛି। ଏହି ବାଲୁକା କଳା ମାଧ୍ୟମରେ ହାତୀ ସଂରକ୍ଷଣ, ବନ୍ୟଜନ୍ତୁ ସୁରକ୍ଷା ଓ ମା’ ହାତୀ-ଛୁଆ ମଧ୍ୟରେ ଥିବା ଭାବପ୍ରବଣ ସମ୍ପର୍କକୁ ଉଜାଗର କରାଯାଇଛି।ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକ ଓ ଦର୍ଶକମାନଙ୍କ ଦୃଷ୍ଟି ଏହି କଳାକୃତି ଆକର୍ଷଣ କରୁଛି। ହାତୀମାନଙ୍କୁ ସୁରକ୍ଷା ଦେବା ଓ ପ୍ରକୃତି ସଂରକ୍ଷଣ ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ।ଶ୍ରୀ ପଟ୍ଟନାୟକ ନିୟମିତ ଭାବେ ତାଙ୍କ ବାଲୁକା କଳା ମାଧ୍ୟମରେ ସାମାଜିକ ଓ ପରିବେଶ ସମ୍ବନ୍ଧୀୟ ବାର୍ତ୍ତା ପ୍ରଚାର କରିଆସୁଛନ୍ତି।
