ଓଡିଶା ଅମଲା ସଂଘର ସପ୍ତଦଶ ରାଜ୍ୟ ସମ୍ମିଳନୀ ଉଦଯାପିତ
ଭୁବନେଶ୍ୱର:ଓଡିଶା ଅମଲା ସଂଘର ସପ୍ତଦଶ ରାଜ୍ୟ ସମ୍ମିଳନୀ ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପୁରୀ ସମ୍ମିଳନୀ କକ୍ଷରେ ଦୁଇଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଅଛି। ଉଦଯାପନୀ ଦିବସରେ ପୁରୀ ଲୋକସଭା ସାଂସଦ ଡଃ ସମ୍ବିତ ପାତ୍ର ସମ୍ମିଳନୀକୁ ସମ୍ବୋଧନ କରି ଓଡିଶା ଅମଲା ସଂଘର ଦାବିଗୁଡିକ ସମ୍ପର୍କରେ ଅବଗତ ହୋଇଥିଲେ । ଆଜିର ଉଦଯାପନୀ ଦିବସର ଦ୍ଵିତୀୟ।ର୍ଦ୍ଧରେ ଆସନ୍ତା ତିନି ବର୍ଷ ପାଇଁ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚିତ ହୋଇଥିଲେ l ଏଥିରେ ଅଧ୍ୟକ୍ଷ ଭାବେ ଶ୍ରୀ ଅଶୋକ କୁମାର ପଣ୍ଡା, ରାଜ୍ୟ ସଭାପତି ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ଦାସ, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ କିରଣ କୁମାର ପାଢ଼ୀ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ତରାସିଆ, ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ଅରୁଣ କୁମାର ବଳିଆର ସିଂହ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ମହାପାତ୍ର, ମେଡିଆ ସମ୍ପାଦକ ଶ୍ରୀଯୁକ୍ତ ଗୁରୁ ଗୋବିନ୍ଦ ଦଳାଇଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ନିର୍ବାଚିତ ହୋଇଥିଲେ l ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିନା ଜ୍ଞାପନ କରିଥିଲେ l
