ନୟାଗଡ ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) ମଇ ୩୦ ତାରିଖରୁ ଆରମ୍ଭ ।
ନୟାଗଡ଼ : ନୟାଗଡ ଜିଲ୍ଲାରେ ୩୦ ତାରିଖରୁ ଏସ ଆଇ ଆର କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଥିବାରୁ ଜନସାଧାରଣଙ୍କୁ ସଚେତନ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକି ପ୍ରଚାର ପ୍ରସାର ପାଇଁ ଅନୁରୋଧ କରିଛନ୍ତି।ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ନୟାଗଡ଼ ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ “Special Intensive Revision” (S. I. R) ଉପରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଅଧକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଥିଲା । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ସୂଚନା ପୂର୍ବକ କହିଲେ ଯେ, ଭାରତର ନିର୍ବାଚନ ଆୟୋଗ ତା ୦୧ . ୦୭. ୨୦୨୬ ରିଖକୁ ଯୋଗ୍ୟ ତାରିଖ ରୂପେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (Special Intensive Revision ) ଅଭିଯାନ ଓଡ଼ିଶାରେ ଆରମ୍ଭ କରିଛନ୍ତି । ଏହି ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ସଠିକ୍, ସ୍ବଚ୍ଛ ଓ ଅଦ୍ୟତନ କରିବା । ଏଥିପାଇଁ ୩୦ ମଇ ୨୦୨୬ ରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ବି ଏଲ ଓ ମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ପରିଗଣନା ଫର୍ମ (Enumeration Form )ପ୍ରଦାନ କରିବେ । ଭୋଟର ମାନେ ଏହି ଦୁଇଟି ଫର୍ମ ସଠିକ ଭାବେ ପୂରଣ କରିବେ ଓ ଗୋଟିଏ କପି ନିଜ ପାଖରେ ରେଫରେନ୍ସ ପାଇଁ ରଖିବେ ଏବଂ ଅନ୍ୟ କପିଟି ବି ଏଲ ଓ ସଂଗ୍ରହ କରିବେ । ତେଣୁ ସମସ୍ତ ଭୋଟରମାନେ ବି ଏଲ ଓଙ୍କୁ ସହଯୋଗ କରନ୍ତୁ ଓ ସଠିକ ତଥ୍ୟ ପ୍ରଦାନ କରନ୍ତୁ । ସମସ୍ତ ଫର୍ମ ସଂଗ୍ରହ କରି ସାରିବା ପରେ ଖସଡା ନିର୍ବାଚନୀ ତାଲିକା ପ୍ରସ୍ତୁତ କରାଯାଇ ତା ୦୫ . ୦୭ . ୨୦୨୬ ରିଖରେ ପ୍ରକାଶନ କରାଯିବ । ସମସ୍ତ ଭୋଟରଙ୍କୁ ଅନୁରୋଧ ସେମାନେ ନିଜ ନିଜ ନାମ ନିର୍ବାଚନୀ ତାଲିକାରେ ଯାଞ୍ଚ କରିବେ ଓ ତ୍ରୁଟି ଥିଲେ ତା ୦୫ . ୦୭ . ୨୦୨୬ ରିଖ ଠାରୁ ତା ୦୪. ୦୮. ୨୦୨୬ ରିଖ ମଧ୍ଯରେ ଦାବୀ ଓ ଆପତ୍ତି ବ ଏଲ ଓ/ଏଇଆରଓ/ଇଆରଓଙ୍କ ନିକଟରେ ଦାଖଲ କରିବେ । ତା ୦୫. ୦୭ . ୨୦୨୬ ରିଖ ଠାରୁ ତା ୦୨. ୦୯. ୨୦୨୬ ରିଖ ମଧ୍ଯରେ ଇଆରଓ/ ଏଇଆରଓ ନୋଟିସ ଦେଇ ଦାବୀ ଓ ଆପତ୍ତିର ଶୁଣାଣି କରିବେ । ତା ୦୬. ୦୯. ୨୦୨୬ ରିଖରେ ଅନ୍ତିମ ନିର୍ବାଚନୀ ତାଲିକା ପ୍ରକାଶନ କରାଯିବ I ତେଣୁ ନୟାଗଡ ଜିଲ୍ଲାର ସମସ୍ତ ଭୋଟରମାନଙ୍କୁ ଅନୁରୋଧ ସମସ୍ତେ ବିଏଲଓ ବିଏଲଏ ଭଲ୍ୟୁଣ୍ଟିୟର ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରନ୍ତୁ, ସଠିକ ତଥ୍ୟ ଦିଅନ୍ତୁ ଏବଂ ଖସଡା ନିର୍ବାଚନୀ ତାଲିକା (Draft Electoral Roll)କୁ ଯାଞ୍ଚ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବୀ ଓ ଆପତ୍ତି ଦାଖଲ କରି ସଠିକ୍, ସ୍ବଚ୍ଛ ଭୋଟର ତାଲିକା ପ୍ରସ୍ତୁତ କରିବାରେ ସହଯୋଗ କରନ୍ତୁ । ଏହି ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ ) ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ବିଜୟାନନ୍ଦ ନାୟକ,ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଡେପୁଟି କଲେକ୍ଟର(ନିର୍ବାଚନ )ଶିବାନୀ ରାଉତ, ଡେପୁଟି କଲେକ୍ଟର ତପସ୍ୱିନୀ ହାଁସଦା, ନୋଡାଲ ଅଫିସର ପ୍ରିଣ୍ଟ ଇଲେକ୍ଟ୍ରୋନିକ୍ସ ମେଡ଼ିଆ ଡେପୁଟି କଲେକ୍ଟର ସନ୍ତୋଷ କୁମାର ଜେନା, ନୋଡାଲ ଅଫିସର ଏସଭିିଇଇପି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
