ରାଜ୍ୟ ସରକାରଙ୍କ ଅଧିନସ୍ଥ ହୋମିଓ ପାଥି କେନ୍ଦ୍ରର ଅବସ୍ଥା ଯଥା ପୂର୍ଵଂ ତଥା ପରଂ
ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି…..
ମାନ୍ଧାତା ଅମଳରୁ ବାହାରି ପାରି ନାହିଁ ରାଜ୍ୟ ଆୟୁଷ ବିଭାଗ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଆୟୁଷ ବିଭାଗ ର କାର୍ଯ୍ୟ ପଦ୍ଧତି କୁ ଦେଖିଲେ ଲାଗେ ସତେ ଯେମିତି ଏହାର ନବ କଳେବର କେଉଁ ଯୁଗ ରୁ ହୋଇନାହିଁ।ଏହି ନିର୍ଦ୍ଦେଶାଳୟ ଅଧୀନରେ ୧୧୮୮ ଆୟୁର୍ବେଦ, ହୋମିଓପାଥି ଓ ୟୁନାନି ଚିକିତ୍ସାଳୟ ତଥା ରାଜ୍ୟ ର ସମସ୍ତ ଆୟୁଷ ଚିକିତ୍ସା ମହାବିଦ୍ୟାଳୟ କାର୍ଯ୍ୟ କରୁଛନ୍ତି।ବିଗତ ଦିନରେ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ ସଂଖ୍ୟାଧିକ ଆୟୁଷ ଚିକିତ୍ସାଳୟ ର ନିଜସ୍ବ ଭିତ୍ତଭୂମିର ଅଭାବ ରହିଛି, କେଉଁଠି ଘର ନାହିଁ ତ କେଉଁଠି ଜମି ନାହିଁ, ଏ ପରି ଅନେକ ଚିକିତ୍ସାଳୟ ବେସରକାରୀ ଗୃହ ରେ ମଧ୍ଯ କାର୍ଯ୍ୟ କରୁଅଛି। ସୂଚନା ଅନୁଯାୟୀ ୧୯୯୦ ମସିହା ର ତତ୍କାଳୀନ ଭାରତୀୟ ଚିକିତ୍ସା ଓ ହୋମିଓପାଥି ନିର୍ଦ୍ଦେଶକ( ବର୍ତ୍ତମାନ ର ଆୟୁଷ ନିର୍ଦ୍ଦେଶକ) ଙ୍କ ଚିଠି ଅନୁଯାୟୀ ଆୟୁର୍ବେଦ ଚିକିତ୍ସାଳୟ ପାଇଁ ଏକ ଏକର ଜମି ଓ ହୋମିଓପାଥି ଚିକିତ୍ସାଳୟ ପାଇଁ ୫୦ ଡିସମିଲ୍ ଜମି ର ଅବଶ୍ୟକ ରହିଛି। ୩୬ ବର୍ଷ ପରେ ମଧ୍ୟ ଏହି ଜମି ର ସଂଶୋଧନ କରା ଯାଉନାହିଁ, ସେତେବେଳେ ଜନ ସଂଖ୍ୟା, ସୀମିତ ସରକାରୀ ଯୋଜନା ଓ ସରକାରୀ ଜମି ର ସହଜ ଉପଲବ୍ଧତା କୁ ଦୃଷ୍ଟି ରେ ରଖି ଏହି ଜମି ର ମାତ୍ରା ସ୍ଥିର କରା ଯାଇଥିଲା, ବର୍ତ୍ତମାନ ଭିତ୍ତଭୂମି ନିର୍ମାଣ ର ଆଧୁନିକ ପ୍ରକଳ୍ପ, ଅବଶ୍ୟକ ସ୍ଥଳେ ବହୁତଳ କୋଠା ର ନିର୍ମାଣ ଯୋଗୁ ତଥା ବିବିଧ ସରକାରୀ ଯୋଜନା ର କାର୍ଯ୍ୟକାରୀ ପାଇଁ ସରକାରୀ ଜମି ର ଅନୁପଲବ୍ଧତା ସୀମିତ ଜମି ରେ ଆୟୁଷ ଚିକିତ୍ସା କେନ୍ଦ୍ର ର ନିର୍ମାଣ ର ପୁନଃ ଆଧୁନିକ ପ୍ରକଳ୍ପ ଯୋଜନା କରିବାର ଆବଶ୍ୟକ ରହିଛି। ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ସମୟରେ ଆୟୁଷ ଚିକିତ୍ସା କେନ୍ଦ୍ର ର କୋଠା ନିର୍ମାଣ କୁ ୨୩ ବର୍ଷ ତଳେ ଅନୁମୋଦନ କରା ଯାଇଥିଲା । ଏକ ପକ୍ଷ ରେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ଅନେକ ଆୟୁଷ ଚିକିତ୍ସା କେନ୍ଦ୍ର ରେ ମୌଳିକ ସୁବିଧା ନ ଥିବା ବେଳେ କୋଠା ନିର୍ମାଣ ର ପୁରାତନ ଶୈଳୀ ଯୋଗୁ ବର୍ତ୍ତମାନ ର ଆବଶ୍ୟକତା କୁ ଏହା ପୂରଣ କରିବା ପାଇଁ ସକ୍ଷମ ହେଉନାହିଁ। ଏହା ସହ ସମସ୍ତ ହୋମିଓପ୍ୟାଥି ଚିକିତ୍ସା କେନ୍ଦ୍ର ରେ ସେହି ପୁରାତନ ଶୈଳୀ ରେ ହୋମିଓପାଥି ଔଷଧ ବଣ୍ଟନ କରା ଯାଉଅଛି। ହୋମିଓପାଥି ର ଜନକଡ଼ା ସାମୁଏଲ ହ୍ୟନିମ୍ୟାନ୍ ଙ୍କ ଶେଷ ପଦ୍ଧତି ରେ ଔଷଧ ବଣ୍ଟନ ସର୍ବାଧିକ ପ୍ରଭାବୀ ଥିବା ବେଳେ ରାଜ୍ୟରେ ଏହାକୁ କାର୍ଯ୍ୟ କାରି କରିବା ପାଇଁ ଆୟୁଷ ନିର୍ଦ୍ଦେଶାଳୟ ର କୌଣସି ଯୋଜନା ମଧ୍ୟ ନାହିଁ। ଫଳରେ ରୋଗୀ ମାନେ ଏହି ଔଷଧ ପାଇବା ରୁ ବଞ୍ଚିତ ହେଉଥିବା ବେଳେ ରାଜ୍ୟ ସରକାର ଙ୍କ ଅର୍ଥ ରାଶି ର ସୁବିନିଯୋଗ ମଧ୍ୟ ହେଇ ନାହିଁ । ଜମି ଅଧୂଗ୍ରହଣ ସମସ୍ୟା ପାଇଁ ନୂତନ ଭାବେ ନିର୍ମାଣ ପ୍ରକଳ୍ପ ର ଯୋଜନା କରିବା ଓ ସୀମିତ ସରକାରୀ ଜମି ରେ ସୁଦୃଢ଼ ଭିତ୍ତିଭୂମି ବିକାଶ କରିବା ଓ ସମସ୍ତ ହୋମିଓପ୍ୟାଥି ଚିକିତ୍ସା କେନ୍ଦ୍ର ରେ ଏହି ଔଷଧ ଯୋଗାଣ ପାଇଁ ଅଲ ଓଡିଶା କିଭିଡ-୧୯ ଆୟୁଷ ଡାକ୍ତର ସଙ୍ଘ ର ସଭାପତି ଡ଼ା ଦୁଷ୍ମନ୍ତ ୟାଦବ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..
