ଓଡ଼ିଆ ଭାଷାରେ ବିଞାନ ପାଠ ପଢିବା ନେଇ ଫୁଲବାଣୀରେ ସାମ୍ବାଦିକ ସମ୍ମିଳନୀ
ଫୁଲବାଣୀ ପ୍ରେସ କ୍ଳବ ସଭାଗୃହ ଠାରେ ଏକାଦଶ ଶ୍ରେଣୀରେ ବିଞାନ ପାଠ ଓଡ଼ିଆରେ ପଢା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ମିଳିତ ସହଯୋଗରେ ଓଡିଆ ଭାଷାରେ ପୁସ୍ତକ ପ୍ରସ୍ତୁତ କରି ପ୍ରତ୍ୟେକ ସରକାରୀ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପଠାସରିଛି।ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଞାନ ପଢିଲେ ଆମ ପିଲାମାନେ ଭବିଷ୍ୟତରେ ଇଂଞିନିୟରିଂ, ଡକ୍ତରୀ, ନର୍ସିଂ, ଆଇଏ ଏସ, ଓ ଆଇଆଇଟି ଭଳି ବିଭିନ୍ନ ବୈଷୟିକ ପାଠ ପଢିବାର ଅଧିକ ସୁଯୋଗ ପାଇବେ ବୋଲି ଜିଲା ପ୍ରମୁଖ ଅଶୋକ ପରିଡା ସୂଚନା ଦେଇଥିଲେ।ଏହା ଫଳରେ ବାହାର ରାଜ୍ୟରୁ ତାଙ୍କ ମାତୣଭାଷାରେ ପଢି ଓଡ଼ିଶାରେ ନିଯୁକ୍ତି ପାଉଥିବା ପ୍ରଶାସନିକ ଅଧିକାରୀଙ୍କ ସଂଖ୍ୟା କମିବ। ପୂର୍ବରୁ ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଞାନର ପାଠ୍ୟ ପୁସ୍ତକ ଅଭାବ ଥିଲା। ଇଂରାଜୀରେ ଯୁକ୍ତ ଦୁଇ ବିଞାନ ପଢା ଯାଉଥିଵାରୁ ଆମ ଓଡିଆ ପିଲାମାନେ ଯୁକ୍ତ ଦୁଇ ବିଞାନ ପଢିବାକୁ ଆଗ୍ରହୀ ନଥିଲେ।ନିଜ ମାତୣଭାଷାରେ ଦଶମ ଶ୍ରେଣୀ ପଯ୍ୟନ୍ତ ପଢିଆସୁଥିବା ଓଡ଼ିଆ ଛାତ୍ରଛାତ୍ରୀ ମାନେ ହଠାତ ଇଂରାଜୀ ଭାଷାରେ ବିଞାନ ଶିକ୍ଷା ପ୍ରତି ବିମୁଖ ହେଇ କଳା, ବାଣିଜ୍ୟ ପଢିବାକୁ ବାଧ୍ୟ ହେଉଥିଲେ।

ବିଶ୍ବର 137ଟି ରାଷ୍ଟ୍ରରେ ଇଂରାଜୀ ଭାଷା ବଦଳରେ ସେମାନଙ୍କ ନିଜସ୍ଵ ଭାଷା ପ୍ରଚଳିତ ହେଉଛି। ତେଣୁ ଆମ ସରକାର ପରିସ୍ଥିତିକୁ ହୣଦୟଙ୍ଗମ କରି ଓଡିଆ ଭାଷା ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସହଯୋଗରେ ଯୁକ୍ତ ଦୁଇ ବିଞାନ ପାଠ୍ୟ ପୁସ୍ତକ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଅନୁମୋଦନ କରି ସବୁ ଜିଲାକୁ ପଠାଇଛନ୍ତି।ଓଡ଼ିଆ ଭାଷା ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟ ସଚିବ ଡ ସୁବ୍ରତ କୁମାର ପୣଷ୍ଟିଙ୍କ ନେତୣତ୍ବରେ ନୀରଦ ବରଣ ଖୁଣ୍ଟିଆ, ସଚ୍ଚିକାନ୍ତ ପ୍ରଧାନ, ନଟବର ଶତପଥି ପ୍ରମୁଖ ଓଡ଼ିଆ ଭାଷାର ବିକାଶ ପାଇଁ କାର୍ଯ୍ୟକରି ଆସୁଛନ୍ତି।କନ୍ଧମାଳ ଜିଲାରେ 18ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଞାନରେ 2016ଟି ସିଟ ଥିବାବେଳେ ଇଂରାଜୀ ଭୟରେ ଗତ ଶିକ୍ଷା ବର୍ଷରେ ପଚାଶ ପ୍ରତିଶତ ସିଟ ଖାଲି ରହିଥିଲା।ତେଣୁ ଭୟ ନ କରି ଓଡ଼ିଆ ଭାଷାରେ ବିଞାନ ପଢିବା ଆମର ଭବିଷ୍ୟତ ଗଢିବା।ଜିଲ୍ଲା ଶିକ୍ଷା ବିଭାଗର ପ୍ରଶାସନିକ ଅଧିକାରୀ, ଶିକ୍ଷକ ଓ ଅଧ୍ୟାପକ,ଅଧ୍ୟାପିକା ମାନେ ଅଧିକ ସଚେତନତା ସୣଷ୍ଟି କରି ବିଞାନ ଶିକ୍ଷାକୁ ଅଗ୍ରାଧିକାର ଦେବାକୁ ଓଡ଼ିଆ ଭାଷା ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି । ଚଳିତ ନାମ ଲେଖା ସମୟରେ ଯୁକ୍ତ ଦୁଇ ବିଞାନ ଓଡ଼ିଆ ଭାଷାରେ ପଢିବାକୁ ପ୍ରଥମ ପସନ୍ଦ ଭାବେ ସାମସ ପୋର୍ଟାଲରେ ଆବେଦନ କରିବାକୁ କନ୍ଧମାଳ ଜିଲା ପ୍ରମୁଖ ଅଶୋକ ପରିଡା ଅନୁରୋଧ କରିଛନ୍ତି। ଏହି ଅବସରରେ ଜିଲା ଅବସରପ୍ରାପ୍ତ କର୍ମଚାରୀ ଶିକ୍ଷକ ସଂଘର ସଭାପତି ନବ କିଶୋର ରଥ ଓ ସଂମ୍ପାଦକ ବଂଶୀଧର ପଣ୍ଡା ପ୍ରମୁଖ ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଞାନ ପାଠ ପଢିବାକୁ ପ୍ରଶଂସା କରିଥିଲେ।
