June 5, 2026
Home » ଲୋକ ଭବନରେ ବିଶ୍ୱ ପରିବେଶ ଦିବସ ପାଳିତ

ଲୋକ ଭବନରେ ବିଶ୍ୱ ପରିବେଶ ଦିବସ ପାଳିତ

0
WhatsApp Image 2026-06-05 at 5.27.24 PM

 

ଚାରା ରୋପଣ କଲେ ରାଜ୍ୟପାଳ

ବ୍ୟାପକ ବୃକ୍ଷରୋପଣ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟିଙ୍କ ଆଜି ଲୋକ ଭବନ ପରିସରସ୍ଥ ଅଟଳ ବନରେ ଚାରା ରୋପଣ କରିଛନ୍ତି। ଏହି ଅବସରରେ ଲୋକ ଭବନର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ପରିବେଶ ସଂରକ୍ଷଣ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃପ୍ରକାଶ କରିଛନ୍ତି।ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ, ପରିବେଶ ସଂରକ୍ଷଣ ଏକ ସାମୁହିକ ଦାୟିତ୍ୱ ଅଟେ। ପରିବେଶକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷରୋପଣ କରି ନିଜର ଯୋଗଦାନ ରଖିବା ଉଚିତ।ଏକ ବାର୍ତ୍ତାରେ ରାଜ୍ୟପାଳ କହିଛନ୍ତି ଯେ ପରିବେଶ ଦିବସ ପୃଥିବୀ ଓ ପ୍ରକୃତି ସମ୍ପର୍କରେ ଚିନ୍ତା କରିବାର ଅବସର ଆଣେ I ପରିବେଶକୁ ରକ୍ଷା କରିବା ସମସ୍ତଙ୍କର ଦାୟିତ୍ୱ। ଏହାର ସୁରକ୍ଷା ପାଇଁ ଚାରା ରୋପଣ ଦ୍ୱାରା ଆମେ ଏକ ଛୋଟ କିନ୍ତୁ ଅର୍ଥପୂର୍ଣ୍ଣ ପଦକ୍ଷେପ ନେଇପାରିବା ।ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ‘ଏକ ପେଡ଼ ମା କେ ନାମ’ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ପ୍ରତ୍ୟେକ ନାଗରିକ ଅତି କମରେ ଗୋଟିଏ ଲେଖାଏଁ ଚାରା ରୋପଣ କରିବାକୁ ରାଜ୍ୟପାଳ ନିବେଦନ କରିଛନ୍ତି I‘ଇଚ୍ ୱାନ୍, ପ୍ଲାଣ୍ଟ୍ ୱାନ୍’ (ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ଚାରା ରୋପଣ କରିବା) ସ୍ଲୋଗାନ ସମସ୍ତଙ୍କର ଧେୟ ହେବ ଉଚିତ ବୋଲି ରାଜ୍ୟପାଳ କହିଛନ୍ତି ହେବ ଉଚିତ ।”

ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ବୃକ୍ଷ ବାୟୁକୁ ବିଶୁଦ୍ଧ କରେ, ଜୈବ ବିବିଧତା ସଂରକ୍ଷଣ କରେ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରତିକାର କରେ। ବ୍ୟକ୍ତି ଓ ସମାଜର ଛୋଟ ପ୍ରୟାସ ମଧ୍ୟ ପରିବେଶ ସଂରକ୍ଷଣରେ ବହୁତ ବଡ଼ ପ୍ରଭାବ ପକାଇପାରେ।ଯୁବପିଢ଼ିକୁ ପରିବେଶ ସଂରକ୍ଷଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ ଦେଇ ଏକ ସ୍ୱଚ୍ଛ, ସବୁଜ ଓ ସ୍ଥାୟୀ ଭବିଷ୍ୟତ ଗଢି ତୋଳିବାକୁ ଯୁବକ-ଯୁବତୀମାନେ ସକ୍ରିୟ ଭାବେ ଯୋଗଦାନ ଦେବାକୁ ରାଜ୍ୟପାଳ ନିବେଦନ କରିଛନ୍ତି I

Leave a Reply

Your email address will not be published. Required fields are marked *