June 8, 2026
Home » ରକ୍ ଷ୍ଟାର ଡାନ୍ସ ଏକାଡେମୀ ତରଫରୁ ସମର ଧମାକା ୨୦୨୬ ,ନୃତ୍ୟ ଓ ଫ୍ୟାସନ ପ୍ରତି ଯୋଗିତା ସହ ପୁରସ୍କାର ବିତରଣ

ରକ୍ ଷ୍ଟାର ଡାନ୍ସ ଏକାଡେମୀ ତରଫରୁ ସମର ଧମାକା ୨୦୨୬ ,ନୃତ୍ୟ ଓ ଫ୍ୟାସନ ପ୍ରତି ଯୋଗିତା ସହ ପୁରସ୍କାର ବିତରଣ

0
WhatsApp Image 2026-06-08 at 12.17.08 AM (1)

 

ବ୍ରହ୍ମପୁର, ସ୍ଥାନୀୟ ଗଂଜାମ କଳା ପରିଷଦଠାରେ ରକଷ୍ଟାର ଡ୍ୟାନ୍ସ ଏକାଡେମୀ ତରଫରୁ ସମର ଧମାକା ୨୦୨୬ ଅବସରରେ ନୃତ୍ୟ ଓ ଫ୍ୟାସନ ପ୍ରତିଯୋଗୀତା ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ମୂଖ୍ୟ ଅତିଥିରୂପେ ମେୟର ସଙ୍ଘମିତ୍ରା ଦଳାଇ ,ସମ୍ମାନୀତ ଅତିଥି ରୂପେ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ଅର୍ବାନ ବ୍ୟାଙ୍କ ସଭାପତି ଆର୍.ମୂରଲୀ ମୋହନ,ସମାଜସେବୀ ସନ୍ତୋଷ ପାତ୍ର, କର୍ପୋରେଟର୍ ପ୍ରଦୀପ ଶତପଥୀ, ଡି.କରୁଣା କର, ବିଜେପି ନେତା ବନମାଳୀ ସେଠୀ, ଖ୍ୟାତନାମା ନୃତ୍ୟ ଗୁରୁ କ୍ରିଷ୍ଣା ରେଡ୍ଡୀ , ପୂର୍ଣ୍ଣ ଦାସ , ରାଜେନ୍ ସେଠୀ , ସୁରଜ ଓ ବରିଷ୍ଠ ସାମ୍ୱାଦିକ ସୁଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ ।

 

ଫ୍ୟାସନ ପ୍ରତିଯୋଗୀତାରେ ବିଚାରକଭାବେ ସୁନ୍ଦରୀ ଆଭା ପାଣିଗ୍ରାହି ଓ ସାନୟା ପଣ୍ଡା ପ୍ରମୁଖ ଯୋଗଦେଇଥିବା ବେଳେ ଏକାଡେମୀ ପକ୍ଷରୁ ତରୁଣ, ରବି, ରାଜା,ଆୟା, ବାସୁ, ସୀମା, ଲକ୍ଷ୍ମଣ, ଚନ୍ଦନ, ରିହାନ୍, ମହେଶ, ରୁଦ୍ର, ତୁଷାର, ଶ୍ରୀୟା, ମହାଲକ୍ଷ୍ମୀ, ଚାନ୍ଦିନୀ, ଆୟୁଷ, ସୁମନ୍ତ ,ଜୟବଦ୍ଧନଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତା ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ କାହ୍ନୁ ରାଉତ ଓ ଟୁଇଙ୍କଲ୍ ଗମାଂଗ ସଂଯୋଜନା କରିଥିଲେ ।ଶେଷରେ ନୃତ୍ୟ ଓ ଫ୍ୟାସନ ପ୍ରତିଯୋଗୀତାର କୃତି ପ୍ରତି ଯୋଗୀ ମାନକୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଯୁବ ନେତା ତଥା ସମାଜସେବୀ ବିକ୍ରମ ଜେନା ଙ୍କ ପରିଚାଳନା ରେ ଏପରି କାଯ୍ୟକ୍ରମ ଆୟୋଜିତ ହୋଇଥିଲା ।

 

narasingh dakua nka report

Leave a Reply

Your email address will not be published. Required fields are marked *

You may have missed