June 8, 2026
Home » ଦେବସ୍ନାନ ପୂର୍ଣ୍ଣିମା ଓ ଅଲାରନାଥ ଦର୍ଶନ ପାଇଁ ବୈଠକ ଅନୁଷ୍ଠିତ

ଦେବସ୍ନାନ ପୂର୍ଣ୍ଣିମା ଓ ଅଲାରନାଥ ଦର୍ଶନ ପାଇଁ ବୈଠକ ଅନୁଷ୍ଠିତ

0
WhatsApp Image 2026-06-08 at 4.54.33 PM


ପୁରୀ: ଚଳିତ ବର୍ଷ ର ଦେବସ୍ନାନ ପୂର୍ଣ୍ଣିମା ଜୁନ ୨୯ ତାରିଖରେ ଅନୁଷ୍ଠିତ ହେବ।ସ୍ନାନ ପୂର୍ଣ୍ଣିମା ପରଦିନ ଠାରୁ ବ୍ରହ୍ମଗିରି ସ୍ଥିତ ମହାପ୍ରଭୁ ଅଲାରନାଥ ଙ୍କ ଦର୍ଶନ ଆରମ୍ଭ ହୋଇଯିବ।ଉଭୟ କାର୍ଯ୍ୟ କୁ ଶାନ୍ତି ଶୃଙ୍ଖଳା ର ସହ ସମାପନ ପାଇଁ ଏକ ବୈଠକ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ମହାପ୍ରଭୁଙ୍କ ଉଭୟ ସ୍ନାନ ଯାତ୍ରା ଓ ଅନବସର ସମୟରେ ଅଲାରନାଥ ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡର ଆଶା କରାଯାଉଛି।ତେଣୁ ଉଭୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କୁ ଶୃଙ୍ଖଳିତ ଓ ସୁନ୍ଦର ଭାବେ ପରିଚାଳନା ଆମ ସମସ୍ତ ଙ୍କ ଦାୟିତ୍ୱ ବୋଲି କହିଥିଲେ।ପୂର୍ବରୁ ଚଳିତ ସ୍ନାନ ଯାତ୍ରା ଓ ରଥଯାତ୍ରା କୁ ସୁଚାରୁ ରୁପେ ପରିଚାଳନା ପାଇଁ ବିଭିନ୍ନ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ମହାପ୍ରଭୁ ଅଲାରନାଥଙ୍କ ଦର୍ଶନ, ନୀତି କାନ୍ତି,ଶ୍ରଦ୍ଧାଳୁ ମାନଙ୍କ ସୁରକ୍ଷା, ସୁରକ୍ଷିତ ଦର୍ଶନ ଓ ସମସ୍ତ ବ୍ୟବସ୍ଥା କୁ ସୁ ନିୟନ୍ତ୍ରିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ପରିଚାଳନା କମିଟି ସଦସ୍ୟ ଓ ଅଲାରନାଥ ମନ୍ଦିର ର ସେବାୟତ ମାନଙ୍କ ଅଭିଜ୍ଞତା, ଅନୁଭବ ଓ ପରାମର୍ଶ ଅନୁସାରେ ଶ୍ରଦ୍ଧାଳୁ ମାନଙ୍କ ସୁବିଧା ପାଇଁ ଉପଜିଲ୍ଲାପାଳଙ୍କ ତତ୍ବାବଧାନରେ ଅଲାରନାଥ ମନ୍ଦିର ର ସ୍ଥିତି,ଆବଶ୍ୟକତା କୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ନିଆଗଲା।ବୈଠକ ର ନିର୍ଯ୍ୟାସ ଆଧାର ରେ ସମସ୍ତ ବିଭାଗ ସେମାନଙ୍କ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ପରସ୍ପର ମଧ୍ୟରେ ସୁସମନ୍ବୟ ଓ ସହଯୋଗ ରଖି କାର୍ଯ୍ୟ କଲେ ଅଧିକ ଶୃଙ୍ଖଳିତ ଭାବେ ଏହା ସମ୍ପର୍ଣ୍ଣ ହେବ ବୋଲି ମତ ଦେଇ ଯେଉଁ ବିଭାଗର ଯାହା ଦାୟିତ୍ୱ ଅତ୍ୟନ୍ତ ନିଷ୍ଠା ଓ ସେବା ମନୋଭାବ ନେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ପରାମର୍ଶ ଦେଇଥିଲେ।ମହାପ୍ରଭୁଙ୍କ ଅନୁମୋଦିତ ନୀତି କାନ୍ତି ଅନୁସାରେ ସଠିକ ଭାବେ ମହାପ୍ରଭୁ ଙ୍କ ନୀତି ପରିଚାଳନା କରାଯିବ।ଏଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେବେ।ସେହିପରି ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିବହନ ବ୍ୟବସ୍ଥା, ରେଳଯାତ୍ରା ଓ ଯାତ୍ରୀ ସୁବିଧା,ରାସ୍ତା ଘାଟ ମରାମତି ଓ ଉନ୍ନତି କରଣ,ପାର୍କିଂ ସ୍ଥଳ, ଶାନ୍ତି ଶୃଙ୍ଖଳା ରକ୍ଷା, ସୂଚନା ଓ ପ୍ରସାରଣ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ବିପର୍ଯ୍ୟୟ ପରିଚାଳନା , ସ୍ୱେଛାସେବୀ ନିୟୋଜନ, ଅଗ୍ନି ନିର୍ବାପକ ଓ ଜଳ ସିଞ୍ଚନ ବ୍ୟବସ୍ଥା,ଟେଲିଫୋନ ସେବା, ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହେବା ସହ ସମ୍ପୃକ୍ତ ବିଭାଗ ମାନେ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ବୈଠକରେ ଏସପି ପ୍ରତୀକ ସିଂ, ପୁରୀ ମହାନଗର ନିଗମର କମିଶନର ସ୍ନେହା ଅରୁଗୁଳା,ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ, ନୀତି ପ୍ରଶାସକ ପ୍ରିୟରଞ୍ଜନ ପୃଷ୍ଟି, ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଉପଜିଲ୍ଲାପାଳ ରାଜ କିଶୋର ଜେନା,, ଶ୍ରୀମନ୍ଦିର କମାଣ୍ଡାଣ୍ଟ ତାପସ ଦାସ,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶେଷରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ ଶରତ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

You may have missed