ପ୍ରଥମ ସି.ଏମ ଟ୍ରଫି ୨୦୨୬ କବାଡି ଚାମ୍ପିୟନସିପ ସେମି-ଫାଇନାଲରେ ବ୍ରହ୍ମପୁର ଜୋନ ରେ ଅନୁଷ୍ଠିତ
”
ବ୍ରହ୍ମପୁର ସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିଅମ ଠାରେ କବାଡି ଚାମ୍ପିୟନସିପ ସେମିଫାଇନାଲ ଆୟୋଜିତ ହୋଇଯାଇଛି। ଏହି ସେମିଫାଇନାଲ ମ୍ୟାଚ ରେ ଉଭୟ ଅନ୍ତଃ ୧୬ ବର୍ଷୀୟ ବାଳକ ଓ ବାଳିକା ବର୍ଗ ର ଖେଳାଳି ମାନେ ଅଂଶ ଗ୍ରହଣ କରିଛନ୍ତି। ପ୍ରଥମେ ଏହା ୪ଗୋଟି ଜୋନ ରେ ଖେଳା ଯାଇଥିଲା ବ୍ରହ୍ମପୁର ଜୋନ ରେ ବାଳକ ବର୍ଗ ରେ ସୁନ୍ଦରଗଡ଼, ବାଲେଶ୍ୱର, ନୟାଗଡ ଓ ଗଞ୍ଜାମ ଦଳ ସେମିଫାଇନଲ ରେ ପ୍ରବେଶ କରିଥିଲେ ଏବଂ ବାଳିକା ବର୍ଗ ରେ ସମ୍ବଲପୁର, ପୁରୀ, ଅନୁଗୁଳ ଓ ଗଞ୍ଜାମ ଦଳ ସେମିଫାଇନାଲ ରେ ପ୍ରବେଶ କରିଛନ୍ତି । ସେମିଫାଇନାଲ ର ପ୍ରଥମ ମ୍ୟାଚ ବାଳକ ବର୍ଗ ରେ ଗଞ୍ଜାମ ଓ ସୁନ୍ଦରଗଡ଼ ମଧ୍ୟରେ ଖେଳା ଯାଇଥିଲା।

ସୁନ୍ଦରଗଡ଼ ବାଳକ ଦଳ ୪୬-୪୦ ପୋଇଣ୍ଟ ରେ ବିଜୟ ଲାଭ କରି ଫାଇନାଲ ରେ ପ୍ରବେଶ କରିଛନ୍ତି ।ଏହି ସେମିଫାଇନାଲ ମ୍ୟାଚ ରେ ପୃଥ୍ୱୀରାଜ ପଟନାୟକ ଓଡିଶା କବାଡି ସଙ୍ଘ ସଦସ୍ୟ ଉପସ୍ଥିତ ଥିଲେ ଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ଓ ଓଡିଶା ଓଲମ୍ପିକକ ସଙ୍ଘ ଯୁଗ୍ମ ସମ୍ପାଦକ ଜେ. କାମେଶ୍ୱର ରାଓ, ଶ୍ରୀ କେଦାରନାଥ ଚୌଧୁରୀ, ଦୁର୍ଗା ପଟନାୟକ, ଡ଼ି. ଡ଼ି ଗନ୍ତାୟତ, ଡ଼ି. ବାବୁ ରାଓ, ରାଜ ନାରାୟଣ ପାତ୍ର, ପ୍ରମୋଦ ମହାରଣା, ବିଜୟ କୁମାର ପଟନାୟକ, ରାଜେନ୍ଦ୍ର ପ୍ରସାଦ ଗନ୍ତାୟତ, ଡ଼ି. ଆପ୍ପା ରାଓ, ସୀତାରାମ ଵେବରତା ଉପସ୍ଥିତ ଥିଲେ ବୋଲି ଜେ. କାମେଶ୍ୱର ରାଓ ସୂଚନା ଦେଇଛନ୍ତି।
