ମାନ୍ୟବର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ମାଆ ଦକ୍ଷିଣ କାଳୀଙ୍କ ପାଖରେ ସମୂହ ଦୀପଦାନ
ନୟାଗଡ: ( ଇପଏ ) ନୟାଗଡ ଭାରତବର୍ଷରେ ସର୍ବାଧିକ ୧୨ବର୍ଷ ଅର୍ଥାତ୍ ୪ହଜାର ୩୯୯ ଦିନ ଧରି ପ୍ରଧାନମନ୍ତ୍ରୀ ଭାବେ ନିଜର ଦାଇତ୍ୱକୁ ତୁଲାଇବାରେ ସକ୍ଷମ ହେବାସହ, ଲୋକ କଲ୍ୟାଣ ଯୋଜନା ଗୁଡିକରେ ସମଗ୍ର ଦେଶରେ ୧ନଂମ୍ବର ପ୍ରଧାନମନ୍ତ୍ରୀ ଭାବେ ବିବେଚିତ ହୋଇ ଥିବାରୁ, ଓ ବିଶ୍ୱ ଦରବାରରେ ଭାରତକୁ ଆଗକୁ ବଢ଼ିବାରେ ଅଦମ୍ୟ ଚେଷ୍ଟା, କାର୍ଯ୍ୟ ଶୈଳୀ ପାଇଁ ଆଜି ଦେଶର କୋଣ ଅନୁକୋଣରେ ଆଜି ଦେବାଳୟ ଗୁଡିକରେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦୀପ ଦାନ କରାଯାଇଛି l ସେହି କ୍ରମରେ ଆଜି “ମାଆ ଦକ୍ଷିଣକାଳୀଙ୍କ” ପୀଠରେ ନୟାଗଡ଼ ପୌରାଞ୍ଚଳ ମଣ୍ଡଳ ପ୍ରତିନିଧି ରଂଜନ ରଶ୍ମି ଜେନାଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର କର୍ମୀ ଓ ନେତାମାନେ ମିଳିତ ଭାବେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାମୁହିକ ଦୀପ ଦାନ କରିଥିଲେ ।


ମାଆ ଦକ୍ଷିଣକାଳୀ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କୁ ନିରୋଗ ସ୍ବାସ୍ଥ୍ୟ, ଦୀର୍ଘାୟୁ କରିବା ସହିତ ଦେଶସେବା କରିବାରେ ସାହାସ,ଧର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ, ଏହି କାମନାକରି ସ୍ୱତନ୍ତ୍ର ପୂଜା-ଅର୍ଚ୍ଚନା କରାଯାଇଥିଲା । ପ୍ରାୟ ଶତାଧିକରୁ ଊର୍ଦ୍ଧ୍ବ ବିଜେପି କର୍ମୀ ସମୂହ ଦୀପଦାନ କରିଥିଲେ ।ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ସୁସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ନିରନ୍ତର ଜନସେବା ପାଇଁ ପ୍ରାର୍ଥନା କରାଯିବା ସହ ଦେଶର ପ୍ରଗତି, ସୁଶାସନ, ସମୃଦ୍ଧି ଓ ଦେଶବାସୀଙ୍କ ସୁଖ-ଶାନ୍ତି ନିମନ୍ତେ ନୟାଗଡ଼ର ଆରାଧ୍ୟା ଦେବୀ “ମାଆ ଦକ୍ଷିଣକାଳ” ଙ୍କ ନିକଟରେ ମଙ୍ଗଳ କାମନା ପାଇଁ ପ୍ରାର୍ଥନା କରାଯାଇଥିଲା ।ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା, ସମର୍ଥକ ଏବଂ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ସାଧାରଣ ଜନତା ଉପସ୍ଥିତ ରହି ଏହି ମହତ କାର୍ଯ୍ୟକୁ ସଫଳ କରିଥିଲେ । ଏହି ମହତ କାର୍ଯ୍ୟରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ମଣ୍ଡଳ ପ୍ରତିନିଧି ଶ୍ରୀ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
