March 14, 2025
Home » ଧରାପୃଷ୍ଠରେ ମାଁ ଦୁର୍ଗତି ନାଶିନି ଦୂର୍ଗାଦେବୀ ଙ୍କ ଆଗମନରେ ରାମନାଗୁଡା ଉତ୍ସବମୁଖର।

ଧରାପୃଷ୍ଠରେ ମାଁ ଦୁର୍ଗତି ନାଶିନି ଦୂର୍ଗାଦେବୀ ଙ୍କ ଆଗମନରେ ରାମନାଗୁଡା ଉତ୍ସବମୁଖର।

0

 

ସାର ରାଜ୍ୟରେ ଜଗତଜନନୀ ମାଁ ଦୂର୍ଗା ଙ୍କ ଧରାପୃଷ୍ଠକୁ ଆଗମନରେ ଝଲସୁଛି ଗଣପର୍ବ ଶାରଦୀୟ ଦେବୀପୂଜା ।ଏହି ଅବସରରେ ରାମନାଗୁଡା ମାଁ ସେରାବାଲି ୟୃଥ କ୍ଲବ ପକ୍ଷରୁ ୨୧ ବର୍ଷ ହେଲାଣି ଚାଲିଆସିଛି ମାଁ ଦୂର୍ଗାଦେବୀ ଙ୍କ ମେଢ଼ ପୂଜାର୍ଚ୍ଚନା ପାଉଛନ୍ତି।ମେଢ଼ ଚିକମିକ୍ ଆଲୋକ ଓ ତୋରଣ ସଜ୍ଜା,ରାବଣ ପୋଡି ଓଃ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରସାଦ ସେବନ ସହ ମନ୍ତ୍ର ପାଠ ଧୋନି କୁ ଆକର୍ଷଣ କରି ଟାଣିଆଣୁଛି ଦର୍ଶକ ଙ୍କୁ।

ପୋଲିସ ର କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହଜାର ହଜାର ଦର୍ଶକ ଧାଇଁ ଆସୁଛନ୍ତି ରାମନାଗୁଡାକୁ ମାଁ ଦୂର୍ଗାଦେବୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ରେ ଭକ୍ତଙ୍କୁ ଆକର୍ଷିତ କରିଥାଏ।ଏହି କମିଟିର ସଦସ୍ୟ ମାନେ ସୁସଜ୍ଜିତ ମେଢ଼ ମାନଙ୍କରେ ହୋଇଥିବା ସାଜସଜ୍ଜା ପାଇଁ ରାତି ଦିନ ଏକ କରିଦେଇଛି।ଏହି ପୂଜା ପାଞ୍ଚ ଦିନ ଧରି ହୋଇଥାଏ ପ୍ରଥମ ଦିନରେ ସୃଷ୍ଠି ପୂଜାରେ ନଦୀ ନାଳରୁ ଗଙ୍ଗା ପୂଜା କରି କଳସରେ ପୂଜା ମଣ୍ଡପ କୁପାଣି ଅଣାଯାଇଥାଏ।ବିଲ୍ଲାଧିବାସପରେ ସପ୍ତମୀ ପୂଜା ଓଚଣ୍ଡିପାଠରେ ମାଁ ଙ୍କୁ ସନ୍ତୁଷ୍ଟ କରି ଭକ୍ତ ଶରଣାପନ୍ନ ହୁଅନ୍ତି। ବିଜୟା ଦଶମୀ ପରଦିନ ମାଁ ଙ୍କୁ ନଦୀରେ ମେଲାଣି ଦେଇ ଆସନ୍ତାବର୍ଷ କୁ ଅପେକ୍ଷା କରିରୁହନ୍ତି ମାଁ ଙ୍କ ଆଦରର ଭକ୍ତ।

 

ରାମନାଗୁଡା ରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି।

Leave a Reply

Your email address will not be published. Required fields are marked *