July 15, 2026
Home » ଇଣ୍ଡିଆନ୍ ଅଏଲ୍ ପାରଦୀପ ରିଫାଇନରୀରେ ସ୍ତର ୨ ଆପାତ୍‌କାଳୀନ ମକ୍‌ଡ୍ରିଲ୍‌

ଇଣ୍ଡିଆନ୍ ଅଏଲ୍ ପାରଦୀପ ରିଫାଇନରୀରେ ସ୍ତର ୨ ଆପାତ୍‌କାଳୀନ ମକ୍‌ଡ୍ରିଲ୍‌

0
WhatsApp Image 2026-06-13 at 1.28.12 PM

 

ଇଣ୍ଡିଆନ୍ ଅଏଲ୍ ପାରାଦୀପ ରିଫାଇନରୀ ଏହାର ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ପ୍ରସ୍ତୁତିର ପ୍ରଭାବ ଯାଞ୍ଚ କରିବା ପାଇଁ ଆଜି ଏକ ସ୍ତର ୨ ଆପାତ୍‌କାଳୀନ ମକ୍‌ଡ୍ରିଲ୍‌ (ଅନ୍ ସାଇଟ୍ ଡିଜାଷ୍ଟର ଡ୍ରିଲ୍) ଆୟୋଜନ କରିଥିଲା । ପାରାଦୀପ ରିଫାଇନରୀର ଅନୁମୋଦିତ ଇମରର୍ଜେନ୍ସି ରେସପନସ୍ ଆଣ୍ଡ୍ ଡିଜାଷ୍ଟର୍ ମ୍ୟାନେଜମେଣ୍ଟ୍ ପ୍ଲାନ୍ (ERDMP) ଅନୁଯାୟୀ ଏହି ଡ୍ରିଲ୍ କାର୍ଯ୍ୟକାରୀ କରାଯାଇଥିଲା । ERDMP ଅଡିଟରଙ୍କ ଉପସ୍ଥିତିରେ ଏହି ମକ୍ ଡ୍ରିଲ୍ ଟି କରାଯାଇଥିଲା | ମ୍ୟୁଚୁଆଲ୍ ଏଡ୍ ସଂସ୍ଥାର ପ୍ରତିନିଧିମାନେ ମଧ୍ୟ ଏହି ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ ।

ପାରାଦୀପ ରିଫାଇନରୀର ପଲିପ୍ରୋପିଲିନ (ପିପି) ୟୁନିଟରୁ ପ୍ରୋପିଲିନ ଲିକେଜ ହୋଇ ଅଗ୍ନିକାଣ୍ଡ ଘଟିଲେ, ତାହାକୁ ସଫଳତାର ସହିତ କିପରି ମୁକାବିଲା କରାଯିବ ସେହି ବିଷୟବସ୍ତୁ ଉପରେ ମକଡ୍ରିଲ୍ ଟି ଆଧାରିତ ଥିଲା। ଏଥିରେ ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନାର ପ୍ରୋଟୋକଲ୍ ଅନୁଯାୟୀ ନିଆଯାଇଥିବା ପ୍ରତିକ୍ରିୟା ଏବଂ ନିୟନ୍ତ୍ରଣ ପଦକ୍ଷେପ ଗୁଡିକ ସଠିକ୍ ଭାବରେ ସମନ୍ଵିତ ହୋଇଥିଲା ଏବଂ ଏହାକୁ ସମସ୍ତ କର୍ତ୍ତୃପକ୍ଷ ପ୍ରଶଂସା କରିଥିଲେ । ଏହି ଡ୍ରିଲ୍ ପରେ ପାରାଦୀପ ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ପ୍ରମୁଖ ଶ୍ରୀ କୌଶିକ ବସୁଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ସଭାର ଆୟୋଜନ କରାଯାଇଥିଲା ।

 

prasanta dash nka report

Leave a Reply

Your email address will not be published. Required fields are marked *