ବରପାଲି ୧୪୯ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ର ଶୁଭାରମ୍ଭ
ବରପାଲି,: ୧୪୯ବର୍ଷରେ ପାଦର୍ପଣ କରି ବରପାଲି ଐତିହ୍ୟ ପାରମ୍ପରିକ ଶୀତଳ ଷଷ୍ଠୀ ଯାତ୍ରା ଶିବ ବିବାହ ମହୋତ୍ସବ ବିଗତ ବର୍ଷ ଭଳି ଚଳିତ ବର୍ଷ ବିରାଟ ଆୟୋଜନ ସହ ନୂତନ ନୂତନ ମନୋରଞ୍ଜନ କାର୍ଯ୍ୟକ୍ରମ ମନୋଜ୍ଞ ସାଜେ ସଜ୍ଜା ସହ ଏକ ଅଞ୍ଚଳର ବିଶିଷ୍ଠ ଘଣ୍ଟ ବାଦ୍ୟ,ନୃତ୍ୟ,ଗୀତ,ଧମାଲ ବାଦ୍ୟ,ଝାଞ୍ଜ ବାଦ୍ୟ,ବିହୁ ଡେନ୍ସ, ମିନାବଜାର,ତାରକାସୁର ପରାକ୍ରମ, ପ୍ରଦର୍ଶନୀ ମେଳା, ସମ୍ବଲପୁରୀ ବସ୍ତ୍ର ପରିଧାନ ରେ ରେମ ସୋ,ସମ୍ବଲପୁରୀ ଅର୍କେଷ୍ଟ୍ରା ତଥା ବିଭିନ୍ନ ଆତସ ବାଜିର ଅପୂର୍ବ ସମାରୋହ ମଧ୍ୟରେ ପାଳିତ ହେବାର ସ୍ଥିର ହୋଇ ରବିବାର ରାତ୍ର ୧୨ଟା ପରେ ଆତସବାଜି ସହ ଶିବ ବନ୍ଦନା କରାଯାଇ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବର ଶୁଭାରମ୍ଭ ହୋଇଥିଲା । ୧୫ତାରିଖ ସୋମବାର ସକାଳ ୮ଟା୪୬ଗତେ ଯାତ୍ରାକଆରୀ ଭକ୍ତ ବୃନ୍ଦ ସ୍ନାନାଦି ପରେ ଭଣ୍ଡାର ଗୃହ ନୃପରାଜ କ୍ଳବ ରେ ଶ୍ରୀ ଶ୍ରୀ ନଟରାଜ ଶିବଙ୍କ ସଂସ୍ଥାପନ,ପୂଜନ ଓ ଶତ ଆରତୀ ଅର୍ପଣ କରାଯାଇଥିଲା । ଏଥିରେ ମନୋଜ୍ଞ ଶୋଭାଯାତ୍ରା ସହ ଅପରାହ୍ନ ୫ଟାରେ ଭଣ୍ଡାର ଗୃହରୁ ବାହାରି ସନ୍ଧ୍ୟା ୬.୩୫ ରୁ ୭ ଟା ମଧ୍ୟେ ଶ୍ରୀ ଶ୍ରୀ କପିଳେଶ୍ଵର ମନ୍ଦିରରୁ ଶିବ ପାର୍ବତୀଙ୍କୁ ଯାତ୍ରା ମଣ୍ଡପ ଭଣ୍ଡାର ଗୃହକୁ ଶୋଭାଯାତ୍ରା ସହ ଅଣାଯାଇଥିଲା । ସ୍ଥାନୀୟ ଗାନ୍ଧିଛକରେ ଭକ୍ତବୃନ୍ଦଙ୍କ ଦ୍ବାରା ସହସ୍ର ଆରତୀ ଆର୍ପଣ,ପ୍ରାର୍ଥନା,ଭୋଗ ଅର୍ପଣ ଓ ରାତ୍ରରେ ଶିବ ପାର୍ବତୀ ଙ୍କ ଭଣ୍ଡାର ଗୃହକୁ ପ୍ରବେଶ କରାଯାଇଥିଲା । ରାତ୍ର ୧୨ଟା ସମୟରେ ଶ୍ରୀ ଶ୍ରୀ କପିଳେଶ୍ଵର ମନ୍ଦିରରେ ମହାଦୀପ ସଂସ୍ଥାପନ ହୋଇଥିଲା । ଭଣ୍ଡାର ଗୃହ ସମ୍ବୁଖରେ ରାତ୍ର ୮ଘଣ୍ଟା ସମୟରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟପକ୍ଷରେ ନୂଆଁପଡା ଶୈବ ଭକ୍ତ ମାନଙ୍କ ଦ୍ଵାରା ମାଁ ଜଗତ ଜଗତ ଜନନୀ ପାର୍ବତୀ ଙ୍କ ବିବାହ ନିମନ୍ତେ ବ୍ୟାପକ ପ୍ରସ୍ତୁତି ହୋଇଛି । ହିମାଦ୍ରୀ ନଗର ବାସୀ ସକାଳ ୮ଟା ସମୟରେ ନାଟରାଜ ମୂର୍ତ୍ତି ସଂସ୍ଥାପନ କରି ପୂଜା ଅର୍ଚନା ସହ ଶତ ଆଳତି ପ୍ରଦାନ କରିଛନ୍ତି । ୧୬ ତାରିଖ ମଙ୍ଗଳବାର ପତରପେଣ୍ଡି ବା କନ୍ୟା ମନୋନୟନ,୧୭ ତାରିଖ ବୁଧବାର ଭୈରବ ପରିକ୍ରମା,୧୮ ତାରିଖ ଗୁରବାର ବରାନୁଗମାନ,୧୯ ତାରିଖ ଶୁକ୍ରବାର ବିବାହ ବୈଠକୀ ଯାତ୍ରା,୨୦ତାରିଖ ଶନିବାର ମାତା ପାର୍ବତୀଙ୍କ ସ୍ବଶୁରାଳୟ ଆଗମନ ବା ଲମ୍ବାନୀ ଯାତ୍ରା,୨୧ ତାରିଖ ରବିବାର ଶୀତଳ ଷଷ୍ଠୀ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଟିତ ହେବାର କାର୍ଯ୍ୟକ୍ରମ ରହିଛି । ବୋଲି ଯାତ୍ରା କମିଟି ସଭାପତି ଆନନ୍ଦ ବାବୁ ଓ ସମ୍ପାଦକ ଜୟନ୍ତ ତ୍ରିପାଠୀ ସୂଚନା ଦେଇଛନ୍ତି ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
